ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁଜାତୀୟ ଟେଷ୍ଟିଂ ଏଜେନ୍ସି (NTA)ଦ୍ବାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ମେନ) ଫଳାଫଳ ପ୍ରକାଶ ପାଇଛି । ଇଞ୍ଜିନିୟରିଂ ନାମଲେଖା ପାଇଁ ଦେଶର ସର୍ବବୃହତ ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ମେନ୍ ରେଜଲ୍ଟ 2023 ରେ 43 ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ହାସଲ କରିବାରେ ସଫଳ ହୋଇଛନ୍ତି । JEE ମୁଖ୍ୟ ପରୀକ୍ଷା 2023 ର ଦ୍ବିତୀୟ ସେସନ ଅର୍ଥାତ୍ (ଏପ୍ରିଲ୍ ଶେସନ)ର ଫଳାଫଳ ଆଜି ପ୍ରକାଶ ପାଇଛି । JEE ମେନର ଅଫିସିଆଲ ୱେବସାଇଟ୍ ସହ NTA ର ଅଫିସିଆଲ୍ ntaresults.nic.in ରେ ଫଳାଫଳ ପ୍ରକାଶ ପାଇଛି । ଅଂଶଗ୍ରହଣକାରୀ ଛାତ୍ରାଛାତ୍ରୀ ସାଇଟ୍ରେ ଲଗଇନ୍ କରି ସେମାନଙ୍କ ରୋଲ ନମ୍ବର ଓ ଜନ୍ମ ତାରିଖ ବିବରଣୀ ଆଧାରରେ ଫଳାଫଳ ଜାଣିପାରିବେ ।
ଚଳିତ ବର୍ଷ JEE ମୁଖ୍ୟ ପରୀକ୍ଷାରେ ଦ୍ବିତୀୟ ଶେସନରେ ସମଗ୍ର ଦେଶରେ ପ୍ରାୟ 9 ଲକ୍ଷ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ଆଜି ସାମଗ୍ରିକ ଫଳାଫଳ ସହ ଟପ୍ପର ତାଲିକା, ସର୍ବଭାରତୀୟ ମେଧା ତାଲିକା, କଟ-ଅଫ, ଶତକଡା ଏବଂ ଅନ୍ୟାନ୍ୟ ସୂଚନା ମଧ୍ୟ JEE ର ଅଫିସିଆଲ୍ ୱେବସାଇଟ୍, jeemain.nta.nic.in ରେ ଉପଲବ୍ଧ ରହିଛି । ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀ ସେମାନଙ୍କର ଆବେଦନ ସଂଖ୍ୟା ବା ରୋଲ ନମ୍ବର ଓ ସେମାନଙ୍କର ଜନ୍ମ ତାରିଖ ବ୍ୟବହାର କରି ନିଜର ଫଳାଫଳ ଜାଣିପାରିବେ ।
ଚଳିତବର୍ଷ 2023 ଜେଇ ଦ୍ବିତୀୟ ଶେସନର ଅଧିବେଶନ ଏପ୍ରିଲ ମାସରେ ଶେଷ ହୋଇଥିଲା । ଏପ୍ରିଲ୍ 6, 8, 10, 11, 12, 13 ଏବଂ 15 ରେ ବିଭିନ୍ନ ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ସଂଞ୍ଚାଳିତ କରିଥିଲା ଜାତୀୟ ଟେଷ୍ଟିଂ ଏଜେନ୍ସି (NTA)। ଏହି ପରୀକ୍ଷା ଦେଶରେ ସରକାରୀ ଇଞ୍ଜିନିୟରିଂ କଲେଜରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା କରାଯାଇଥାଏ । ଦେଶବ୍ୟାପୀ ଏଥିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେସ ଉତ୍ସାହ ରହିଥାଏ । ଅଂଶଗ୍ରହଣକାରୀ ପରୀକ୍ଷାର୍ଥୀଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଥାଏ । ଚଳିତ ଥର ମଧ୍ୟ ପ୍ରାୟ 9 ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ।
କେମିତି ଜାଣିବେ ଫଳାଫଳ:-
1. ଛାତ୍ରଛାତ୍ରୀ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କିମ୍ବା ntaresults.nic.inରେ ଲଗଇନ କରିବାକୁ ପଡିବ ।