ଓଡିଶା

odisha

ETV Bharat / bharat

ହିଜାବ ପରିହିତ ଛାତ୍ରୀଙ୍କ ଐତିହାସିକ ରେକର୍ଡ, ବିଶ୍ବବିଦ୍ୟାଳୟରେ ଜିତିଲେ ୧୬ସ୍ବର୍ଣ୍ଣ ପଦକ - କର୍ଣ୍ଣାଟକରେ ହିଜାବ ପରିହିତ ଛାତ୍ରୀଙ୍କ ସଫଳତା

କର୍ଣ୍ଣାଟକରେ ଐତିହାସିକ ସଫଳତା ପାଇଛନ୍ତି ହିଜାବ ପରିହିତ ଛାତ୍ରୀ । ବିଶ୍ବବିଦ୍ୟାଳୟରେ ଜିତିଲେ ୧୬ ସ୍ବର୍ଣ୍ଣ ପଦକ । ଅଧିକ ପଢନ୍ତୁ

ହିଜାବ ପରିହିତ ଛାତ୍ରୀଙ୍କ ଐତିହାସିକ ରେକର୍ଡ, ବିଶ୍ବବିଦ୍ୟାଳୟରେ ଜିତିଲେ ୧୬ ସ୍ବର୍ଣ୍ଣ ପଦକ
ହିଜାବ ପରିହିତ ଛାତ୍ରୀଙ୍କ ଐତିହାସିକ ରେକର୍ଡ, ବିଶ୍ବବିଦ୍ୟାଳୟରେ ଜିତିଲେ ୧୬ ସ୍ବର୍ଣ୍ଣ ପଦକ

By

Published : Mar 20, 2022, 9:05 PM IST

ବେଙ୍ଗାଲୁରୁ:କର୍ଣ୍ଣାଟକରେ ଐତିହାସିକ ସଫଳତା ପଇଛନ୍ତି ହିଜାବ ଛାତ୍ରୀ । କର୍ଣ୍ଣାଟକର ରାଇଚୁରର ଛାତ୍ରୀ ବୁଶ୍ରା ମାଟିନ୍ ବିଶ୍ବେଶ୍ବରାୟା ଟେକ୍ନୋଲୋଜିକାଲ ୟୁନିଭରସିଟି (VTU) ର ପ୍ରଥମ ଛାତ୍ରୀ ଭାବେ ୧୬ସ୍ବର୍ଣ୍ଣ ପଦକ ଜିତି ଏହି ଐତିହାସିକ ସଫଳତାର ଅଧିକାରିଣୀ ହୋଇଛନ୍ତି । ରାଇଚୁର ଏସଏଲଏନ କଲେଜରୁ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିବା ମାଟିନ୍ VTU ର 21ତମ ବାର୍ଷିକ ସମ୍ମିଳନୀରେ ସମ୍ମାନିତ ହୋଇଛନ୍ତି ।

ହିଜାବ ପରିହିତ ଛାତ୍ରୀଙ୍କ ଐତିହାସିକ ରେକର୍ଡ, ବିଶ୍ବବିଦ୍ୟାଳୟରେ ଜିତିଲେ ୧୬ ସ୍ବର୍ଣ୍ଣ ପଦକ

VTU ଭାଇସ ଚାନ୍ସସେଲର ଡ.କରୀସିଦପ୍ପା ମାଟିନଙ୍କୁ ଏହି ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି । ବିଶ୍ବବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ସର୍ବାଧିକ 13ଟି ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ ଥିଲା, ଯାହାକୁ ଅତିକ୍ରମ କରି ନୂତନ କିର୍ତ୍ତିମାନ ସ୍ଥାପନ କରିଛନ୍ତି ମାଟିନ । ହିଜାବ ପରିଧାନକୁ ନେଇ ବିବାଦ ଲାଗି ରହିଥିବା ବେଳେ ମାଟିନଙ୍କ ସଫଳତା ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି ।

କଂଗ୍ରେସ ନେତା ଏନ.ଏସ ବୋସେରାଜୁ ମାଟିନଙ୍କୁ ସାକ୍ଷାତ କରିବା ସହ ଐତିହାସିକ ସଫଳତା ପାଇଁ ବଧାଇ ଜଣାଇଛନ୍ତି । ମାଟିନ ହାସଲ କରିଥିବା ପଦକଗୁଡିକ ମଧ୍ୟରେ ଏସ.ଜି ବାଲେକୁଣନ୍ଦ୍ରୀ ସ୍ୱର୍ଣ୍ଣ ପଦକ, ଜ୍ୟୋତି ସ୍ୱର୍ଣ୍ଣ ପଦକ, ଏନ.କ୍ରୀଷ୍ଣମୂର୍ତ୍ତି ମେମୋରିଆଲ ସ୍ୱର୍ଣ୍ଣ ପଦକ, JNU ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ, VTU ସ୍ୱର୍ଣ୍ଣ ପଦକ ଏବଂ ଆର.ଏନ୍ ସେଟ୍ଟି ସ୍ୱର୍ଣ୍ଣ ପଦକ ପ୍ରମୁଖ ରହିଛି । ଏହା ବ୍ୟତୀତ ତାଙ୍କୁ ପୁରସ୍କାର ଭାବେ କ୍ୟାସ ପ୍ରାଇଜ ମଧ୍ୟ ପ୍ରଦାନ କରାଯାଇଥିଲା । ହିଜାବକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ମାଟିନଙ୍କ ଏପରି ଐତିହାସିକ ସଫଳତା ନେଇ କର୍ଣ୍ଣାଟକରେ ଚର୍ଚ୍ଚାର ବିଷୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details