ଓଡିଶା

odisha

ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଉପଲବ୍ଧ ହେବ 250 କୋଟି ଭ୍ୟାକ୍ସିନ: ଜେପି ନଡ୍ଡା

By

Published : Jun 21, 2021, 9:48 PM IST

ଡିସେମ୍ବର ସୁଦ୍ଧା ଦେଶରେ ଉପଲବ୍ଧ ହେବ 250 କୋଟି ଭ୍ୟାକ୍ସିନ । ଦିଲ୍ଲୀର ରାମ ମନୋହର ଲୋହିଆ ହସପିଟାଲରେ ଟୀକାକରଣ ପ୍ରକ୍ରିୟାରେ ସାମିଲ ହେବା ଅବସରରେ ଏହା ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ...

jp nadda says 250 crore vaccines
ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଉପଲବ୍ଧ ହେବ 250 କୋଟି ଭ୍ୟାକ୍ସିନ

ନୂଆଦିଲ୍ଲୀ:ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଉପଲବ୍ଧ ହେବ 250 କୋଟି ଭ୍ୟାକ୍ସିନ । ଆଜି ଦିଲ୍ଲୀର ରାମ ମନୋହର ଲୋହିଆ ହସପିଟାଲରେ ଟୀକାକରଣ ପ୍ରକ୍ରିୟାରେ ସାମିଲ ହେବା ଅବସରରେ ଏହା ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଉପଲବ୍ଧ ହେବ 250 କୋଟି ଭ୍ୟାକ୍ସିନ

ମହାମାରୀ କୋରୋନାର ଦ୍ବିତୀୟ ପର୍ଯ୍ୟାୟରେ ସାରା ଦେଶ ବେଶ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ଦେଶରେ ଚାଲିଛି ଟୀକାକରଣ ପ୍ରକ୍ରିୟା । ସରକାର ଟୀକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଏକ ଅଭିଯାନରେ ଚଲାଉଛନ୍ତି । ଆଜି ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସପିଟାଲରେ ଟୀକାକରଣ ପ୍ରକ୍ରିୟାରେକୁ ପରିଦର୍ଶନ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରସାଦ ନଡ୍ଡା । ଏଠାରେ ଟୀକାକରଣ ପ୍ରକ୍ରିୟାରେ ସାମିଲ ହୋଇଥିବା ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ । ଭ୍ୟାକ୍ସିନ ନେବା ପରେ କି ଭଳି ରହିଛି ସେନେଇ ଲୋକଙ୍କ ସହତି ଆଲୋଚନା କରିଥିଲେ। ମେଡିକାଲର ଡାକ୍ତର, ନର୍ସ ଓ ଷ୍ଟାଫଙ୍କ ସହିତ କଥା ହୋଇଥିଲେ । ଏହା ସହ ଦେଶରେ ଚାଲିଥିବା ଟୀକାକରଣ ପ୍ରକ୍ରିୟାକୁ ପ୍ରଶଂସା କରିବା ସହ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ପ୍ରଶଂସା କରିଛନ୍ତି । ଏହା ଦେଶରେ ବହୁତ ବଡ ଅଭିଯାନ ଓ ସାରା ବିଶ୍ବର ବୃହତ ଟୀକାକରଣ ଅଭିଯାନ ବୋଲି କହିଛନ୍ତି ।

ମହାମାରୀ ମୁକାବିଲାରେ ଦେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଦେଶରେ ଦୁଇଟି ନିଜସ୍ବ ଭ୍ୟାକ୍ସିନ ବିକଶିତ ହୋଇଛି । ଭାରତ ଆଜି ବିଶ୍ବରେ ଟୀକାକରଣ କରୁଛି । ଏହା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁଁ ସମ୍ଭବ ହୋଇଛି । ଏହା ସହ ଟୀକାକରଣକୁ ନେଇ ହୋଇଥିବା ରାଜନୀତିକୁ ନେଇ ବିଭିନ୍ନ ରାଜନୈତିକ ଦଳକୁ ସମାଲୋଚନା କରିଛନ୍ତି ନଡ୍ଡା । ଦେଶରେ ବିରୋଧୀମାନେ ପ୍ରଥମେ ଭ୍ୟାକ୍ସିନ କେବେ ଆସିବ ବୋଲି ପ୍ରଶ୍ନ କିରଥିଲେ । ଭ୍ୟାକ୍ସିନ ଆସିଲା ପରେ ବିରୋଧୀ ମାନେ ଭ୍ୟାକ୍ସିନେସନ ପ୍ରକ୍ରିୟାକୁ ବିରୋଧ କରିବା ପାଇଁ ଯାଇ ବହୁତ ତଳ ସ୍ତରକୁ ଖସିଥିଲେ ଏବଂ ଟୀକା ବିରୋଧରେ ପ୍ରଚାର କରିଥିଲେ ବୋଲି ଜେପି ନଡ୍ଡା କହିଛନ୍ତି ।

ଏହା ଟୀକା ଉତ୍ପାଦନକୁ ନେଇ ମଧ୍ୟ ମତ ରଖିଛନ୍ତି ଜେପି ନଡ୍ଡା। ମେ ମାସରେ ଦେଶରେ 8 କୋଟି ଭ୍ୟାକ୍ସିନ ଉତ୍ପାଦନ ହୋଇଥିବାବେଳେ ଜୁଲାଇରେ 10 କୋଟି ହେବ । ଏହା ସହ ଆସନ୍ତା ଅଗଷ୍ଟରେ 17 କୋଟି ଓ ସେପ୍ଟେମ୍ବରରେ 42 କୋଟି ଭ୍ୟାକ୍ସିନ ଉପଲବ୍ଧ ହେବ । ଡିସେମ୍ବର ମାସ ବେଳକୁ ଦେଶରେ 250 କୋଟିରୁ ଊର୍ଦ୍ଧ୍ବ ଭ୍ୟାକ୍ସିନ ପ୍ରସ୍ତୁତ ହୋଇସାରିଥିବ ବୋଲି କହିଛନ୍ତି ନଡ୍ଡା । ଏହା ସାରା ଦେଶର ଲୋକଙ୍କୁ ପ୍ରଦାନ କରାଯିବ । କୋରୋନା ମହାମାରୀ ମୁକାବିଲାର ଭ୍ୟାକ୍ସିନର ମୁଖ୍ୟ ଅସ୍ତ୍ର ହୋଇଛି ସରକାର ମଧ୍ୟ ସମସ୍ତ ସ୍ତରରେ କାର୍ଯ୍ୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details