ଓଡିଶା

odisha

ETV Bharat / bharat

ଜଳ ଜୀବନ ମିଶନ: 4 କୋଟିରୁ ଉର୍ଦ୍ଧ୍ବ ଗ୍ରାମୀଣ ପରିବାରକୁ ଟ୍ୟାପ୍ ଯୋଗେ ଜଳ ଯୋଗାଣ

ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନ ନୂଆ ମାଇଲଷ୍ଟୋନ ଅତିକ୍ରମ କରିଛି । ବର୍ତ୍ତମାନ ସୁଦ୍ଧା ଏହି ମିଶନ ଅନ୍ତର୍ଗତ 4 କୋଟି ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ଜଳ ଯୋଗାଣ ହୋଇସାରିଲାଣି । ଅଧିକ ପଢନ୍ତୁ...

By

Published : Mar 30, 2021, 7:41 AM IST

ଜଳ ଜୀବନ ମିଶନ
ଜଳ ଜୀବନ ମିଶନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନ ନୂଆ ମାଇଲଷ୍ଟୋନ ଅତିକ୍ରମ କରିଛି । ବର୍ତ୍ତମାନ ସୁଦ୍ଧା ଏହି ମିଶନ ଅନ୍ତର୍ଗତ 4 କୋଟି ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ଜଳ ଯୋଗାଣ ହୋଇସାରିଲାଣି । 15 ଅଗଷ୍ଟ 2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଭିଯାନ ଆରମ୍ଭ କରିଥିଲେ । ଏହା ଅନ୍ତର୍ଗତ 2024 ସୁଦ୍ଧା ସମସ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ୍ ଯୋଗେ ଜଳ ଯୋଗାଣ ହେବ ।

ବର୍ତ୍ତମାନ 7.24 କୋଟି ଗ୍ରାମାଞ୍ଚଳର ଏକ ତୃତୀୟାଂଶରୁ ଅଧିକ ପରିବାର ଟ୍ୟାପ୍ ମାଧ୍ୟମରେ ପାନୀୟ ଜଳ ପାଉଛନ୍ତି । ଗୋଆ ଦେଶର ପ୍ରଥମ ରାଜ୍ୟ ହୋଇପାରିଛି, ଯେଉଁଠି ଶତପ୍ରତିଶତ ଟ୍ୟାପ୍ ଜଳ ଯୋଗାଣ ହେଉଛି । ଏହାପରେ ତେଲେଙ୍ଗାନା, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ମଧ୍ଯ ସାମିଲ ଅଛନ୍ତି । ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅକ୍ଲାନ୍ତ ଉଦ୍ୟମରେ 56 ଜିଲ୍ଲା ଏବଂ 86 ହଜାରରୁ ଅଧିକ ଗାଁରେ ରହୁଥିବା ପ୍ରତ୍ୟେକ ପରିବାରକୁ ନିଶ୍ଚିତ ଜଳ ଯୋଗାଣ ଯୋଗାଇବାରେ ସାହାଯ୍ୟ କରିଛି । ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ବର୍ତ୍ତମାନ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଦେଶର ପ୍ରତ୍ୟେକ ପରିବାର ସୁରକ୍ଷିତ ପାନୀୟ ଜଳ ପାଇପାରିବେ ବୋଲି ଲକ୍ଷ୍ୟ ଉପରେ ଧ୍ୟାନ ଦେଉଛନ୍ତି, ଯେପରି କେହି ଏଥିରୁ ବଞ୍ଚିତ ହେବେ ନାହିଁ।

ABOUT THE AUTHOR

...view details