ଓଡିଶା

odisha

ETV Bharat / bharat

Chinese Visa matter: ମେ 30 ଯାଏ କାର୍ତ୍ତି ଚିଦାମ୍ବରମଙ୍କୁ ଅନ୍ତରୀଣ ସୁରକ୍ଷା - କାର୍ତ୍ତି ଚିଦାମ୍ବରମଙ୍କୁ ଆଶ୍ବସ୍ତି

ଚାଇନିଜ ଭିସା ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କୁ ମେ’ 30 ଯାଏ ଅନ୍ତରୀଣ ସୁରକ୍ଷା ମଞ୍ଜୁର କେଲେ କୋର୍ଟ । ଗିରଫ କରିପାରିବନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

Chinese Visa matter: ମେ’ 30 ଯାଏ କାର୍ତ୍ତି ଚିଦାମ୍ବରମଙ୍କୁ ଅନ୍ତରୀଣ ସୁରକ୍ଷା
Chinese Visa matter: ମେ’ 30 ଯାଏ କାର୍ତ୍ତି ଚିଦାମ୍ବରମଙ୍କୁ ଅନ୍ତରୀଣ ସୁରକ୍ଷା

By

Published : May 26, 2022, 6:36 PM IST

ନୂଆଦିଲ୍ଲୀ:ଚାଇନିଜ ଭିସା ମାମଲାରେ (Chinese Visa matter) ଛନ୍ଦି ହୋଇଥିବା ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ବଡ ଆଶ୍ବସ୍ତି । ମେ’ 30 ଯାଏ କାର୍ତ୍ତିଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ (Rouse Avenue Court) । ଫଳରେ ତାଙ୍କୁ ଏହି ଅବଧି ମଧ୍ୟରେ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିପାରିବ ନାହିଁ ।

ପୂର୍ବରୁ ଚିଦାମ୍ବରମ ବାପ-ପୁଅ ସିବିଆଇ ରାଡାରରେ ଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଆର୍ଥିକ ଠକେଇ ମାମଲାରେ କାର୍ତ୍ତିଙ୍କ ବିରୋଧରେ ନୂଆ ମାମଲା ଦାଏର କରିଛି । କୌଣସି ମୂହୂର୍ତ୍ତରେ ଗିରଫ ହେବାର ଆଶଙ୍କା ଥିବାରୁ ଅଗ୍ରୀମ ଜାମିନ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ କାର୍ତ୍ତି ଚିଦାମ୍ବରମ ।

ଆଜି ରୋଜ ଆଭିନ୍ୟୁ କୋର୍ଟର ସ୍ବତନ୍ତ୍ର ବିଚାରପତି ଏମ.କେ ନାଗପାଲ (MK Nagpal) କାର୍ତ୍ତିଙ୍କ ଦ୍ବାରା ଦାଖଲ ହୋଇଥିବା ଆଗୁଆ ଜାମିନ ଆବେଦନର ଶୁଣାଣି କରିବା ସହ ଚଳିତ ମାସ 30 ପର୍ଯ୍ୟନ୍ତ କାର୍ତ୍ତିଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଏ ସମ୍ପର୍କିତ ମାମଲାରେ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ (ED) ମଧ୍ୟ କୋର୍ଟଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ଆଜି ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ କପିଲ ଶିବଲ, ଅର୍ଶଦ୍ବୀପ ସିଂ ଓ ପ୍ରତୀକ ଚଡ୍ଡା କାର୍ତ୍ତିଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details