ଓଡିଶା

odisha

Karnataka elections: 29ରୁ ପ୍ରଚାର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ

By

Published : Apr 23, 2023, 11:02 PM IST

କର୍ଣ୍ଣାଟକରେ ଶକ୍ତି ପ୍ରଦର୍ଶନ କରିବ ବିଜେପି । 29ରୁ ପ୍ରଚାର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ । ଅନ୍ୟ ପ୍ରମୁଖ ନେତା ମଧ୍ୟ କରିବେ ମାରାଥନ ପ୍ରଚାର । ଅଧିକ ପଢନ୍ତୁ

PM Modi's rally on April 29
PM Modi's rally on April 29

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ତାର ସମସ୍ତ ଶକ୍ତି ଖଟାଇବା କ୍ଷମତା ବଜାୟ ରଖିବାକୁ ପ୍ରୟାସ ଆରମ୍ଭ କରିଛି । ଏକମାତ୍ର ଦକ୍ଷିଣ ଭାରତ ରାଜ୍ୟ ଭାବେ କର୍ଣ୍ଣାଟକରେ ଦଳ କ୍ଷମତାରେ ରହିଛି । ସେଠାରେ ମଧ୍ୟ ବିରୋଧୀ କଂଗ୍ରେସର ସ୍ଥିତି ଏତେଟା ଦୁର୍ବଳ ନଥିବାରୁ ଦଳ କଡା ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବାକୁ ଯାଉଛି । ଏହାରି ମଧ୍ୟରେ ଦଳ ପ୍ରଚାର ପାଇଁ ରଣନୀତି ମଧ୍ୟ ଧାର୍ଯ୍ୟ କରିସାରିଛି । ତମାମ କେନ୍ଦ୍ରୀୟ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜେ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ।

ଏପ୍ରିଲ 29ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗସ୍ତ କରି ପ୍ରଚାର ଆରମ୍ଭ କରିବାକୁ ଯାଉଥିବା ଦଳ ପକ୍ଷରୁ ସୂଚନା ମିଳିଛି । କେନ୍ଦ୍ର ମନ୍ତ୍ରୀ ପ୍ରହହ୍ଲାଦ ଯୋଶୀଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ମୋଦି ବେଲଗାଭିରୁ ଦଳ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିବେ । ସେ କର୍ଣ୍ଣାଟକର ବେଲାଗାଭିର ଚିକୋଡି, କିଟୁର ଏବଂ କୁଦାଚି ଗସ୍ତରେ ଯିବା ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି । ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ତର କନ୍ନଡା ଜିଲ୍ଲା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି ।

ଅନ୍ୟପଟେ ଦଳର ଅନ୍ୟତମ ହେଭିଓ୍ବେଟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି (ରବିବାର)ଠାରୁ କର୍ଣ୍ଣାଟକ ଗସ୍ତ ଆରମ୍ଭ କରିଛନ୍ତି । ଶାହା ଆସନ୍ତାକାଲି(ସୋମବାର) ମହୀଶୂରର ପ୍ରସିଦ୍ଧ ମାତା ଚାମୁଣ୍ଡେଶ୍ବରୀଙ୍କ ଦର୍ଶନ କରି ପ୍ରଚାର ଅଭିଯାନ ଆରମ୍ଭ କରିବେ । ସେ ହାସନରେ ଏକ ରୋଡ୍ ସୋ ମଧ୍ୟ କରିବେ।

3 ଦିନିଆ ଗସ୍ତରେ ଥିବା ଶାହ 25 ରେ ବାଗାଲକୋଟ ଜିଲ୍ଲାର ଟେରାଡାଲ, ବିଜୟପୁର ଜିଲ୍ଲାର ଦେବରିପଗର୍ଗୀ ଏବଂ ଯାଦାଗିରିରେ ଜନସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେ ଯାଦଗିରିରେ ଏକ ରୋଡ୍ ସୋ’ରେ ମଧ୍ୟ ଅଂଶଗ୍ରହଣ କରିବେ । ଅନ୍ୟପକ୍ଷରେ ବିଜେପି ସଭାପତି ଜେ.ପି ନଡ୍ଡା ଆସନ୍ତାକାଲି(ସୋମବାର) ଠାରୁ କର୍ଣ୍ଣାଟକ ଗସ୍ତରେ ଯିବେ । ସେ ଚିକ୍କାବାଲାପୁର ଜିଲ୍ଲାର ସିଡଲଘାଟାରେ ଏକ ରୋଡ୍ ସୋ’ରେ ଅଂଶଗ୍ରହଣ କରିବେ । ସେ ଉତ୍ତର କାନ୍ନଡା ଜିଲ୍ଲାର ସିରସିରେ ଥିବା ଏକ ମନ୍ଦିର ପରିଦର୍ଶନ କରିବେ ଏବଂ ଅନେକ ସାଧାରଣ ସଭାରେ ସମ୍ବୋଧିତ କରିବେ ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 26 ଏବଂ 29 ଏପ୍ରିଲରେ ଏବଂ ମେ’ 5 ଏବଂ 7ରେ ଚାରିଟି ନିର୍ବାଚନ ସମାବେଶରେ ସମ୍ବୋଧିତ କରିବେ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ 25 ଏପ୍ରିଲରୁ 6 ମେ’ ମଧ୍ୟରେ ରାଜ୍ୟବ୍ୟାପୀ ଆଠଟି ରାଲିରେ ଅଂଶଗ୍ରହଣ କରି ଜନସଭାକୁ ସମ୍ବୋଧିତ କରିବେ । ଦଳର ଫାଏର ବ୍ରାଣ୍ଡ ଚେହେରା ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନାଥ ଚାରିଟି ଏପ୍ରିଲ 26 ଏବଂ 30 ଏବଂ ମେ’ ମାସ 6 ଏବଂ 7 ରେ ଭିନ୍ନ ଭିନ୍ନ ସ୍ଥାନରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

224 ଆସନ ବିଶିଷ୍ଟ ବିଧାନସଭା ଆସନ୍ତା 10 ରେ ମତଦାନ ହେବ ଏବଂ ମେ 13 ରେ ଭୋଟ୍ ଗଣତି ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳ ସଭାପତି ଜେ.ପି ନାଡାଙ୍କ ସମେତ ଭାରତୀୟ ଜନତା ପାର୍ଟି (ବିଜେପି)ର ଅନେକ ବଡ ତଥା କେନ୍ଦ୍ରୀୟ ନେତା କର୍ଣ୍ଣାଟକ ଦଳ ପାଇଁ ପ୍ରଚାର ମଙ୍ଗ ଧରିବେ । ଦଳ ବଶବରାଜ ବୋମ୍ମାଇଙ୍କ ନେତୃତ୍ବରେ କ୍ଷମତା ବଜାୟ ରଖିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ କ୍ଷମତାକୁ ଫେରିବାକୁ ଚେଷ୍ଟା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details