ଓଡିଶା

odisha

By

Published : Dec 10, 2021, 7:27 PM IST

ETV Bharat / bharat

Anti-Mob Lynching Bill: ଝାଡଖଣ୍ଡରେ ଆସୁଛି ବିଲ, ନିୟନ୍ତ୍ରଣ ହେବ ଭିଡ ହିଂସା

ଖୁବଶୀଘ୍ର ଝାଡଖଣ୍ଡ ବିଧାନସଭାରେ ପ୍ରଣୟନ ହେବ ଆଣ୍ଟି-ମବ ଲିଞ୍ଚିଂ ବିଲ୍ (Anti-mob Lynching bill) । ସୂଚନା ଦେଲେ ରାଜ୍ୟ ସଂଖ୍ୟାଲଘୁ ମନ୍ତ୍ରୀ । ଅଧିକ ପଢନ୍ତୁ

ଝାଡଖଣ୍ଡରେ ପ୍ରଣୟନ ହେବ Anti-mob Lynching bill
ଝାଡଖଣ୍ଡରେ ପ୍ରଣୟନ ହେବ Anti-mob Lynching bill

ରାଞ୍ଚି: ଖୁବଶୀଘ୍ର ଝାଡଖଣ୍ଡ ସରକାର ଏକ ଆଣ୍ଟି-ମବ ଲିଞ୍ଚିଂ ବିଲ୍(Anti-mob Lynching bill) ପ୍ରଣୟନ ପାଇଁ ଯୋଜନା କରୁଛନ୍ତି । ଏଥିପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ଆସନ୍ତା ରାଜ୍ୟ ବିଧାନସଭା ଶୀତ ଅଧିବେଶନ (Jharkhand Assembly)ରେ ଆଇନ ପ୍ରଣୟନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଝାଡଖଣ୍ଡ ସଂଖ୍ୟାଲଘୁ ମନ୍ତ୍ରୀ ହାଫିଜୁଲ ହାସନ କହିଛନ୍ତି ଯେ, 'ଏହା ସମସ୍ତଙ୍କ ପାଇଁ ଲାଗୁ ହେବ। ଏନେଇ ଆଇନ ପ୍ରଣୟନ ଚାଲିଛି । ଭବିଷ୍ୟତରେ ମବ ଲିଞ୍ଚିଂ (ଭିଡ ହିଂସା) ଭଳି ଘଟଣାକୁ ଏଡେଇବା ଏବଂ ଏପରି କରୁଥିବା ଲୋକଙ୍କୁ ସତର୍କ କରାଇବା ପାଇଁ ଏହି ଆଇନ ପ୍ରସ୍ତୁତ ହେବ । ପୂର୍ବ ସରକାରରେ ମବ ଲିଞ୍ଚିଂ କରୁଥିବା ଲୋକମାନଙ୍କ ପାଇଁ କୌଣସି କୋଠର ଆଇନ ପ୍ରଣୟନ ହୋଇନଥିଲା । ଏହି ନିୟମ ଲାଗୁ ହେବା ପରେ ଏଭଳି ଘଟଣା ହ୍ରାସ ପାଇବ ।'

ସେ ଆହୁରି ମଧ୍ୟ କରିଛନ୍ତି ଯେ, ଏହି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଏହି ବିଲ୍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏଥିରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କିମ୍ବା ଆଜୀବନ କାରାଦଣ୍ଡର ଦଣ୍ଡବିଧାନ କରାଯିବ। ପୀଡିତଙ୍କ ମୃତ୍ୟୁ ଘଟିଲେ ଏହି ବିଲ ଆଧାରରେ 10 ଲକ୍ଷରୁ ଅଧିକ ଜରିମାନା ଦେବାକୁ ପଡିବ ବୋଲି ସେ କହିଛନ୍ତି ।

ଗତ କିଛି ବର୍ଷ ମଧ୍ୟରେ ଦେଶରେ ସାମ୍ପ୍ରଦାୟିକ ଭେଦଭାବକୁ ଆଧାର କରି ଲିଞ୍ଚିଂଗୁଡିକ ବିଶେଷ ଭାବରେ ବୃଦ୍ଧି ପାଇଥିବାବେଳେ ଝାଡଖଣ୍ଡ ଦେଶରେ ତୃତୀୟ ସ୍ଥାନ ଅଳଙ୍କୃତ କରିଛି । ଝାଡଖଣ୍ଡ ପୂର୍ବରୁ ପଶ୍ଚିମବଙ୍ଗ ଏବଂ ରାଜସ୍ଥାନର ବିଧାନସଭା ମଧ୍ୟ ସମାନ ପ୍ରକାରର ବିଲ୍ ପାରିତ କରିସାରିଛନ୍ତି ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details