ଶ୍ରୀନଗର:ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ପୁଲିତଜର ପୁରସ୍କାର ପ୍ରାପ୍ତ(Pulitzer winner) କାଶ୍ମୀର ସାମ୍ବାଦିକା ସନା ଇରସାଦ ମଟ୍ଟୁ ଅଟକ । ଆଜି ସନା ବିଦେଶ ଗସ୍ତରେ ଯାଉଥିବା ସମୟରେ ବିମାନବନ୍ଦର ଅଧିକାରୀ ତାଙ୍କୁ ଅଟକ ରଖିଛନ୍ତି । ଏନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଯାହା ଜଣାପଡିଛି, ସନା ଫ୍ରାନ୍ସ ଯିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ । ହେଲେ ଅଧିକାରୀ ତାଙ୍କୁ ଦେଶ ବାହାରକୁ ଯିବା ପାଇଁ ଅନୁମତି ଦେଇନଥିଲେ ।
ଦିଲ୍ଲୀ ଏୟାରପୋର୍ଟରେ କାଶ୍ମୀର ସାମ୍ବାଦିକା ସନା ଇରସାଦ ମଟ୍ଟୁ ଅଟକ - କାଶ୍ମୀର ସାମ୍ବାଦିକା ସନା ଇରସାଦ ମଟ୍ଟୁ ଅଟକ
ଦିଲ୍ଲୀ ବିମାନବନ୍ଦରରେ ପୁଲିତଜର ପୁରସ୍କାର ପ୍ରାପ୍ତ(Pulitzer winner) କାଶ୍ମୀର ସାମ୍ବାଦିକା ସନା ଇରସାଦ ମଟ୍ଟୁ ଅଟକ । ଅଧିକ ପଢନ୍ତୁ
ଦିଲ୍ଲୀ ଏୟାରପୋର୍ଟରେ କାଶ୍ମୀର ସାମ୍ବାଦିକା ସନା ଇରସାଦ ମଟ୍ଟୁ ଅଟକ
ଏନେଇ ସନା ଇରସାଦ ଟ୍ବିଟ୍ କରିଛନ୍ତି, ''ପ୍ୟାରିସ୍ରେ ଆୟୋଜିତ ଫଟୋଗ୍ରାଫି ମେଳା(photography exhibition) ଏବଂ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୋର ଦିଲ୍ଲୀ ବିମାନ ବନ୍ଦରରୁ ଯାତ୍ରା କରିବାର ଥିଲା । ମୋ ନିକଟରେ ଫ୍ରାନ୍ସ ଭିସା ଥିବା ସତ୍ତ୍ବେ ମୋତେ ବିମାନ ବନ୍ଦରର ଇମିଗ୍ରେସନ ଡେସ୍କ ନିକଟରେ ଅଟକ ରଖାଗଲା ।'' କିନ୍ତୁ କାହିଁକି ବିଦେଶ ଯାତ୍ରା ପାଇଁ ତାଙ୍କୁ ଅନୁମତି ଦିଆଗଲା ନାହିଁ, ତାହାର କାରଣ ମଧ୍ୟ କୁହାଯାଇନଥିବା ସନା କହିଛନ୍ତି । ଏହାକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।