ଓଡିଶା

odisha

ETV Bharat / bharat

Karnataka Assembly Poll: ବାଜିଲା ବିଗୁଲ, ମଇ 10ରେ ଭୋଟ 13ରେ ଫଳାଫଳ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଆସନ୍ତା ମଇ 10 ଭୋଟ ଗ୍ରହଣ ହେବ । ଅଧିକ ପଢନ୍ତୁ

By

Published : Mar 29, 2023, 12:10 PM IST

Updated : Mar 29, 2023, 1:20 PM IST

କର୍ଣ୍ଣାଟକ ବିଧାନସଭା ନିର୍ବାଚନ
Karnataka Assembly election

ନୂଆଦିଲ୍ଲୀ:ବାଜିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଗୁଲ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଆସନ୍ତା ମଇ 10ରେ ନିର୍ବାଚନ ଅନୁଷ୍ଠିତ ହେବ । ମଇ 13 ତାରିଖରେ ଭୋଟ ଗଣନା ହେବ । ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଜାତୀୟ ରାଜଧାନୀ ବିଜ୍ଞାନ ଭବନର ପ୍ଲାନେରୀ ହଲରେ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର ରାଜୀବ କୁମାର । କର୍ଣ୍ଣାଟକ ରାଜ୍ୟ ବିଧାନସଭା କାର୍ଯ୍ୟାଳୟ 24 ମଇରେ ଶେଷ ହେଉଛି । ଏହା ପୂର୍ବରୁ ନିର୍ବାଚନ ହେବା ଆକଳନ କରାଯାଉଥିଲା । 224 ଆସନରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । କର୍ଣ୍ଣାଟକରେ ବର୍ତ୍ତମାନ ବିଜେପି ସରକାର ରହିଛି । କଂଗ୍ରେସ ଫେରିବା ନେଇ ଆଶା କରାଯାଉଛି ।

Karnataka Assembly Poll

ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା 5 କୋଟି 21 ଲକ୍ଷ 73 ହଜାର 579 ରହିଛନ୍ତି । ମହିଳା ଭୋଟର ସଂଖ୍ୟା 2 କୋଟି 59 ଲକ୍ଷ ରହିଥିବା 2,62,42,561 ପୁରୁଷ ଭୋଟର ରହିଛନ୍ତି । 4 ହଜାର 699 କିନ୍ନର ଭୋଟର ରହିଛନ୍ତି । ରାଜ୍ୟରେ ନିର୍ବାଚନ ପାଇଁ 58, 282 ପୁଲିଂ ବୁଥ ଗଠନ କରାଯିବ । ଏସସିଙ୍କ ପାଇଁ 36ଟି ଓ ଏସଟିଙ୍କ 15ଟି ଆସନ ସଂରକ୍ଷଣ ରହିଛି । ବୟସ୍କ ବ୍ୟକ୍ତିଙ୍କ ପାଇଁ ଘରୁ ଭୋଟ ଦେବାର ବ୍ୟବସ୍ଥା ରହିଛି । 80 ବୟସ୍କରୁ ଅଧିକ ଭୋଟରଙ୍କ ପାଇଁ ଘରୁ ଭୋଟ ଗ୍ରହଣ କରିବାର ବ୍ୟବସ୍ଥା ରହିଛି । 12 ଲକ୍ଷ 15 ହଜାର ଭୋଟରଙ୍କ ବୟସ 80 ବର୍ଷରୁ ଅଧିକ । ପ୍ରଥମ ଥର ପାଇଁ ଭୋଟ ଦେବାକୁ ଥିବା ଭୋଟରଙ୍କ ସଂଖ୍ୟା ବୃଦ୍ଧି ହୋଇଛି । 2018-19 ସୁଦ୍ଧା ପ୍ରଥମଥର ପାଇଁ ଭୋଟ ଦେବାକୁ ଥିବା ନୂଆ ଭୋଟରଙ୍କ ସଂଖ୍ୟା 9.17 ଲକ୍ଷ ରହିଛି । ଏପ୍ରିଲ 1 ସୁଦ୍ଧା 18 ବର୍ଷ ହୋଇଥିବା ସମସ୍ତ ଯୁବକ ଭୋଟ ଦେଇପାରିବେ ।

ଏପ୍ରିଲ 13 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ଏପ୍ରିଲ 20 । ନାମାଙ୍କନ ଯାଞ୍ଚ ଏପ୍ରିଲ 21 ଓ ପ୍ରତ୍ୟାହାର 24 ତାରିଖ । ରାଜ୍ୟରେ 240 ମଡେଲ ମତଦାନ କେନ୍ଦ୍ର ରହିବ ଯେଉଁଥିରେ ଯୁବକମାନେ ନିୟୋଜିତ ହେବେ । ମହିଳା ପରିଚାଳିତ ବୁଥ 1, 320 ରହିବ । ରାଜ୍ୟରେ ଥିବା ମୋଟ 58 ହଜାର 282 ମତଦାନ କେନ୍ଦ୍ରରୁ 24 ହଜାର 063ଟି ସହରୀ କେନ୍ଦ୍ର ରହିଥିବା ବେଳେ ଗ୍ରାମାଞ୍ଚଳରେ ବୁଥ ସଂଖ୍ୟା 34 ହଜାର 219 ରହିଛି । ଏଥିରୁ 50 ପ୍ରତିଶତ ମତଦାନ କେନ୍ଦ୍ର ତଥା 29 ହଜାର 141 ଟି ବୁଥରେ ୱେବକାଷ୍ଟିଂ କରାଯିବ । 100ଟି ବୁଥରେ ଦିବ୍ୟାଙ୍କ କର୍ମଚାରୀ ନିୟୋଜିତ ରହିବେ । ଚଳିତ ନିର୍ବାଚନରେ କିନ୍ନରମାନଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଛି । କର୍ଣ୍ଣାଟକର 'ଭଲନେରାବଲ ଟ୍ରାଇବାଲ ଗ୍ରୁପ'ରଙ୍କ ଉପରେ ଅଧିକ ବିଶେଷ ଧ୍ୟାନ ଦିଆଯିବ । ସେମାନଙ୍କ ମଧ୍ୟରେ 40 ପଜିଟିଭ ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନା କରାଯିବା ନେଇ ସୂଚନା ହେଇଛନ୍ତି ସିଇସି ।

224 ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବର୍ତ୍ତମାନ ଶାସକ ଦଳ ବିଜେପିର 119 ବିଧାୟକ ଥିବାବେଳେ କଂଗ୍ରେସର 75 ଓ ଜେଡିଏସର 28ଟି ଆସନ ରହିଛି । 2018ରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସକୁ 38.14 ପ୍ରତିଶତ ଭୋଟ ମିଳିଥିଲା । ଜେଡିଏସକୁ 18.3 ପ୍ରତିଶତ ଭୋଟ ମିଳିଥିବାବେଳେ ବିଜେପିକୁ 36.35 ପ୍ରତିଶତ ଭୋଟ ମିଳିଥିଲା । ନିର୍ବାଚନରେ କଂଗ୍ରେସ 80 ଓ ଜେଡିଏସର 37 ପ୍ରାର୍ଥୀ ବିଜୟୀ ହୋଇ ବିଧାନସଭା ପହଞ୍ଚିଥିଲେ ।

ତାରିଖ ଘୋଷଣା ପୂର୍ବରୁ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ କଂଗ୍ରେସ ଦଳ ଆଗୁଆ ରହିଥିଲା । ଗତ 25 ତାରିଖରେ କଂଗ୍ରେସ 124 ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା । କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନାମ ରହିଥିଲା । ସେ ବରୁଣରୁ ଲଢିବେ । ଏହାସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଚିତପୁରରୁ ଲଢିବେ । ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର କନକପୁରା ମଇଦାନରୁ ନିର୍ବାଚନ ଲଢିବେ । ବିଜେପି ଏ ଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 7 ଥର କର୍ଣ୍ଣାଟକ ଗସ୍ତ କରି ରାଜ୍ୟବାସୀଙ୍କୁ ଏକାଧିକ ପ୍ରକଳ୍ପ ଭେଟି ଦେଇଛନ୍ତି ।

Last Updated : Mar 29, 2023, 1:20 PM IST

ABOUT THE AUTHOR

...view details