ଓଡିଶା

odisha

ETV Bharat / bharat

'ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ' - ନୋବେଲ ପୁରସ୍କାର

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନୋବେଲ ପୁରସ୍କାର ଦେବା ଲାଗି ଦାବି କଲେ ବିଧାୟକ ଜିତନ ରାମ ମାଞ୍ଝୀ । ଅଧିକ ପଢନ୍ତୁ

CM Nitish Kumar should get Nobel Prize
CM Nitish Kumar should get Nobel Prize

By

Published : Mar 28, 2023, 7:27 AM IST

'ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ'

ପାଟନା:ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରଶଂସାରେ ଶତମୁଖ ବିଧାୟକ ଜିତନ ରାମ ମାଞ୍ଝୀ । ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ନୋବେଲ ପୁରସ୍କାର ଦିଆଯାଉ ବୋଲି ସେ ଦାବି କରିଛନ୍ତି । ନୀତିଶଙ୍କ ଅନେକ ବିକାଶମୂଳକ କାର୍ଯ୍ୟର ଆଲୋଚନା କରିବା ପରେ ସେ ଏହି ସର୍ବୋଚ୍ଚ ସମ୍ମାନ ଦେବା ଲାଗି ଦାବି କରିଛନ୍ତି । ବିନିଯୋଗ ବିଧେୟକ ଉପରେ ଆଲୋଚନା ସମୟରେ ଜିତନ ରାମ ଏପରି ମନ୍ତବ୍ୟ ଦେଇଛନ୍ତି ବିଧାୟକ ଜିତନ ।

ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀକୃଷ୍ଣ ସିଂଙ୍କ ପରେ ନୀତିଶ ସବୁଠୁ ଅଧିକ ବିକାଶମୂଳକ କାମ କରିଛନ୍ତି । ସେ ସମସ୍ତ ବର୍ଗର ଲୋକଙ୍କ ପାଇଁ କାମ କରିଛନ୍ତି । ଜୀବିକା, ଜଳ, ଜୀବନ, ପରିବେଶ ଭଳି ବିଶେଷ ଦିଗ ଉପରେ ଧ୍ୟାନ ଦେଇଛନ୍ତି । ବିକାଶମୂଳକ କାର୍ଯ୍ୟରେ ନୀତିଶ ଏକ ମାନଦଣ୍ଡ ପରି କାର୍ଯ୍ୟ କରିଛନ୍ତି । ବିନିଯୋଗ ବିଧେୟକ ଉପରେ ଆଲୋଚନା ସମୟରେ ଜିତନ ରାମ ଏପରି ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ," ବିହାର ଏକ ରୋଗାଗ୍ରସ୍ତ ରାଜ୍ୟ ଥିଲା । ହେଲେ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ଏହି ରୋଗରୁ ମୁକ୍ତ କରାଇଛନ୍ତି । ବିହାରର ଏହି କାଳ ସ୍ବର୍ଣ୍ଣିମ ଅକ୍ଷରରେ ଲେଖାଯିବା ଉଚିତ । ଏଭଳି ବିକାଶମୂଳକ କାର୍ଯ୍ୟ ଲାଗି ନୀତିଶଙ୍କୁ ନୋବେଲ ପୁରସ୍କାର ଦିଆଯିବା ଉଚିତ । "

ଏହା ବି ପଢନ୍ତୁ- Security Breach: ମୋଦିଙ୍କ ପରେ ଶାହଙ୍କ ସୁରକ୍ଷାରେ ତ୍ରୁଟି, ୨ ଗିରଫ

ନୀତିଶଙ୍କୁ ନୋବେଲ ପୁରସ୍କାର ଦେବା ଲାଗି ପୂର୍ବରୁ ମଧ୍ୟ ଅନେକ ଥର ଦାବି କରାଯାଇଛି । ଏହା ପୂର୍ବରୁ ବିଧାନ ପରିଷଦର ମନ୍ତ୍ରୀ ସଞ୍ଜୟ ଝା ଓ ନିକଟରେ ଜେଡିୟୁ ନେତା ଖାଲିଦ ଅନୱର ଏହି ଦାବି କରିଥିଲେ । ସେ କହିଥିଲେ ଯେ ପରିବେଶର ସୁରକ୍ଷା ଲାଗି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯେତେ କାର୍ଯ୍ୟ କରିଛନ୍ତି, ତାହା ପୂର୍ବରୁ କେହି କରିନାହାନ୍ତି । ଏଥିଲାଗି ତାଙ୍କୁ ନୋବେଲ ପୁରସ୍କାର ଦିଆଯିବା ଉଚିତ । ଏବେ ମୁଖ୍ୟମନ୍ତ୍ରୀ ସମସ୍ତ ବର୍ଗ ସହିତ ମହିଳାମାନଙ୍କ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ଏଣୁ ସେ ନୋବେଲ ପୁରସ୍କାର ପାଇବାର ହକଦାର ।

ସୂଚନା ଥାଉ କି ଯେଉଁ ବ୍ୟକ୍ତି ନିଜ ଜୀବନ କାଳରେ ମାନବ ସମାଜର ବିକାଶ ଲାଗି କାର୍ଯ୍ୟ କରିଥାଏ, ଉକ୍ତ ବ୍ୟକ୍ତିକୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ସାହିତ୍ୟ, ଶାନ୍ତି, ଅର୍ଥଶାସ୍ତ୍ର, ଭୌତିକ, ରସାୟନ ଓ ଚିକିତ୍ସା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ପ୍ରଦାନ କରାଯାଇଥାଏ । ସ୍ବିଡେନର ବୈଜ୍ଞାନିକ ଅଲଫ୍ରେଡ ୱନାର୍ଡ ନୋବେଲଙ୍କ ସ୍ମୃତିରେ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥାଏ । ନୋବେଲ ଫାଉଣ୍ଡେସନ ପକ୍ଷରୁ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ ।

ABOUT THE AUTHOR

...view details