ଓଡିଶା

odisha

ସ୍ବାମୀକୁ ପିଟୁଛି ସ୍ତ୍ରୀ, ପିଏମଓକୁ ଟ୍ବିଟ କରି ସୁରକ୍ଷା ମାଗିଲେ ସ୍ବାମୀ

By

Published : Nov 2, 2022, 10:35 PM IST

ସ୍ବାମୀକୁ ପିଟୁଛି ସ୍ତ୍ରୀ । ପିଏମଓକୁ ଟ୍ବିଟ କରି ସୁରକ୍ଷା ମାଗିଲେ ସ୍ବାମୀ । କର୍ଣ୍ଣାଟକରେ ସ୍ତ୍ରୀ ପିଟୁଥିବା ନେଇ ଟ୍ବିଟ କରି ଅଭିଯୋଗ କଲେ ସ୍ବାମୀ । ବେଙ୍ଗାଲୁରୁ ସିଟି ପୋଲିସ କମିଶନର ପ୍ରତାପ ରେଡ୍ଡୀ ଟ୍ବିଟର ଜବାବ ଦେଇଛନ୍ତି । କହିଛନ୍ତି ପୋଲିସ ଷ୍ଟେସନକୁ ଆସି ଅଭିଯୋଗ କରିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଧିକ ପଢନ୍ତୁ

ସ୍ବାମୀକୁ ପିଟୁଛି ସ୍ତ୍ରୀ, ପିଏମଓକୁ ଟ୍ବିଟ କରି ଅଭିଯୋଗ କଲେ ସ୍ବାମୀ
ସ୍ବାମୀକୁ ପିଟୁଛି ସ୍ତ୍ରୀ, ପିଏମଓକୁ ଟ୍ବିଟ କରି ଅଭିଯୋଗ କଲେ ସ୍ବାମୀ

ବେଙ୍ଗାଲୁରୁ: ସ୍ତ୍ରୀ ଦୈନିକ ମାଡ ମାରୁଥିବା ନେଇ ସୋସିଆଲ ମିଡିଆ ମାଧ୍ୟମରେ ଅଭିଯୋଗ କଲେ ସ୍ବାମୀ । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ମାଡ ମାରୁଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସାହାଯ୍ୟ ଓ ସୁରକ୍ଷା ମାଗିଛନ୍ତି । ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ପ୍ରତିଦିନ ମାଡ ମାରୁଛନ୍ତି । ଏଥିସହ ତାଙ୍କ ପତ୍ନୀ ତାଙ୍କୁ ହତ୍ୟା ଧମକ ଦେଉଥିବା ମଧ୍ୟ କହିଛନ୍ତି ।

ସ୍ବାମୀକୁ ପିଟୁଛି ସ୍ତ୍ରୀ, ପିଏମଓକୁ ଟ୍ବିଟ କରି ଅଭିଯୋଗ କଲେ ସ୍ବାମୀ

ବେଙ୍ଗାଲୁରୁର ୟଦୁନନ୍ଦନ ଆଚାର୍ଯ୍ୟ (Yadunandan Acharya) ସୋସିଆଲ ମିଡିଆ ମାଧ୍ୟମରେ ପିଏମଓଙ୍କୁ ଅଭିଯୋଗ କରିଛନ୍ତି । ସେ ତାଙ୍କର ଟ୍ବିଟର ମାଧ୍ୟମରେ ବେଙ୍ଗାଲୁରୁ ସିଟି ପୋଲିସ କମିଶନର ପ୍ରତାପ ରେଡ୍ଡୀ (Bengaluru City Police Commissioner Pratap Reddy) ଏବଂ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ(Union Minister for Law and Justice Kiren Rijiju)ଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି ।

ତେବେ ଏନେଇ ୟଦୁନନ୍ଦନ ଟ୍ବିଟରରେ ଲେଖିଛନ୍ତି, "କେହି ମତେ ସାହାଯ୍ୟ କରିବେ କି ? ଏମିତି ଘଟଣାରେ ମତେ କେହି ସାହାଯ୍ୟ କଲେ କି ? ନା, କାରଣ ମୁଁ ଜଣେ ପୁରୁଷ ! ମୋ ସ୍ତ୍ରୀ ମତେ ଛୁରୀରେ ଆକ୍ରମଣ କରିଥିଲା । ସ୍ତ୍ରୀ ଛୁରୀରେ ଆକ୍ରମଣ କରିବା ପରେ ହାତରୁ ରକ୍ତ ମଧ୍ୟ ବାହାରିଥିଲା । କଣ ଏହା ହେଉଛି ନାରୀ ଶକ୍ତି ଯାହାକୁ ଆପଣ ପ୍ରୋତ୍ସାହିତ କରୁଛନ୍ତି ? ମୁଁ କଣ ତାଙ୍କ(ପତ୍ନୀ) ବିରୋଧରେ ପାରିବାରିକ ହିଂସା ମାମଲା ଦାୟର କରିପାରିବି ? ନାହିଁ !"

ବେଙ୍ଗାଲୁରୁ ପୋଲିସ କମିଶନର ପ୍ରତାପ ରେଡ୍ଡୀ ୟାଦୁନନ୍ଦନଙ୍କ ଟ୍ବିଟର ଜବାବ ଦେଇଛନ୍ତି । ପୋଲିସ ଷ୍ଟେସନକୁ ଯାଇ ଏନେଇ ଅଭିଯୋଗ କରିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ପ୍ରତାପ ରେଡ୍ଡୀ ସୂଚାଇଛନ୍ତି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details