ଓଡିଶା

odisha

ETV Bharat / bharat

ବ୍ରିଟିଶ ଅମଳରେ ହୋଇଥିଲା ମାମଲା, 108 ବର୍ଷ ପରେ ଆସିଲା ରାୟ

ଜମିଜମା ବିବାଦକୁ ନେଇ ବ୍ରିଟିଶ ଅମଳରେ ହୋଇଥିବା ମାମଲାର 108 ବର୍ଷ ପରେ ରାୟ ଶୁଣାଇଲେ ସିଭିଲ କୋର୍ଟ । ଅଧିକ ପଢନ୍ତୁ

By

Published : May 19, 2022, 2:05 PM IST

ବ୍ରିଟିଶ ଅମଳରେ ହୋଇଥିଲା ମାମଲା, 108 ବର୍ଷ ପରେ ଆସିଲା ରାୟ
ବ୍ରିଟିଶ ଅମଳରେ ହୋଇଥିଲା ମାମଲା, 108 ବର୍ଷ ପରେ ଆସିଲା ରାୟ

ପାଟନା:ବ୍ରିଟିଶ ଶାସନ ଅମଳରେ ଦାୟର ମାମଲାର ରାୟ ଶୁଣାଇଲେ ସିଭିଲ କୋର୍ଟ । ଜମିଜମା ବିବାଦକୁ ନେଇ ବିହାରରେ ଏହି ମାମଲା ଦାୟର ହୋଇଥିଲା । ଦୀର୍ଘ 108 ବର୍ଷ ପରେ ବିହାରର ଏକ ସିଭିଲ କୋର୍ଟ ଏନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ମାମଲାରେ ଜବତ ଜମିକୁ ମୁକୁଳାଇବା ପାଇଁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଶହେ ବର୍ଷ ପରେ ନ୍ୟାୟ ପାଇବା ପରେ କୋଇଲୱାର ନିବାସୀ ମହକିଲ ଅତୁଲ ସିଂହଙ୍କ ପରିବାର ଖୁବ୍ ଖୁସି ହୋଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମାମଲା ଲଢୁଥିବା ପରିବାରର ଚତୁର୍ଥ ପିଢିକୁ ନ୍ୟାୟ ମିଳିଛି । ଗତ ମାର୍ଚ୍ଚରେ ଏହି ଜମିଜମା ମାମଲାରେ କୋର୍ଟଙ୍କ ରାୟ ଆସିଛି ।

ବ୍ରିଟିଶ ଅମଳରେ ହୋଇଥିଲା ମାମଲା, 108 ବର୍ଷ ପରେ ଆସିଲା ରାୟ

1914 ମସିହା ଅର୍ଥାତ୍ 108 ପୂର୍ବେ କୋଇଲୱାରେ ଥିବା 9 ଏକର ଜମି ପାଇଁ ଏହି ଆଇନଗତ ଲଢେଇ ଆରମ୍ଭ ହୋଇଥିଲା । ସୂଚନା ଅନୁଯାୟୀ, ଉକ୍ତ ଜମିର ପ୍ରକୃତ ମାଲିକ ହେଉଛନ୍ତି ସେହି ଅଞ୍ଚଲର ନଥୁନି ଖାନ । 1947 ମସିହାରେ ଭାରତ ପାକିସ୍ତାନ ବିଭାଜନ ସମୟରେ ତାଙ୍କ ବଂଶଧର ପାକିସ୍ତାନ ଚାଲିଯାଇଥିଲେ । ଏହାପୂର୍ବରୁ ନଥୁନି ଖାନଙ୍କ 1911 ମସିହାରେ ଦେହାନ୍ତ ହୋଇଯାଇଥିଲା । ତାଙ୍କ ମୃତ୍ୟୁ ପରେ ଜମିକୁ ନେଇ ନାଥୁନିଙ୍କ ପତ୍ନୀ, ଭଉଣୀ ଓ ଝିଅ ମଧ୍ୟରେ ବିବାଦ ଚାଲିଥିଲା । ଏନେଇ 1914 କୋର୍ଟରେ ଏକ ମକଦ୍ଦମା ଦାୟର ହୋଇଥିଲା ।

ଏହି ସମୟରେ ଜମିର ଜଣେ ଅଂଶଦାରଙ୍କ ଠାରୁ ଦରବାରି ସିଂହ ନାମକ ବ୍ୟକ୍ତି 3 ଏକର ଜମି କିଣିଥିଲେ । ଅନ୍ୟପଟେ ନାଥୁନି ଖାନଙ୍କ ଅନ୍ୟ ଜଣେ ବଂଶଜଙ୍କ ଠାରୁ ଲକ୍ଷ୍ମଣ ସିଂହ ନାମକ ଆଉ ଏକ ବ୍ୟକ୍ତି କିଛି ଜମି କ୍ରୟ କରିଥିଲେ । ଏହାପରେ ଉଭୟ କ୍ରେତାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ଏବଂ ମାମଲା କୋର୍ଟରେ ପହଞ୍ଚିଥିଲା । 1931 ମସିହା ଡିସେମ୍ବରରେ କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ସମସ୍ତ 9 ଏକର ଜମିକୁ ବ୍ୟାଜପ୍ତି କରିଥିଲେ । ଜମିକୁ ମୁକ୍ତ କରିବା ପାଇଁ ଦରବାରି ସିଂହ କୋର୍ଟରେ ମକଦ୍ଦମା ଦାୟର କରିଥିଲେ । 108 ବର୍ଷର ଲଢେଇ ପରେ ଶେଷରେ ଦରବରି ସିଂହଙ୍କ ସପକ୍ଷରେ କୋର୍ଟ ରାୟ ଦେଇଛନ୍ତି । ଏନେଇ ତାଙ୍କ ବଂଶଜ ଅତୁଲ ସିଂହ ଖୁବ୍ ଖୁସିଥିବା ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details