ଓଡିଶା

odisha

ETV Bharat / bharat

ପାଠ୍ୟକ୍ରମରେ ସାମିଲ ହେବ ଭଗବତ ଗୀତା ! ସଙ୍କେତ ଦେଲେ କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ

କର୍ଣ୍ଣାଟକରେ ପାଠ୍ୟକ୍ରମରେ ସାମିଲ ହୋଇପାରେ ଭାଗବତ ଗୀତା । ଏହାକୁ ଅନେକ ରାଜନେତା ସ୍ବାଗତ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ପାଠ୍ୟକ୍ରମରେ ସାମିଲ ହେବ ଭଗବତ ଗୀତା ! ସଙ୍କେତ ଦେଲେ ଶିକ୍ଷାମନ୍ତ୍ରୀ
ପାଠ୍ୟକ୍ରମରେ ସାମିଲ ହେବ ଭଗବତ ଗୀତା ! ସଙ୍କେତ ଦେଲେ ଶିକ୍ଷାମନ୍ତ୍ରୀ

By

Published : Mar 19, 2022, 2:38 PM IST

ବେଙ୍ଗାଲୁରୁ:କର୍ଣ୍ଣାଟକରେ ପାଠ୍ୟକ୍ରମରେ ସାମିଲ ହୋଇପାରେ ହିନ୍ଦୁ ଧର୍ମଗ୍ରନ୍ଥ ଭଗବତ୍‌ ଗୀତା । ରାଜ୍ୟର ଶିକ୍ଷାମନ୍ତ୍ରୀ ବି ନାଗେଶ ଏହାର ସଙ୍କେତ ଦେଇଛନ୍ତି । ପାଠ୍ୟକ୍ରମରେ ଭାଗବତ ଗୀତାକୁ ସାମିଲ କରିବାରେ କୌଣସି ସମସ୍ୟା ନାହିଁ । ପୂର୍ବରୁ ମଧ୍ୟ ଗୁଜୁରାଟରେ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି । ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଶିକ୍ଷା ବ୍ୟବସ୍ଥାରେ ନୈତିକ ବିଜ୍ଞାନର ଯୋଗ ସମ୍ପର୍କରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷା ବିଶେଷଜ୍ଞଙ୍କ ସହିତ ଆଲୋଚନା କରିବେ । ଏହାଦ୍ବାରା ଆଗାମୀ ଦିନରେ ସଠିକ୍ ନିଷ୍ପତ୍ତି ନିଆଯାଇପାରିବ । ଶିକ୍ଷା ବିଶେଷଜ୍ଞମାନେ ଭଗବଦ୍ ଗୀତା ସହିତ ସିଲାବସରେ ବାଇବଲ ଏବଂ କୁରାନରୁ ଅନେକ ତଥ୍ୟ ଯୋଡିବାକୁ କହିପାରିବେ । ଏ ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ଯେତେବେଳେ ଏସଏମ କୃଷ୍ଣା ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ପ୍ରତିଦିନ ରାତିରେ ସେ ଗୀତା ପଢୁଥିଲେ । ଏହା ତାଙ୍କୁ ଶାନ୍ତି ପ୍ରଦାନ କରୁଥିଲା । ଏଣୁ ଭଗବଦ୍ ଗୀତାକୁ ସିଲାବସରେ ଯୋଡିବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Bhagavad Gita in School Syllabus: ସ୍କୁଲରେ ଭାଗବତ ଗୀତା ପଢିବେ ଛାତ୍ରଛାତ୍ରୀ

ସେପଟେ ମନ୍ତ୍ରୀ ମୁରୁଗେଶ ନିରାନୀ କହିଛନ୍ତି ଯେ ଭାଗବତ ଗୀତା ମାନିବକତାର ମୂଲ୍ୟବୋଧର ମହତ୍ତ୍ବ ରହିଛି । ଛୋଟ ପିଲାଙ୍କୁ ଏହା ପଢିବା ଆବଶ୍ୟକ, ଯାହାଦ୍ବାରା ସେମାନଙ୍କ ଜ୍ଞାନର ବିକାଶ ହୋଇପାରିବ । ଗୁଜୁରାଟ ସରକାର ଏହାକୁ ଟେକ୍ସ ବୁକରେ ସାମିଲ କରିବା ପାଇଁ ଘୋଷଣା କରିଛନ୍ତି । ଠିକ ଏହି ଶୈଳୀରେ କର୍ଣ୍ଣାଟକରେ ମଧ୍ୟ ପାଠ୍ୟକ୍ରମରେ ସାମିଲ କରାଯିବ । ସେପଟେ ରାଜନୈତିକ ସଚିବ ରେଣୁକା ଆଚାର୍ଯ୍ୟ ମଧ୍ୟ ଏହି ପ୍ରସଙ୍ଗକୁ ସ୍ବାଗତ କରିଛନ୍ତି ।

ଏହି ପ୍ରସଙ୍ଗ ଉପରେ କେପିସିସି ଅଧ୍ୟକ୍ଷ ଡିକେ ଶିବକୁମାର କହିଛନ୍ତି ଯେ ପାଠ୍ୟକ୍ରମରେ ପୂର୍ବରୁ ଭଗବତ ଗୀତା ଓ ରାମାୟଣ ସାମିଲ ରହିଥିଲା । ବିଭିନ୍ନ ଧର୍ମର ନିୟମାବଳୀ ଓ ବିଚାରଧାରା ସମ୍ପର୍କରେ ଲୋକେ ଜାଣିବା କୌଣସି ଭୁଲ କଥା ନୁହେଁ । ଏଥିଲାଗି ସମାଜରେ କିଛି ନୂଆ କରିବା ଆବଶ୍ୟକତା ରହିଛି । ସେ ଏହାକୁ ମଧ୍ୟ ସ୍ବାଗତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details