ରାଞ୍ଚି: ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ମୁଦ୍ଦାରେ ଜେଏମଏମ (Jharkhand Mukti Morcha) ଓ କଂଗ୍ରେସ ମଧ୍ୟରେ ଉଠିଥିବା ବିବାଦ ଶାନ୍ତ ହେବାର ନାଁ ନେଉନାହିଁ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ଦେବା କଥା ଜାଣି କଂଗ୍ରେସ କ୍ଷୋଭ ପ୍ରକାଶ କରିଛି । ଏ ନେଇ ମଙ୍ଗଳବାର ଦିନତମାମ ସମସ୍ତ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛି । ଏହି ଅବସରରେ ବିଧାୟକ ଓ ଦଳୀୟ ନେତା, କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେଙ୍କୁ ସେମାନଙ୍କ ବିଚାର ବିମର୍ଷ ବିଷୟରେ ଅବଗତ କରାଇଛନ୍ତି । ଏହା ସହିତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ବରେ ରାଜ୍ୟରେ ଚାଲିଥିବା ସରକାରରେ କଂଗ୍ରେର ହେଉଥିବା ବଦନାମ ଓ ଦଳର କ୍ଷତି ବିଷୟରେ ଜଣାଇଛନ୍ତି ।
କଂଗ୍ରେସ ପ୍ରଭାରୀ ସମେତ ଅଧିକାଂଶ ବିଧାୟକ ଏବଂ ନେତା ଏହାକୁ ଗମ୍ଭୀରତା ସହ ନେଇଛନ୍ତି। ମେଣ୍ଟ ଉପରେ ପୁର୍ନବିଚାର କରିବାକୁ ଭାବିଛନ୍ତି। କଂଗ୍ରେସ ପ୍ରଭାରୀଙ୍କ ଆଗରେ ବିଧାୟକ ଅନୁପ ସିଂ ଏବଂ ପ୍ରଦୀପ ଯାଦବଙ୍କୁ ଛାଡି ବାକି ସମସ୍ତ ବିଧାୟକ ମତ ରଖଛନ୍ତି । କଂଗ୍ରେସର ବରିଷ୍ଠ ନେତା ସୁବୋଧ କାନ୍ତ ସାହାୟ, ପୂର୍ବତନ ମନ୍ତ୍ରୀ କେ.ଏନ୍ ତ୍ରିପାଠୀ, ସାଂସଦ ଗୀତା କୋଡା, ପୂର୍ବତନ ମନ୍ତ୍ରୀ ବନ୍ଧୁ ତିର୍କି, ପୂର୍ବତନ ବିଧାୟକ ସୁଖଦେବ ଭାଗତ ମଧ୍ୟ ଅବିନାଶ ପାଣ୍ଡେଙ୍କ ନିକଟରେ ନିଜର ମତ ରଖିଛନ୍ତି ।