ଓଡିଶା

odisha

ETV Bharat / bharat

ସେକ୍ସ ସିଡି ମାମଲା: ପୀଡିତାଙ୍କ ବୟାନ ରେକର୍ଡ ପାଇଁ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ - କର୍ଣ୍ଣାଟକ ହାଇକୋର୍ଟ

ସୋମବାର ‘ସେକ୍ସ ସିଡି ମାମଲା’ରେ ପୀଡିତାଙ୍କ ଆଇନ ପରାମର୍ଶଦାତା କହିଛନ୍ତି ଯେ ଦୁଷ୍କର୍ମ ପୀଡିତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବା ପାଇଁ ସେ କର୍ଣ୍ଣାଟକ ହାଇକୋର୍ଟଙ୍କଠାରୁ ନିର୍ଦ୍ଦେଶ ପାଇଛନ୍ତି । ଓକିଲ ଜଗଦେଶ କେ.ଏନ ମହାଦେବ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ନିର୍ଦ୍ଦେଶରେ ତାଙ୍କୁ କୋର୍ଟରେ ହାଜର ହେବାର ପ୍ରକୃତ ତାରିଖ କିମ୍ବା ସମୟ ଉଲ୍ଲେଖ କରାଯାଇ ନାହିଁ। ଅଧିକ ପଢନ୍ତୁ...

କର୍ଣ୍ଣାଟକ ହାଇକୋର୍ଟ
କର୍ଣ୍ଣାଟକ ହାଇକୋର୍ଟ

By

Published : Mar 30, 2021, 12:25 PM IST

ବେଙ୍ଗାଲୁରୁ: ସୋମବାର ‘ସେକ୍ସ ସିଡି ମାମଲା’ରେ ପୀଡିତାଙ୍କ ଆଇନ ପରାମର୍ଶଦାତା କହିଛନ୍ତି ଯେ ଦୁଷ୍କର୍ମ ପୀଡିତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବା ପାଇଁ ସେ କର୍ଣ୍ଣାଟକ ହାଇକୋର୍ଟଙ୍କଠାରୁ ନିର୍ଦ୍ଦେଶ ପାଇଛନ୍ତି । ଓକିଲ ଜଗଦେଶ କେ.ଏନ ମହାଦେବ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ନିର୍ଦ୍ଦେଶରେ ତାଙ୍କୁ କୋର୍ଟରେ ହାଜର ହେବାର ପ୍ରକୃତ ତାରିଖ କିମ୍ବା ସମୟ ଉଲ୍ଲେଖ କରାଯାଇ ନାହିଁ। ଏହି ସମୟ ମଧ୍ୟରେ ମହିଳା ଜଣକ ତାଙ୍କ ବିବୃତ୍ତି ରେକର୍ଡ କରିବେ । ସୋମବାର ମାଜିଷ୍ଟ୍ରେଟ କୋର୍ଟରେ ପୋଲିସ ସୁରକ୍ଷା ବ୍ୟବସ୍ଥା କରିଥିଲା। କୋର୍ଟ ପରିସରରେ 2 ଜଣ ଡିସିପି, 5 ଏସିପି, 10 ଇନ୍ସପେକ୍ଟର ଏବଂ 100 ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ।

ତେବେ ମହାଦେବ କହିଛନ୍ତି, ‘ସେ ମାଜିଷ୍ଟ୍ରେଟଙ୍କ ନିକଟରେ ବିବୃତ୍ତି ଦେବା ପରେ ହିଁ ଆମେ ଏସଆଇଟି ସହ ସହଯୋଗ କରିବୁ। ଆମେ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ପୋଲିସକୁ ଅନୁରୋଧ କରୁଛୁ। ପ୍ରକାଶଥାଉକି,ମହିଳା ଜଣକ ଭିଡିଓ କ୍ଲିପ୍ ମାଧ୍ୟମରେ ଅଜ୍ଞାତ ସ୍ଥାନରୁ ଲିଖିତ ବିବୃତ୍ତି ମାଧ୍ୟମରେ ନିଜର ମତ ପ୍ରକାଶ କରୁଛନ୍ତି । SIT ଅଧିକାରୀମାନେ ତାଙ୍କୁ ଟ୍ରାକ୍ କରିବାକୁ ଚେଷ୍ଟା କରୁଛନ୍ତି । ମାର୍ଚ୍ଚ 28 ତାରିଖ ଦିନ ତିନି ପୃଷ୍ଠାର ଚିଠିରେ ମହିଳା ମୁଖ୍ୟବିଚାରପତିଙ୍କୁ ତାଙ୍କ ସୁରକ୍ଷା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ।

ସେ ଚିଠିରେ ଦର୍ଶାଇଛନ୍ତି ଯେ ସେ ଜଣେ ଦୁଷ୍କର୍ମ ଶିକାର ଏବଂ ପୂର୍ବତନ ମନ୍ତ୍ରୀ ରମେଶ ଜାର୍କିହୋଲିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ପୀଡିତା କହିଛନ୍ତି, ‘ରମେଶ ଜାର୍କିହୋଲିଙ୍କ ଠାରୁ ମୋର ତଥା ମୋର ପିତାମାତାଙ୍କ ପ୍ରତି ବିପଦ ରହିଛି ତେଣୁ ଆମକୁ ସୁରକ୍ଷା ଯୋଗାଇ ଦେବାକୁ ଏସଆଇଟିଙ୍କୁ ଅନୁରୋଧ କରୁଛି ’ । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଚାକିରି ବଦଳରେ ଯୌନ ଶୋଷଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details