ଓଡିଶା

odisha

JDS ବିଧାୟକଙ୍କ ଦବଙ୍ଗଗିରି: କଲେଜ ପ୍ରିନ୍ସିପାଲଙ୍କୁ ମାରିଲେ ଚାପୁଡା

କର୍ଣ୍ଣାଟକରେ ଜଣେ JDS ବିଧାୟକଙ୍କ ଔଧତ୍ୟ ସାମ୍ନାକୁ ଆସିଛି । ଏକ କଲେଜର ପ୍ରିନ୍ସିପାଲଙ୍କୁ ଚାପୁଡା ମାରିଛନ୍ତି JDS ବିଧାୟକ । ଅଧିକ ପଢନ୍ତୁ

By

Published : Jun 23, 2022, 10:06 AM IST

Published : Jun 23, 2022, 10:06 AM IST

JDS ବିଧାୟକଙ୍କ ଦବଙ୍ଗଗିରି: ପ୍ରିନ୍ସିପାଲଙ୍କୁ ମାରିଲେ ଚାପୁଡା
JDS ବିଧାୟକଙ୍କ ଦବଙ୍ଗଗିରି: ପ୍ରିନ୍ସିପାଲଙ୍କୁ ମାରିଲେ ଚାପୁଡା

ବେଙ୍ଗାଲୁରୁ:କର୍ଣ୍ଣାଟକରେ ଜଣେ JDS ବିଧାୟକଙ୍କ ଔଧତ୍ୟ ସାମ୍ନାକୁ ଆସିଛି । ସାଧାରଣ ପ୍ରଶ୍ନକୁ ନେଇ ଏକ କଲେଜର ପ୍ରିନ୍ସିପାଲଙ୍କୁ ସର୍ବସମ୍ମୁଖରେ ଚାପୁଡା ମାରିଲେ ଜେଡିଏସ ବିଧାୟକ ଏମ ଶ୍ରୀନିବାସ । କଲେଜରେ ଏକ କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା ନେଇ ପ୍ରିନ୍ସିପାଲଙ୍କୁ କିଛି ପ୍ରଶ୍ନ କରିଥିଲେ ବିଧାୟକ ଶ୍ରୀନିବାସ । ପ୍ରିନ୍ସିପାଲଙ୍କ ଉତ୍ତରରେ ଉତକ୍ଷିତ ହୋଇ ବିଧାୟକ ତାଙ୍କୁ ଚାପୁଡା ମାରିଥିଲେ । ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ସମଗ୍ର ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ସମ୍ପୃକ୍ତ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ଜୋର ଧରିଛି ।

ସୂଚନା ଅନୁସାରେ ମାଣ୍ଡ୍ୟା ବିଧାନସଭା କ୍ଷେତ୍ରରୁ ବିଧାୟକ ଥିବା ଏମ.ଶ୍ରୀନିବାସ ଗତ 20 ତାରିଖରେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ସରକାରୀ ITI କେନ୍ଦ୍ର ପରିଦର୍ଶନ କରିବାକୁ ଯାଇଥିଲେ । ସେଠାରେ ଜାରି ରହିଥିବା କମ୍ପ୍ୟୁଟର ଲ୍ୟାବ ସମେତ ଅନ୍ୟ କିଛି ବିକାଶମୂଳକ କାର୍ଯ୍ୟର ତଦାରଖ ମଧ୍ୟ କରିଥିଲେ । ପ୍ରିନ୍ସିପାଲଙ୍କୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ପ୍ରଶ୍ନ କରିଥିଲେ ବିଧାୟକ ।

ତେବେ ପ୍ରିନ୍ସିପାଲଙ୍କ ଉତ୍ତରରେ ଉତ୍ତେଜିତ ହୋଇ ବିଧାୟକ ତାଙ୍କୁ ଚାପୁଡା ମାରିଥିଲେ । ଘଟଣା ନେଇ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ପ୍ରିନ୍ସିପାଲ । କୌଣସି ବ୍ୟକ୍ତିଗତ କାରଣରୁ ବିଧାୟକ ତାଙ୍କୁ ଆକ୍ରମଣ କରିଥିବା ଗଣମାଧ୍ୟମକୁ ସେ ସୂଚନା ଦେଇଛନ୍ତି । ଜଣେ ଜନ ପ୍ରତିନିଧିଙ୍କର ଏପରି ବ୍ୟବହାର ସାଧାରଣରେ ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details