ଓଡିଶା

odisha

By

Published : Mar 3, 2021, 3:25 PM IST

ETV Bharat / bharat

ସେକ୍ସ ସ୍କାଣ୍ଡାଲ ମାମଲା: ଇସ୍ତଫା ଦେଲେ କର୍ଣ୍ଣାଟକ ମନ୍ତ୍ରୀ ରମେଶ ଜାରକିହୋଲି

କର୍ଣ୍ଣାଟକ ସରକାଙ୍କ ମନ୍ତ୍ରୀ ରମେଶ ଜାରକିହୋଲି ଦେଇଛନ୍ତି ଇସ୍ତଫା । ସେକ୍ସ ସ୍କାଣ୍ଡାଲ ମାମଲାକୁ ନେଇ ବିବାଦରେ ଘେରି ହୋଇଥିଲେ ମନ୍ତ୍ରୀ । ଅଧିକ ପଢନ୍ତୁ...

ସେକ୍ସ ସିଡି ମାମଲା: ଇସ୍ତଫା ଦେଲେ କର୍ଣ୍ଣାଟକ ମନ୍ତ୍ରୀ ରମେଶ ଜାରକିହୋଲୀ
ସେକ୍ସ ସିଡି ମାମଲା: ଇସ୍ତଫା ଦେଲେ କର୍ଣ୍ଣାଟକ ମନ୍ତ୍ରୀ ରମେଶ ଜାରକିହୋଲୀ

ବେଙ୍ଗାଲୁରୁ: ସେକ୍ସ ସିଡି ମାମଲାକୁ ନେଇ ବିବାଦରେ ଘେରି ହୋଇଥିବା କର୍ଣ୍ଣାଟକ ସରକାଙ୍କ ମନ୍ତ୍ରୀ ରମେଶ ଜାରକିହୋଲି ଦେଇଛନ୍ତି ଇସ୍ତଫା । ବିବାଦ ମଧ୍ୟରେ ବୁଧବାର ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପାଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ରମେଶ ଜାରକିହୋଲି ।

ରମେଶ ଜାରକିହୋଲି ନିଜ ଇସ୍ତଫା ପତ୍ର ଜରିଆରେ କହିଛନ୍ତି, ତାଙ୍କ ଉପରେ ଯେଉଁ ଅଭିଯୋଗ ଲଗାଯାଇଛି ତାହା ସତ୍ୟଠାରୁ ଅନେକ ଦୂରରେ । ତେବେ ଏହି ମାମଲାରେ ନିର୍ଦ୍ଦୋଶ ସାବ୍ୟସ୍ତ ହେବେ ବୋଲି ବିଶ୍ବାସର ସହିତ କହିଛନ୍ତି ମନ୍ତ୍ରୀ ଜାରକିହୋଲି । ତେବେ ନୈତିକ ଆଧାରରୁ ଇସ୍ତଫା ଦେଉଥିବା ସେ କହିଛନ୍ତି ।

ସେକ୍ସ ସିଡି ମାମଲା: ଇସ୍ତଫା ଦେଲେ କର୍ଣ୍ଣାଟକ ମନ୍ତ୍ରୀ ରମେଶ ଜାରକିହୋଲୀ

ନିକଟରେ କର୍ଣ୍ଣାଟକର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ସିଡି ଜାରି କରିଥିଲେ । ଏଥିରେ ଅଭିଯୋଗ କରାଯାଇଥିଲା ଯେ ମନ୍ତ୍ରୀ ରମେଶ ଜାରକିହୋଲି ଜଣେ ମହିଳାଙ୍କୁ ଚାକିରୀ ଦେବା ନାଁରେ ତାଙ୍କର ଯୌନ ଶୋଷଣ କରିଥିଲେ ।

ସିଡି ସାମ୍ନାକୁ ଆସିବା ପରେ କର୍ଣ୍ଣାଟକ ରାଜ୍ୟ ରାଜନୀତିରେ ଭୂମିକମ୍ପ ସୃଷ୍ଟି ହୋଇଛି । କଂଗ୍ରେସ ପକ୍ଷରୁ କ୍ରମାଗତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇ ଆସୁଥିଲା । ଏହାସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଥିଲେ ବିରୋଧୀ ।

ରମେଶ ଜାରକିହୋଲୀ କର୍ଣ୍ଣାଟକ ସରକାରରେ ଜଳ ସଂରକ୍ଷଣ ମନ୍ତ୍ରୀ ଥିଲେ । ଅଭିଯୋଗ ଥିଲା ଯେ କର୍ଣ୍ଣାଟକ ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲମିଟେଡରେ ମହିଳାଙ୍କୁ ଚାକିରୀ ଦେବା ନାଁରେ ତାଙ୍କର ଯୌନ ଶୋଷଣ କରାଯାଇଥିଲା । ଏହା ସହିତ ଜଡିତ ସିଡିକୁ ଜାରି କରିଥିଲେ ସାମାଜିକ କାର୍ଯ୍ୟକର୍ତ୍ତା ଦିନେଶ କଲ୍ଲାହଲୀ ।

ABOUT THE AUTHOR

...view details