ବେଙ୍ଗାଲୁରୁ: ବିଜେପି ନେତୃତ୍ବାଧୀନ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରତି ବଢୁଛି ରାଜନୈତିକ ଦଳର ସମର୍ଥନ । ଦିନକ ପରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ନିକଟରେ ଶିବସେନା, JMM ପରେ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ନିଜର ସମର୍ଥନ ଘୋଷଣା କରିଛି ଜେଡି(ଏସ) ଦଳ । ବିଧାନସୌଧରେ ଜେଡି(ଏସ) ବିଧାୟକ ଦଳର ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଦଳୀୟ ନେତା ବନ୍ଦେପ୍ପା କାଶେମପୁର(Bandeppa Kashempur) ଏହି ସୂଚନା ଦେଇଛନ୍ତି ।
ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା JD(S) - ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ବିଜେପି ନେତୃତ୍ବାଧୀନ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଜେଡି(ଏସ) । ଅଧିକ ପଢନ୍ତୁ
ଜେଡି(ଏସ)ର ବିଧାୟକ ଦଳ ବୈଠକରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ, ଦଳର ରାଜ୍ୟ ସଭାପତି ସି ଏମ ଇବ୍ରାହିମଙ୍କ ସମେତ ଅନ୍ୟାନ୍ୟ ବିଧାୟକମାନେ ଭର୍ଚୁଆଲ ଯୋଗ ସାମିଲ ହୋଇଥିଲେ । ଜେଡି(ଏସ) ବିଧାୟକ କହିଛନ୍ତି, ''ଦଳର ସୁପ୍ରିମୋ ଏଚଡି ଦେବଗୌଡା(H D Deve Gowda) ପ୍ରଧାନମନ୍ତ୍ରୀ ଥିବା ସମୟରେ ମହିଳା ସଶକ୍ତିକରଣ ଉପରେ ଜୋର ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ଅତ୍ୟନ୍ତ ଗୌରବର ବିଷୟ । ଜେଡିଏସ ଦ୍ରୌପଦୀ ମୁର୍ମୁଙ୍କ ପୃଷ୍ଠଭୂମି ଏବଂ ତାଙ୍କ ସମ୍ପ୍ରଦାୟକୁ ଦୃଷ୍ଟିରେ ରଖି ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି ।''
କାଶେମପୁର କହିଛନ୍ତି, ବିଜେପି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିବାର ଦିନକ ପରେ ମୁର୍ମୁ ଜେଡି(ଏସ) ସୁପ୍ରିମୋ ଦେବଗୌଡାଙ୍କୁ ଫୋନ କରି ତାଙ୍କ ସମର୍ଥନ ଲୋଡିଥିଲେ । ଏହାସହିତ ସେ ନିକଟରେ ବେଙ୍ଗାଲୁରୁ ଗସ୍ତ କରିବା ସମୟରେ ମଧ୍ୟ ଗୌଡା ଏବଂ କୁମାରସ୍ବାମୀଙ୍କୁ ସମର୍ଥନ ଭିକ୍ଷା କରିଥିଲେ ।