ଓଡିଶା

odisha

ETV Bharat / bharat

ED summons: ହେମନ୍ତଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଝଟକା, ଇଡି ବିରୋଧରେ ଆବେଦନ ଖାରଜ

ଇଡିର ସମନ ବିରୋଧରେ ଝାଡଖଣ୍ଡ ହାଇକୋର୍ଟରେ ହେମନ୍ତ ସୋରେନ କରିଥିବା ଆବେଦନକୁ ଅବୈଧ ଘୋଷଣା କଲେ କୋର୍ଟ। ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Oct 13, 2023, 2:03 PM IST

Jharkhand HC rejects Hemant Sorens plea
Jharkhand HC rejects Hemant Sorens plea

ରାଞ୍ଚି:ଝାଡ଼ଖଣ୍ଡ ହାଇକୋର୍ଟରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝଟକା । ଆର୍ଥିକ ହେରଫେର ମାମଲାରେ ଇଡିର ସମନ ବିରୋଧରେ ମୁଖ୍ୟମନ୍ତ୍ରୀ କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି । ଆଜି କୋର୍ଟରେ ଏସମ୍ପର୍କିତ ଆବେଦନ ଉପରେ ଶୁଣାଣି କରି ହେମନ୍ତଙ୍କ ଆବେଦନକୁ ଅବୈଧ ଘୋଷଣା କରିଛନ୍ତି କୋର୍ଟ । ହେମନ୍ତ ସୋରେନଙ୍କ ତରଫରୁ ବରିଷ୍ଠ ଓକିଲ କପିଲ ସିବଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ପକ୍ଷ ଉପସ୍ଥାପନ କରିଥିବା ବେଳେ ଇଡି ମଧ୍ୟ ନିଜର ଯୁକ୍ତି ଉପସ୍ଥାପନ କରିଥିଲା । ଏହା ପରେ ହାଇକୋର୍ଟ ଏହାର ରାୟ ଶୁଣାଇବା ବେଳେ ସିଏମ୍‌ ହେମନ୍ତ ସୋରେନ୍‌ଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ଇଡି ଦ୍ବାରା ଚାରିଥର ସୋରେନଙ୍କୁ ସମନ କରାଯିବା ପରେ ସେ ହାଇକୋର୍ଟରେ ଇଡି ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ । ଯାହାକୁ ଆଜି କୋର୍ଟ ଆଗ୍ରହ୍ୟ କରିଦେଇଛନ୍ତି ।

ଇଡିର ସମନ ବିରୋଧରେ ସିଏମଙ୍କ ଆବେଦନ ଉପରେ ଆଜି(ଶୁକ୍ରବାର) ଝାଡ଼ଖଣ୍ଡ ହାଇକୋର୍ଟରେ ଶୁଣାଣି ହୋଇଥିଲା । କିନ୍ତୁ କୋର୍ଟ ଏହାକୁ ଖାରଜ କରି କହିଥିଲେ ଯେ, ସିଏମ୍‌ ହେମନ୍ତ ସୋରେନଙ୍କୁ ଇଡିରେ ହାଜର ହେବା ପାଇଁ 4 ଥର ସମନ ଜାରି ହୋଇଥିଲା । ଏହାପରେ ମଧ୍ୟ ସେ ଇଡିରେ ହାଜର ହୋଇନଥିଲେ । ଏହାର ଅବଧି ଶେଷ ହୋଇଛି । PMLA ଆକ୍ଟର ଧାରା 50 ଏବଂ 63 ଆଧାରରେ ଦାଖଲ ହୋଇଥିବା ଆବେଦନକୁ ଅବୈଧ ବୋଲି ଘୋଷଣା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ED summons: ହେମନ୍ତଙ୍କୁ ଝଟକା, ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ କୋର୍ଟ

ଆର୍ଥିକ ହେରଫେର ମାମଲାରେ କେନ୍ଦ୍ରୀୟ ସଂସ୍ଥା ED କାର୍ଯ୍ୟାନୁଷ୍ଠାନରୁ ଆଶ୍ବସ୍ତି ପାଇଁ ପ୍ରଥମେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । କିନ୍ତୁ ହେମନ୍ତଙ୍କ ପିଟିସନର ଶୁଣାଣି କରିବା ପାଇଁ ସର୍ବୋଚ୍ଚ କୋର୍ଟ ମନା କରିଦେଇଥିଲେ । ଏହି ଆବେଦନ ସହ ରାଜ୍ୟ ହାଇକୋର୍ଟରେ ଦ୍ବାରସ୍ଥ ହେବା ପାଇଁ ହେମନ୍ତଙ୍କୁ ସର୍ବୋଚ୍ଚ କୋର୍ଟ ପରାମର୍ଶ ଦେଇଥିଲେ । ସେପ୍ଟେମ୍ବର 23 ତାରିଖରେ ଇଡିରେ ହାଜର ହେବା ପାଇଁ ହେମନ୍ତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୂଆ ସମନ ଜାରି କରିଥିଲା । ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ ହେମନ୍ତ ।

ସୁପ୍ରିମକୋର୍ଟରେ ଆବେଦନ ପ୍ରତ୍ୟାଖ୍ୟାନ ପରେ 23 ସେପ୍ଟେମ୍ବରରେ ଝାଡ଼ଖଣ୍ଡ ହାଇକୋର୍ଟରେ ପହଞ୍ଚିଥିଲେ ସୋରେନ୍‌ । ଲ୍ୟାଣ୍ଡ୍‌ ସ୍କାମ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଗଷ୍ଟ 14 ତାରିଖରେ ପ୍ରଥମେ ହେମନ୍ତଙ୍କୁ ସମନ ଜାରି କରିଥିଲା । ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଦର୍ଶାଇ ସେ ହାଜର ହୋଇନଥିଲେ । ପରେ ତାଙ୍କୁ ଅଗଷ୍ଟ 24 ଓ ସେପ୍ଟେମ୍ବର 9 ତାରିଖରେ ମଧ୍ୟ ହାଜର ହେବା ପାଇଁ ସାନି ନୋଟିସ କରାଯାଇଥିଲା । ହେଲେ ସେ ସେଥର ମଧ୍ୟ ହାଜର ହୋଇନଥିଲେ । ତେବେ ହେମନ୍ତ ଏହି ସମନକୁ ଅବୈଧ ଦର୍ଶାଇବା ସହ ତଦନ୍ତକାରୀ ସଂସ୍ଥାକୁ ନ୍ୟାୟିକ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଥିଲେ । 23 ସେପ୍ଟେମ୍ବରରେ ଚତୁର୍ଥ ଥର ଓ ଅକ୍ଟୋବର 4ରେ ପଞ୍ଚମ ଥର ପାଇଁ ଇଡିରେ ହାଜର ହେବାକୁ ତାଙ୍କୁ ସମନ୍‌ ଜାରି କରାଇଥିଲା ।

ABOUT THE AUTHOR

...view details