ମଦୁରାଇ: ତାମିଲନାଡୁର ସବୁ ସହର ମଧ୍ୟରେ ମଦୁରାଇର ପରିଚୟ ସ୍ବତନ୍ତ୍ର । ଏହାର ପାରମ୍ପାରିକ ତତ୍ତ୍ବରେ ରହିଛି ଆପଣାର ସ୍ବାଦ.. ଆଉ ଏଠାରେ ମିଳୁଥିବା ‘ଜିଗରଥଣ୍ଡା’ ତା ଭିତରୁ ଅନ୍ୟତମ ।
ଯଦିଓ ଏହାର ଉତ୍ପତ୍ତି ମଦୁରାଇରୁ ହୋଇନି ହେଲେ ଟେମ୍ପଲ ସିଟିର ରାଜକୀୟ ପାନୀୟ ପାଲଟିଛି ‘ଜିଗରଥଣ୍ଡା’ । ଏହା ଦେଖିବାକୁ ଯେତିକି ଡିଲିସିୟସ ତା ଠାରୁ ଅଧିକ ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଏହି ସଫ୍ଟ ଡ୍ରିଙ୍କ । ଏଇଥିପାଇଁ ତ ଏଠାକାର ପ୍ରତ୍ୟେକ ଲୋକଙ୍କ ପ୍ରିୟ ଡ୍ରିଙ୍କସ ହୋଇଛି ‘ଜିଗରଥଣ୍ଡା’ । ପର୍ଯ୍ୟଟକ ଏହାର ଖାସ ପ୍ରଂଶସକ ହୋଇଥିଲା ବେଳେ ଏହାକୁ ମନ ଭରି ପିଇବା ସହ ସାଥିରେ ନେବାକୁ ଆଦୌ ଭୁଲନ୍ତିନାହିଁ ।
ଏଠାକାର ସ୍ଥାନୀୟ ଲୋକଙ୍କ ନିୟମିତ ସ୍ବାଦିଷ୍ଟ ପାନୀୟ ଇଚ୍ଛାକୁ ମେଣ୍ଟାଇଆସୁଛି ‘ଜିଗରଥଣ୍ଡା’ । ଏହି ଥଣ୍ଡାର ପ୍ରାଚୀନ ସ୍ବାଦକୁ ଅନୁଭବ କରିବାକୁ କିଛି ପୁରୁଣା ଦୋକାନ ରହିଅଛି ।
ଯଦି ‘ଜିଗରଥଣ୍ଡା’ର ନାମକରଣ ଦେଖିବା , ତେବେ ଏହା ହିନ୍ଦି ଶବ୍ଦରୁ ଆସିଛି । ଜିଗର ଅର୍ଥ କଲିଜା ଆଉ ଥଣ୍ଡା ଅର୍ଥାତ ଶୀତଳ । ତତ୍କାଳ ମଦୁରାଇରେ ଇସଲାମିକ ରାଜା ଏହି ହୃଦୟସ୍ପର୍ଶୀ ‘ଜିଗରଥଣ୍ଡା’କୁ ପରିଚୟ ଦେଇଥିଲେ । ହୃଦୟର ରାଜା ଆଲାଉଦ୍ଦିନ ଖିଲିଜଙ୍କ ସେନାପତି ମଲିକ କପୁର ସର୍ବପ୍ରଥମେ 1311 ଖ୍ରୀଷ୍ଟାବ୍ଦରେ ମଦୁରାଇ ଉପରେ ଆକ୍ରମଣ କରିଥିଲା । ଏହା ପରେ ମହମ୍ମଦ ବିନ ତୋଗଲକ 1318 ଖ୍ରୀଷ୍ଟାବ୍ଦରେ ମଦୁରାଇକୁ ଆଟାକ କରି ନିଜ ପ୍ରତିନିଧିଙ୍କୁ ଶାସନ ଗାଦିରେ ବସାଇଥିଲା । ଆଉ 1335 ଖ୍ରୀଷ୍ଟାବ୍ଦରେ ମଦୁରାଇର ସୁଲତାନ ଭାବେ ନିଜକୁ କରିଥିଲା ଘୋଷିତ । ଏହି ସୁଲତାନ ରାଜାଙ୍କ ମାଧ୍ୟମରେ କ୍ଲାସିକ ଜିଗରଥଣ୍ଡା ସହରକୁ ଆସିଲା ।
ସୁଲତାନ ବଂଶକୁ ପରବର୍ତ୍ତୀ ସମୟରେ ଉପାଡି ଫୋପାଡିଥିଲା ନାୟକ ସାମ୍ରାଜ୍ୟ । କିନ୍ତୁ ‘ଜିଗରଥଣ୍ଡା’ ଚାହିଦା କେବେ ବି କମିନି । ଏହି ପାନୀୟ କ୍ଷୀରର ସର, ବାଦାମ ଅଠାର ମିଶ୍ରଣରେ ପ୍ରସ୍ତୁତ । କୁହାଯାଏ କି ଜିଗରଥଣ୍ଡାକୁ ପ୍ରସ୍ତୁତ କରିବା ପାଇଁ ନାୟକ ପ୍ୟାଲେସରେ ସ୍ବତନ୍ତ୍ର ସେଫଙ୍କୁ ନିଯୁକ୍ତ କରାଯାଇଥିଲା । ନାୟକ ରାଜବଂଶ ଶାସନ କାଳରେ ଏହି ପାନୀୟର ବିକାଶ ହୋଇଥିଲା । ସେପର୍ଯ୍ୟନ୍ତ ଏହା ବାଦାମ ଗୁଣ୍ଡ ସହିତ କ୍ଷୀର କ୍ରିମର ଥିଲା ମିଶ୍ରଣ । ହେଲେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ଆମେରିକୀୟ ମାନେ ଆଇସ ଟ୍ରେଡ ଆରମ୍ଭ ପରେ ଏହି ଡିଲିସିୟସ ଡ୍ରିଙ୍କସ ହେଲା ଥଣ୍ଡା ଥଣ୍ଡା କୁଲ କୁଲ ।