ଓଡିଶା

odisha

ETV Bharat / bharat

କନ୍ନଡ଼ ଭାଷାରେ ବିଜ୍ଞାପନ ଦାବିରେ 'କରବେ' କର୍ମୀଙ୍କ ଉପଦ୍ରବ; ଭାଙ୍ଗିଲେ କମ୍ପାନୀର ଇଂରାଜୀ ବୋର୍ଡ

Karnataka Rakshana Vedike (KaRaVe) protest : କର୍ଣ୍ଣାଟକରେ କନ୍ନଡ଼ ଭାଷାକୁ ନେଇ ବଢିଛି ତାତି । କର୍ଣ୍ଣାଟକ ରକ୍ଷା ବେଦିକେ ସଙ୍ଗଠନ ତରଫରୁ ଇଂରାଜୀ ଭାଷାରେ ଲେଖାଯାଇଥିବା ସମସ୍ତ ବିଜ୍ଞାପନକୁ ଚିରା ଫଡ଼ା କରିଛନ୍ତି । ଅଧିକ ପଢନ୍ତୁ

କନ୍ନଡ଼ ଭାଷାରେ ବିଜ୍ଞାପନ ଦାବିରେ 'କରବେ' କର୍ମୀଙ୍କ ଉପଦ୍ରବ
କନ୍ନଡ଼ ଭାଷାରେ ବିଜ୍ଞାପନ ଦାବିରେ 'କରବେ' କର୍ମୀଙ୍କ ଉପଦ୍ରବ

By ETV Bharat Odisha Team

Published : Dec 27, 2023, 8:49 PM IST

ଦେବନହଲ୍ଲୀ (ବେଙ୍ଗାଲୁରୁ ଗ୍ରାମୀଣ ) : କର୍ଣ୍ଣାଟକରେ କନ୍ନଡ଼ ଭାଷାକୁ ନେଇ ବଢିଛି ତାତି । କର୍ଣ୍ଣାଟକ ରକ୍ଷା ବେଦିକେ ସଙ୍ଗଠନର ନାରାୟଣ ଗୌଡ଼ା ଗୋଷ୍ଠୀ ଦ୍ବାରା ଆଜି କର୍ଣ୍ଣାଟକରେ କନ୍ନଡ଼ ଭାଷାରେ ନାମଫଳକ ଲଗାଇବା ଦାବି ନେଇ ଏକ ବିଶାଳ ବିରୋଧ ରାଲି ଆୟୋଜିତ ହୋଇଥିଲା । ଏହି ଅବସରରେ ସଙ୍ଗଠନର କର୍ମକର୍ତ୍ତା ମାନେ ଇଂରାଜୀ ଭାଷାରେ ଲେଖାଯାଇ ଥିବା ସମସ୍ତ ବିଜ୍ଞାପନକୁ ଚିରି ଫାଡି ନିଜର ଆକ୍ରୋଶ ବ୍ୟକ୍ତ କରିଥିଲେ । ଏହି ରାଲି ଦେବନ ହଲ୍ଲୀର ସଦା ହଲ୍ଲୀ ଟୋଲରୁ ଆରମ୍ଭ ହୋଇ ବେଙ୍ଗାଲୁରୁ କବ୍ବନ ପାର୍କ ଯାଏଁ ଯାଇ ଥିଲା । ଏହି ସମୟରେ ରାସ୍ତାରେ ଥିବା ସମସ୍ତ ନେମ ପ୍ଲେଟ ଯାହା ଇଂରାଜୀ କିମ୍ବା ଅଣ-କନ୍ନଡ଼ ଭାଷାରେ ଲେଖା ଯାଇଥିଲା ସେ ସବୁକୁ କର୍ମୀ ମାନେ ଫାଡି ଦେଇଥିଲେ ।

ସହରରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ପାଇଁ ଡିସିପି ଲକ୍ଷ୍ମୀ ପ୍ରସାଦଙ୍କ ନେତୃତ୍ବରେ କଡ଼ା ବନ୍ଦୋବସ୍ତ କରାଯାଇଥିଲା । ସହରର ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପୋଲିସ ବଳ ନିୟୋଜିତ ହୋଇଥିଲେ । ଏନେଇ ଜଣେ ଏସିପି , ୬ ଇନ୍ସପେକ୍ଟର, ୧୨ ସବ ଇନ୍ସପେକ୍ଟର ସମେତ ୫୦୦ରୁ ଅଧିକ ପୋଲିସ କର୍ମୀ ମୁତୟନ ହୋଇଥିଲେ । ବେଙ୍ଗାଲୁରୁ ଏୟାର ପୋର୍ଟ ରୋଡରେ ପୂର୍ବରୁ ବ୍ୟାରିକେଡ ଲଗାଯାଇଥିଲା ।

ପ୍ରକାଶଯୋଗ୍ୟ ଯେ କାରାବେ (କର୍ଣ୍ଣାଟକ ରକ୍ଷଣ ବେଦିକେ)ର କର୍ମକର୍ତ୍ତା ମାନେ କନ୍ନଡ଼ ଭାଷାରେ ନେମପ୍ଲେଟ ନ ଲଗାଉ ଥିବା ଲୋକଙ୍କ ଉପରେ ନିଜର ରାଗ ସୁଝାଇ ଥିଲେ । ଏହି ରାଲିର ନେତୃତ୍ବ ନେଇଥିବା ନାରାୟଣ ଗୌଡ଼ାଙ୍କୁ ପୋଲିସ ନିଜ ହେପାଜତରେ ନେଇଛି । ନାରାୟଣ ଗୌଡ଼ା ଉପରିସ୍ଥ ଅଣ-କନ୍ନଡ଼ ଅଧିକାରୀ ମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ କରିବା ସହ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କଥା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...କର୍ଣ୍ଣାଟକରେ ମାଡୁଛି କୋରୋନା, ସଂକ୍ରମିତଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ

ଗତ କିଛି ଦିନ ତଳେ ବୃହତ ବେଙ୍ଗାଲୁରୁ ମହାନଗର ପାଳିକା ଦ୍ବାରା ୨୮ ଫେବୃଆରୀ ପର୍ଯ୍ୟନ୍ତ ନଗର ପାଳିକା ଅନ୍ତର୍ଗତ ଆସୁଥିବା ସମସ୍ତ ଦୋକାନ ରେ ୬୦ % ଯାଏଁ କନ୍ନଡ଼ ଭାଷାରେ ନେମପ୍ଲେଟ ଲଗାଇବାକୁ ନିର୍ଦେଶ ଦିଆଯାଇ ଥିଲା । ଏହି ନିୟମର ଅବମାନନାକାରୀଙ୍କ ବିରୁଦ୍ଧ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା କଥା ନଗର ପାଳିକା କହିଥିଲା । ନିୟମ ନ ମାନୁଥିବା ଦୋକାନର ଲାଇସେନସ ରଦ୍ଦ କରିବାର ଧମକ ମଧ୍ୟ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details