ଓଡିଶା

odisha

ETV Bharat / bharat

ଝାଡଖଣ୍ଡ ଖଣି ସଚିବ ପୂଜା ସିଂହଲ ନିଲମ୍ବିତ

ଝାଡଖଣ୍ଡର ଖଣି ସଚିବ ପୂଜା ସିଂହଲ ନିଲମ୍ବିତ । ଆର୍ଥିକ ହେରଫେର ଓ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

By

Published : May 12, 2022, 3:02 PM IST

ଝାଡଖଣ୍ଡ ଖଣି ସଚିବ ପୂଜା ସିଙ୍ଗଲ ନିଲମ୍ବିତ
ଝାଡଖଣ୍ଡ ଖଣି ସଚିବ ପୂଜା ସିଙ୍ଗଲ ନିଲମ୍ବିତ

ରାଞ୍ଚି:ଆର୍ଥିକ ହେରଫେର ଓ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ବାରା ଗିରଫ ହୋଇଥିବା ଝାଡଖଣ୍ଡର ଖଣି ସଚିବ ପୂଜା ସିଂହଲ ନିଲମ୍ବିତ । ଗତକାଲି (ବୁଧବାର) ତାଙ୍କୁ ଗିରଫ କରାଯିବା ପରେ ଆଜି ଝାଡଖଣ୍ଡ ସରକାର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

ପୂଜାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରୁ ପ୍ରାୟ 20 କୋଟି ଟଙ୍କା ଜବତ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍କାନରକୁ ଆସିଥିଲେ ପୂଜା ଓ ତାଙ୍କ ସ୍ବାମୀ । ପୂଜାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ବ୍ୟତୀତ କ୍ଷମତାର ଅପବ୍ୟବହାର କରି ମନରେଗା ଯୋଜନାରେ ଅର୍ଥ ହଡପ ଅଭିଯୋଗ ମଧ୍ୟ ରହିଛି । ଦୀର୍ଘ ଘଣ୍ଟାର ଜେରା ପରେ ଗତକାଲି ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିିଥିଲା । ଆଜି(ଗୁରୁବାର) ତାଙ୍କୁ କାର୍ଯ୍ୟରୁ ଝାଡଖଣ୍ଡ ସରକାର ନିଲମ୍ବିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details