ଓଡିଶା

odisha

ETV Bharat / bharat

ଜାମ୍ମୁ ଏୟାର ବେସରେ ଡ୍ରୋନ ଆକ୍ରମଣ ଘଟଣା; ଆସିଲା ଫରେନ୍ସିକ ରିପୋର୍ଟ

ଜାମ୍ମୁ କାଶ୍ମୀର ଏୟାର ବେସରେ ଡ୍ରୋନ ଆକ୍ରମଣ ଘଟଣା । ବିସ୍ଫୋରଣରେ କକଟେଲ, ଆରଡିଏକ୍ସ ଏବଂ ନାଇଟ୍ରେଟ ବ୍ୟବହାର କରାଯାଇଥିଲା । ଅଧିକ ପଢନ୍ତୁ...

ଜାମ୍ମୁ ଏୟାର ବେସରେ ଡ୍ରୋନ ଆକ୍ରମଣ ଘଟଣା
ଜାମ୍ମୁ ଏୟାର ବେସରେ ଡ୍ରୋନ ଆକ୍ରମଣ ଘଟଣା

By

Published : Jul 5, 2021, 1:59 PM IST

ଶ୍ରୀନଗର:ଜାମ୍ମୁ କାଶ୍ମୀର ଏୟାର ବେସରେ ଡ୍ରୋନ ଆକ୍ରମଣ ଘଟଣା । ବିସ୍ଫୋରଣରେ କକଟେଲ, ଆରଡିଏକ୍ସ ଏବଂ ନାଇଟଟ୍ରେଟ ବ୍ୟବହାର କରାଯାଇଥିଲା । ଏ ନେଇ ତଦନ୍ତ ପରେ ଫରେନ୍ସିକ ଟିମ୍ ତଥ୍ୟ ପ୍ରକାଶ କରଛି ।

ଫରେନ୍ସିକ ସାଇନ୍ସ ଲାବୋରେଟୋରୀ (FSL)ର ଏକ ରିପୋର୍ଟରେ ଜାମ୍ମୁର ଏୟାର ବେସରେ ହୋଇଥିବା ବିସ୍ଫୋରଣରେ RDX ଏବଂ ନାଇଟ୍ରେଟ୍ ବ୍ୟବହାର ହୋଇଥିବା ସୂଚନା ମିଳିଛି । ଏକ ବଡ ଧରଣର IED ବ୍ୟବହାର ହୋଇଥିଲା । ଏହା ଭିତ୍ତିଭୂମି ଧ୍ବଂସ କରିବାରେ ବ୍ୟବହାର କରାଯାଏ । ଜାମ୍ମୁ ବାୟୁସେନା ଷ୍ଟେସନରେ ହୋଇଥିବା ଆକ୍ରମଣରେ ବ୍ୟବହୃତ ଜିପିଏସ ଡ୍ରୋନ ଚାଇନାର ଉତ୍ପାଦ ବୋଲି ସନ୍ଦେହ କରାଯାଉଛି ।

ଗତ ସପ୍ତାହରେ ଜାମ୍ମୁ କାଶ୍ମୀର ପୋଲିସର ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି ଯେ ଜାମ୍ମୁରେ ଭାରତୀୟ ବାୟୁସେନା ଷ୍ଟେସନରେ ଡ୍ରୋନ୍ ଆକ୍ରମଣ ପଛରେ ନିଷିଦ୍ଧ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଏୟାର ବେସରେ ହୋଇଥିବା ଆକ୍ରମଣ ଭାରତରେ ପ୍ରଥମ ବୋଲି ଜଣାପଡିଛି ।

ପ୍ରକାଶ ଥାଉ କି, ଜୁନ 27 ତାରିଖରେ ଜାମ୍ମୁ ଏୟାରପୋର୍ଟର ଟେକ୍ନିକାଲ ଅଞ୍ଚଳରେ ବିସ୍ଫୋରଣ ହୋଇଥିଲା । ଏହା ପରେ ଜୁନ 30ରେ କାଲଚୁକ-ରତୁଚୁକ ମିଲଟାରୀ ଷ୍ଟେସନ ନିକଟରେ ଆଉ ଦୁଇଟି ଡ୍ରୋନ ଠାବ ହୋଇଥିଲା । ଏହାକୁ ଗୁଳି କରି ଖସାଇଥିଲା ସେନାବାହିନୀ । ପୁଣି ଆଉ ଏକ ଦିନ ବିଳମ୍ବିତ ରାତିରେ କୁଞ୍ଜୱାନିରେ ପୁଣି ଏକ ଡ୍ରୋନ ଉଡୁଥିବା ଠାବ କରାଯାଇଥିଲା । ଆଇଏଏଫ ଘାଟି ଉପରେ ଡ୍ରୋନ ଆକ୍ରମଣର ତଦନ୍ତ ଦାୟିତ୍ବ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details