ଓଡିଶା

odisha

ETV Bharat / bharat

ବାଉଁଶ ବୋତଲ ତିଆରି କରି ଚର୍ଚ୍ଚାରେ ଆସାମର ଯୁବକ ଚନ୍ଦନ - କାଜିରଙ୍ଗା ଜାତୀୟ ଉଦ୍ୟାନ

ଆସାମ କାଜିରଙ୍ଗା କୋହରା ଚାଲିଆଲ ଅଞ୍ଚଳର (Kohora Chariali of Kaziranga area) ୩୮ ବର୍ଷିୟ ଯୁବକ ତିଆରି କରିଛନ୍ତି ବାଉଁଶ ବୋତଲ (Kaziranga Bamoo Bottle) । ଅଧିକ ପଢନ୍ତୁ

ବାଉଁଶ ବୋତଲ ତିଆରି କରି ଚର୍ଚ୍ଚାରେ ଆସାମର ଯୁବକ ଚନ୍ଦନ
ବାଉଁଶ ବୋତଲ ତିଆରି କରି ଚର୍ଚ୍ଚାରେ ଆସାମର ଯୁବକ ଚନ୍ଦନ

By

Published : Sep 2, 2022, 3:06 PM IST

ଗୌହାଟୀ :ପ୍ଲାଷ୍ଟିକ ପାଣି ବୋତଲର ବ୍ୟବହାର ବଢିବାରେ ଲାଗିଛି । ଘର ହେଉକି ବାହାର ସବୁଠି ପ୍ଲାଷ୍ଟିକ ବୋତଲରେ ପାଣି ପିଇବାର ଅଭ୍ୟାସ ସମସ୍ତଙ୍କର ରହିଛି । ଏଥିପାଇଁ ବହୁମାତ୍ରାରେ ପ୍ଲାଷ୍ଟିକ ବୋତଲ ବ୍ୟବହୃତ ହେଉଥିବା ଦେଖିବାକୁ ମିଳିଛି । ଯାହା ଆମ ସ୍ବାସ୍ଥ୍ୟପକ୍ଷେ ବେଶ ହାନିକାରକ ହୋଇଥିବା ବେଳେ ପରିବେଶ ପ୍ରଦୂଷଣର ଭୟ ବି ରହିଛି । ପ୍ଲାଷ୍ଟିକର ବହୁଳ ବ୍ୟବହାର ପୁରା ଦେଶ ପାଇଁ ଚିନ୍ତାର କାରଣ ସାଜିଛି । ଏହାକୁ ଧ୍ୟାନରେ ରଖି ଆସାମ କାଜିରଙ୍ଗା କୋହରା ଚାରିଆଲି ଅଞ୍ଚଳର (Kohora Chariali of Kaziranga area) ୩୮ ବର୍ଷିୟ ଯୁବକ ଚନ୍ଦନ ନାଥ ତିଆରି କରିଛନ୍ତି ବାଉଁଶ ବୋତଲ (Kaziranga Bamboo Bottle) । ଚନ୍ଦନ ନାଥ ହେଉଛନ୍ତି କାଜିରଙ୍ଗା ବାଉଁଶ ବୋତଲର ଉଦ୍ଭାବକ। ଯେକି ପ୍ଲାଷ୍ଟିକ ବୋତଲରୁ ପରିବେଶକୁ ସୁରକ୍ଷା ଦେବା ନିମନ୍ତେ ଆସାମ କାଜିରଙ୍ଗାର ଜାତୀୟ ଉଦ୍ୟାନ ପରିସରରେ ବାଉଁଶ ବୋତଲ ନିର୍ମାଣ କରୁଛନ୍ତି ।

ଏହାବି ପଢନ୍ତୁ:ମେଡିସିନ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍, ୭ ଶ୍ରମିକ ଆହତ

ଦିର୍ଘ ଦିନି ବର୍ଷ ଧରି କାଜିରଙ୍ଗା ଜାତୀୟ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକଙ୍କୁ ବ୍ୟବହାର ପାଇଁ ଏହାକୁ ସେ ଗତ ତିନି ବର୍ଷ ଧରି ଯୋଗାଇ ଆସୁଛନ୍ତି । ପର୍ଯ୍ୟଟକ ମଧ୍ୟ ଆଗ୍ରହ ସହକାରେ ଏହାକୁ ଗ୍ରହଣ କରୁଛନ୍ତି । ସୂଚନାଯୋଗ୍ୟ ଯେ, କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ଲାଷ୍ଟିକ ବୋତଲର ବ୍ୟବହାରକୁ ନିଷେଧ କରାଯାଇଛି । ଏବେ କାଜିରଙ୍ଗାରେ ପ୍ଲାଷ୍ଟିକ ବୋତଲ ପରିବର୍ତ୍ତେ ବହୁ ପରିମାଣରେ ଏହି ବାଉଁଶ ବୋତଲ ବ୍ୟବହାର ହେଉଛି । ଏପରିକି ସ୍ଥାନିୟ ବାସିନ୍ଦା ଘରେ ଘରେ ଏହାର ବ୍ୟବହାର କରୁଥିବା ବେଳେ କାଜିରଙ୍ଗାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଆଗ୍ରହ ସହକାରେ ଏହି ବାଉଁଶ ବୋତଲକୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।

ବାଉଁଶ ବୋତଲ ତିଆରି କରିଥିବାରୁ ସେ (India Book of Records ) ଇଣ୍ତିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । କେବଳ ଇଣ୍ତିଆ ବୁକ ଅପ ରେକର୍ଡ ନୁହେଁ, ଏସିୟା ବୁକ ଅଫ ରେକର୍ଡ (Asia Book of Records )ରେ ସ୍ଥାନ ପକ୍କା କରିଛନ୍ତି । ସେପଟେ ଦିଲ୍ଲୀରେ(India Book of Records-2022) ଇଣ୍ତିଆ ବୁକ୍ ଅଫ ରେକର୍ଡ ଦ୍ବାରା ଆୟୋଜିତ ହେଉଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭାଗ ନେବାକୁ ତାଙ୍କୁ ନିମନ୍ତ୍ରଣ ଆସିଛି । ସେପ୍ଟେମ୍ବର ୧୧ରେ ଦିଲ୍ଲୀରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ସ୍ଥିର ହୋଇଛି । ଯେଉଁଥିରେ 100ରୁ ଅଧିକ ପ୍ରତିଯୋଗୀ ଭାଗ ନେବେ । ଆଉ ସେଠାରେ ବାଉଁଶରୁ ପ୍ରସ୍ତୁତ ହୋଇଥିବା ବୋତଲକୁ ସେ ମଧ୍ୟ ପ୍ରଦର୍ଶିତ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details