ଓଡିଶା

odisha

ETV Bharat / bharat

ଖୋଲୁଛି ପାକିସ୍ତାନ ଆତଙ୍କୀ ମଡ୍ୟୁଲର ଫର୍ଦ୍ଦ, ମୁମ୍ବାଇରୁ ଗିରଫ ଜାକିର - ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ

ପାକିସ୍ତାନର ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ ଘଟଣା । ଆତଙ୍କବାଦୀ କାର୍ଯ୍ଯରେ ଲିପ୍ତ ଥିବା ଜାକିରକୁ ମୁମ୍ବାଇରୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଏ ଘଟଣାରେ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ପାକିସ୍ତାନର ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ  ; ଗିରଫ ସଂଖ୍ୟା ୮କୁ ବୃଦ୍ଧି
ପାକିସ୍ତାନର ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ ; ଗିରଫ ସଂଖ୍ୟା ୮କୁ ବୃଦ୍ଧି

By

Published : Sep 18, 2021, 12:57 PM IST

ନୂଆଦିଲ୍ଲୀ:ପାକିସ୍ତାନ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ ଘଟଣା । ଆତଙ୍କବାଦୀ କାର୍ଯ୍ଯରେ ଲିପ୍ତ ଥିବା ଜାକିରକୁ ମୁମ୍ବାଇରୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଏ ଘଟଣାରେ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ମୁମ୍ବାଇ ପୋଲିସ ସହାୟତାରେ ତାକୁ ଗିରଫ କରାଯାଇଛି । ମୁମ୍ବାଇରୁ ଜାକିରକୁ ଦିଲ୍ଲୀ ଅଣାଯାଇ ତାକୁ ଅଧିକ ପଚରାଉଚରା କରାଯିବ ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ପାକିସ୍ତାନ ପରିଚାଳିତ ଆତଙ୍କବାଦୀ ମଡ୍ୟୁଲରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଚଢାଉ କରିଥିଲା । ଏହାସହ ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ଦୁଇଜଣ ମଧ୍ୟ ବିସ୍ଫୋରଣ କରିବା ପାଇଁ ତାଲିମ ନେଇ ପାକିସ୍ତାନରୁ ଆସିଥିଲେ । ଏ ସମସ୍ତ ଆତଙ୍କୀ ଆଗାମୀ ପର୍ବାଣ ସମୟରେ ଦିଲ୍ଲୀ, ୟୁପି, ମହାରାଷ୍ଟ୍ରରେ ବିସ୍ଫୋରଣ କରିବାକୁ ଷଡଯନ୍ତ୍ର ରଚିଥିଲେ । ଗିରଫ ଆତଙ୍କୀଙ୍କ ଠାରୁ ପୋଲିସକୁ ଏ ବାବଦରେ ଖବର ମିଳିଥିଲା । ଏ କାର୍ଯ୍ୟରେ ମୁମ୍ବାଇର ଜାକିର ସେମାନଙ୍କୁ ସହଯୋଗ କରୁଥିବା ପୋଲିସକୁ ଖବର ମିଳିଥିଲା ।

ପରେ ଜାକିରଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଥିଲା ସ୍ପେଶାଲ ସ୍କ୍ବାଡ । ପରେ ଜାକିରକୁ ଗିରଫ କରାଯାଇଥିଲା । ମୁମ୍ବାଇରୁ ଜାକିରକୁ ଦିଲ୍ଲୀ ଆଣିବା ପାଇଁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମୁମ୍ବାଇ ଅଭିମୁଖେ ଯାଇଥିଲା । ଏହି ଘଟଣାରେ ଓସାମାଙ୍କ ମାମୁଁ ହୁମଦ ଉର ରେହମାନଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ପୋଲିସ ମଧ୍ୟ ୟୁପିରୁ ଯାଇଛି। ପୋଲିସ ତାକୁ ଖୋଜୁଥିବା ବେଳେ ଶୁକ୍ରବାର ସେ ପ୍ରୟାଗରାଜ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲା । ପୋଲିସ ଟିମ ତାଙ୍କୁ ଦିଲ୍ଲୀ ମଧ୍ୟ ଆଣିବ । ଯେଉଁଠାରେ ତାଙ୍କୁ ଅଧିକ ପଚରାଉଚରା କରାଯିବ। ପୋଲିସ କହିଛି ଯେ ଏହି ମଡ୍ୟୁଲ ସହିତ ଜଡିତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରାଯାଇପାରେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details