ହାଇଦ୍ରାବାଦ: ମହାମାରୀ କୋରୋନାର ଦ୍ବିତୀୟ ଲହରୀରେ ଅସ୍ତବ୍ୟସ୍ତ ଦେଶବାସୀ । ଭେଣ୍ଟିଲେଟର ସହାୟତାରେ ଆଇସିୟୁ ବେଡ୍ ଉପରେ ମୃତ୍ୟୁ ସହ ଅହରହ ସଂଗ୍ରାମ କରୁଛନ୍ତି ରୋଗୀ । ଏହାରି ମଧ୍ୟରେ ଜୀବନ ବଞ୍ଚାଇବାକୁ ସରକାରଙ୍କ ପାଖରୁ ନେଇ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରୟାସରତ ।
ମହାମାରୀରେ ଆକ୍ଟିଭ ମୁଖ୍ୟମନ୍ତ୍ରୀ: ବୁଲିଲେ ହସ୍ପିଟାଲ, ବଢାଇଲେ ରୋଗୀଙ୍କ ସାହସ - Hydearabad gandhi hospital
ମହାମାରୀ ସମୟରେ ସ୍ବାସ୍ଥ୍ୟ ସେବାର ଯାଞ୍ଚ ପାଇଁ ହସ୍ପିଟାଲ ବୁଲୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ । ଅଧିକ ପଢନ୍ତୁ...
ମହାମାରୀରେ ଆକ୍ଟିଭ ମୁଖ୍ୟମନ୍ତ୍ରୀ; ବୁଲିଲେ ହସ୍ପିଟାଲ, ବଢାଇଲେ ରୋଗୀଙ୍କ ସାହସ
ଉତ୍କୃଷ୍ଟ ସ୍ବାସ୍ଥ୍ୟସେବାକୁ ନେଇ ପଡୋଶୀ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ବେଶ ପରିଚିତ । ଆଉ ମହାମାରୀ ସମୟରେ ସ୍ବାସ୍ଥ୍ୟ ସେବାର ଯାଞ୍ଚ ପାଇଁ ହସ୍ପିଟାଲ ବୁଲୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ।
ବୁଧବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲ ଗସ୍ତ କରିଥିବାବେଳେ ଏଠାରେ ଆଡମିଟ୍ ହୋଇଥିବା କୋଭିଡ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । କେବଳ ଏତିକି ନୁହେଁ, ମହାମାରୀ ସମୟରେ ଧୈର୍ଯ୍ୟହରା ନହୋଇ ରୋଗୀଙ୍କ ସାହସ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ।