ଓଡିଶା

odisha

ETV Bharat / bharat

Kulgam Encounter: ପାକିସ୍ତାନୀ ସମେତ ଦୁଇ ଆତଙ୍କୀ ନିପାତ, ଗୁଳି ବିନିମୟ ଜାରି - ଏନକାଉଣ୍ଟରରେ ପାକିସ୍ତାନ ଆତଙ୍କୀ ସଫା

କୁଲଗାମରେ ଏନକାଉଣ୍ଟର ଜାରି । ଜଣେ ସୀମାପାର ଆତଙ୍କବାଦୀ ସହ 2 ଆତଙ୍କୀ ସଫା । ଏନକାଉଣ୍ଟର ଜାରି ରହିଥିବା ସ୍ଥାନୀୟ ପୋଲିସର ସୂଚନା । ଆସନ୍ତାକାଲି କାଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Kulgam in Kulgam: ପାକିସ୍ତାନୀ ସମେତ ଦୁଇ ଆତଙ୍କୀ ନିପାତ, ଗୁଳି ବିନିମ
Kulgam in Kulgam: ପାକିସ୍ତାନୀ ସମେତ ଦୁଇ ଆତଙ୍କୀ ନିପାତ, ଗୁଳି ବିନିମ

By

Published : Apr 23, 2022, 8:14 PM IST

ଶ୍ରୀନଗର: ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ କାଶ୍ମୀର ଗସ୍ତ ପୂର୍ବରୁ କୁଲଗାମରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ଆରମ୍ଭ ହୋଇଛି । ଏଥିରେ ଜଣେ ପାକିସ୍ତାନ ଆତଙ୍କବାଦୀ ସମେତ ଦୁଇ ଆତଙ୍କୀକୁ ସଫା କରିବାରେ ସଫଳ ହୋଇଛି ସୁରକ୍ଷା ବଳ । ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଥିବା କାଶ୍ମୀର ଜୋନ ପୋଲିସ ଟ୍ବିଟ କରି ସୂଚନା ଦେଇଛି ।

ସୂଚନା ଅନୁସାରେ, କୁଲଗାମ ଜିଲ୍ଲାର ମିରହମା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସ୍ଥାନୀୟ ପୋଲିସ ଓ ସୁରକ୍ଷା ବଳର ମିଳିତ ଟିମ । ଲୁଚି ରହିଥବା ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ସହ ପାଲଟା ଜବାବ ଦେଇଥିଲେ ଯବାନ । କିଛି ସମୟର ଗୁଳି ବିନିମୟରେ ଜଣେ ସୀମାପାର ଆତଙ୍କୀ ସହ ମୋଟ 2 ଆତଙ୍କୀଙ୍କୁ ଧରାସାୟୀ କରିବାରେ ସୁରକ୍ଷା ବଳ ସଫଳ ହୋଇଥିବାବେଳେ ଏବେ ମଧ୍ୟ ଏନକାଉଣ୍ଟର ଜାରି ରହିଛି ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପଞ୍ଚାୟତରାଜ ଦିବସ ଅବସରରେ କାଶ୍ମୀର ସାମ୍ବାରୁ ଦେଶକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କାଶ୍ମୀରର ଏକାଧିକ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜାତୀୟ ତଦନ୍ତକାରୀ ସଂସ୍ଥା NIA ର ମୁଖ୍ୟ ଓ ସିଆରପିଏଫର ବରିଷ୍ଠ ଅଧିକାରୀ ମଧ୍ୟ ଗତକାଲିର ଏନକାଉଣ୍ଟର ସ୍ଥଳ ଓ ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ପ୍ରସ୍ତୁତି ଚାଲିଥିବା ବେଳେ କୁଲଗାମରେ ଏନକାଉଣ୍ଟର ମଧ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details