ଲକ୍ଷ୍ନୌ:ବିବାହ ପାଇଁ ମନ ପସନ୍ଦର କନ୍ୟା ପାଇବା ଆଶାରେ ଶିବ ମନ୍ଦିରରେ ପୂଜାର୍ଚ୍ଚନା କୁରଥିଲେ ଯୁବକ । ହେଲେ ମିଳିଲା ନାହିଁ ଖୋଜୁଥିବା ପସନ୍ଦର କନ୍ୟା । ଏଥିରେ ଯୁବକଜଣଙ୍କ ଉତ୍ତେଜିତ ମନ୍ଦିରରୁ ଶିବଲିଙ୍ଗ ଚୋରି କରି ଫିଙ୍ଗି ଦେଲେ । ଜଣେ ଯୁବକର ଉନ୍ମୋତ କାଣ୍ଡର ଏପରି ଅଭିଯୋଗ ଉତ୍ତର ପ୍ରଦେଶର କୌଶମ୍ବୀ ଜିଲ୍ଲାରୁ ଆସିଛି । ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ମନ୍ଦିର କମିଟି ପୋଲିସରେ ଅଭିଯୋଗ କରିଥିଲା । ପୋଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରିଛି । ଶିବଲିଙ୍ଗକୁ ମଧ୍ୟ ଉଦ୍ଧାର କରାଯାଇ ମନ୍ଦିରରେ ପୁନଃ ସ୍ଥାପନା କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଏହି ମାମଲା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ 20 କିଲୋମିଟର ଦୂରରେ ଥିବା ଚିତ୍ରକୋଟ କୁମିଆନୱା ଅଞ୍ଚଳରେ ଘଟିଛି । ସ୍ଥାନୀୟ ଅଞ୍ଚଳରେ ଭୈରବ ବାବାଙ୍କ ଦେବ ସ୍ଥାନ ରହିଛି । ଏହି ପରିସରରେ ଭଗବାନ ଶିବଙ୍କର ଏକ ପ୍ରାଚୀନ ମନ୍ଦିର ମଧ୍ୟ ରହିଛି । ସ୍ଥାନୀୟ ଅଞ୍ଚଳର ଛୋଟୁ ନାମକ ଜଣେ ଯୁବକ ନିଜ ବିବାହ ପାଇଁ ମନ ଗତ କିଛି ମାସ ହେବ ନିୟମିତ ପୂଜା କରିଆସୁଥିଲା । ହେଲେ ହଠାତ ଛୋଟୁକୁ ଆଉ ମନ୍ଦିରରେ ଦେଖିବାକୁ ମିଳିନଥିଲା । ଉକ୍ତ ଗ୍ରାମର ବିଜୟ ବାହାଦୂର ଯାଦବ ଏବଂ ତାଙ୍କ ପତ୍ନୀ କିରଣ ଦେବୀ ଏହି ମନ୍ଦିରର ରକ୍ଷଣା ବେକ୍ଷଣ କରିଆସୁଛନ୍ତି । ସେମାନେ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିରରେ ଶିବଲିଙ୍ଗ ମଧ୍ୟ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ ।