ନୂଆଦିଲ୍ଲୀ: ପ୍ରକାଶ ପାଇଲା ଚଳିତ ବର୍ଷ ଜେଇ ଆଡଭାନ୍ସ ପରୀକ୍ଷା ଫଳ । ଆଇଆଇଟି ମୁମ୍ବାଇ ପକ୍ଷରୁ ପୂର୍ବାହ୍ନ 10ଟାରେ ପ୍ରକାଶ ପାଇଛି ଫଳାଫଳ । jeeadv.ac.in ୱେବସାଇଟରୁ ପରୀକ୍ଷା ଫଳ ଜାଣିପାରିବେ ପରୀକ୍ଷାର୍ଥୀ । ପ୍ରଥମେ ୱେବସାଇଟ ଖୋଲି ରେଜିଷ୍ଟ୍ରେସନ ନମ୍ବର, ଜନ୍ମ ତାରିଖ ଓ ମୋବାଇଲ ନମ୍ବର ଦେଇ ଫଳ ଦେଖି ପାରିବେ ଛାତ୍ରଛାତ୍ରୀ । ଏହାସହ ଆଇଆଇଟି ଜେଇ ଆଡଭାନ୍ସ ରେଜଲ୍ଟ ପାଇଁ ପରୀକ୍ଷାର୍ଥୀ ଜେଇ ଆଡଭାନ୍ସ କଟଅଫ 2022ରୁ ଫଳ ଦେଖିପାରିବେ । ଆସନ୍ତାକାଲି(ସୋମବାର)ଠୁ ଆଇଆଇଟ ସିଟ ପାଇଁ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାର୍ଥୀମାନେ କୋର୍ସ ପାଇଁ ସେମାନଙ୍କ ପସନ୍ଦର କଲେଜ ଚଏସ କରିବେ ।
ଅଗଷ୍ଟ ୨୮ ତାରିଖରେ JEE ଆଡଭାନ୍ସ ପରୀକ୍ଷା ହୋଇଥିଲା । ଦୁଇଟି ସିଟିଂରେ ପରୀକ୍ଷା ହୋଇଥିଲା । ପୂର୍ବରୁ ଜୁଲାଇ ୩ରେ JEE (ଆଡଭାନ୍ସଡ୍) ହେବାକୁ ସ୍ଥିର ହୋଇଥିଲା ମାତ୍ର ଏହାକୁ ଘୁଞ୍ଚା ଯାଇଥିଲା । JEE ଆଡଭାନ୍ସ 2022 ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ 7ରୁ 11 ଯାଏଁ କରାଯାଇଥିଲା । ଦୁଇଟି ପେପରରେ 1,55,538ଜଣ ପରୀକ୍ଷାର୍ଥୀ JEE ଆଡଭାନ୍ସ ପରୀକ୍ଷା ଦେଇଥିଲେ । 40 ହଜାର ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।