ଓଡିଶା

odisha

ETV Bharat / bharat

କଂଗ୍ରେସ ମୁଖପାତ୍ର ପଦରୁ ଇସ୍ତଫା ଦେଲେ ଜୟବୀର ସର୍ଗିଲ - ଜୟବୀର ସର୍ଗିଲଙ୍କ ଇସ୍ତଫା

କଂଗ୍ରେସ ମୁଖପାତ୍ର ପଦରୁ ଇସ୍ତଫା ଦେଲେ ଯୁବନେତା ଜୟବୀର ସର୍ଗିଲ । ଦଳର ନିର୍ଣ୍ଣୟ ନେଇ ଇସ୍ତଫା ପତ୍ରରେ ଉଠାଇଲେ ପ୍ରଶ୍ନ । କହିଲେ ସାଧାରଣ ସ୍ବାର୍ଥରେ ନଷ୍ପତ୍ତି ନେଉନି ଦଳ । ଅଧିକ ପଢନ୍ତୁ

କଂଗ୍ରେସ ମୁଖପାତ୍ର ପଦରୁ ଇସ୍ତଫା ଦେଲେ ଜୟବୀର ସର୍ଗିଲ
କଂଗ୍ରେସ ମୁଖପାତ୍ର ପଦରୁ ଇସ୍ତଫା ଦେଲେ ଜୟବୀର ସର୍ଗିଲ

By

Published : Aug 24, 2022, 4:31 PM IST

ନୂଆଦିଲ୍ଲୀ: ଅଧ୍ୟକ୍ଷ ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ବରିଷ୍ଠ ନେତାଙ୍କ ପରେ ଯୁବ ନେତା ମଧ୍ୟ ଦାୟିତ୍ବ ଛାଡିବାକୁ ନିଷ୍ପତ୍ତି ନେଉଛନ୍ତି । ଆଜି କଂଗ୍ରେସ ନେତା ଜୟବୀର ସର୍ଗିଲ ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି (Jaiveer Shergill resigns as Congress spokesman) । ସେ ନିଜର ଇସ୍ତଫାପତ୍ର ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଦେଇଥିବା ମଧ୍ୟ ସୂଚନା ମିଳିଛି ।

ହାଇକମାଣ୍ଡଙ୍କୁ ଦେଇଥିବା ନିଜ ଇସ୍ତଫା ପତ୍ରରେ ସର୍ଗିଲ (National Spokesman of the Congress party)କହିଛନ୍ତି, ‘‘ମୁଁ ଦୁଖଃ ଅନୁଭବ କରୁଛି, ନିଷ୍ପତ୍ତି ଗ୍ରହଣ ଆଉ ଜନସାଧାରଣ ତଥା ଦେଶର ସ୍ୱାର୍ଥରେ ନାହିଁ ବରଂ ଏହା ଯେଉଁମାନେ ସ୍ୱାର୍ଥପରତା ପାଇଁ ଆଗ୍ରହ ପ୍ରକାଶ କରନ୍ତି ଏବଂ ସର୍ବଦା ପ୍ରକୃତ ବାସ୍ତବତାକୁ ଅଣଦେଖା କରନ୍ତି ସେମାନଙ୍କ ସପକ୍ଷରେ ଯାଉଛି ।’’ ତେବେ ଗୋଟିଏ ପଟେ ଦଳର ହାଇକମାଣ୍ଡ ନିର୍ବାଚନ ନେଇ ପ୍ରସ୍ତୁତି ସହ ଚର୍ଚ୍ଚା ଲାଗି ରହିଥିବା ବେଳେ ଏପରି ସମୟରେ ଜଣେ ଯୁବ ପ୍ରବକ୍ତାଙ୍କ ଏପରି ସଙ୍ଗୀନ ଅଭିଯୋଗ ମଧ୍ୟ ଭିନ୍ନ ପ୍ରଶ୍ନ ସୃଷ୍ଟି କରିବାରେ ଲାଗିଛି । କଂଗ୍ରେସ ମଧ୍ୟରେ କନ୍ଦଳ ଚରମ ସୀମାରେ ପହଞ୍ଚିଥିବା ମଧ୍ୟ ଅନୁମାନ କରାଯାଉଛି ।

ବର୍ତ୍ତମାନ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ବରେ ରହିଛନ୍ତି । ପୁଅ ତଥା ରାହୁଲ ଗାନ୍ଧୀ ମଧ୍ୟ ଦଳର ସର୍ବୋଚ୍ଚ କମାଣ୍ଡ ସମ୍ଭାଳିବା ପାଇଁ ପ୍ରସ୍ତୁତ ନାହାନ୍ତି । ଏପରି ସ୍ଥଳେ ଦୀର୍ଘବର୍ଷର ବ୍ୟବଧାନ ପରେ ଗାନ୍ଧୀ ପରିବାର ବାହାରୁ ଜଣେ କେହି ବରିଷ୍ଠ ନେତା ଏହି ସର୍ବୋଚ୍ଚ ସାଙ୍ଗଠନିକ ପଦବୀରେ ବସିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଗାନ୍ଧୀ ପରିବାରର ଜଣେ କେହି ବିଶିଷ୍ଟ ଅନୁଗତଙ୍କୁ ଏହି ଦାୟିତ୍ବରେ ବସା ଯାଇପାରେ ବୋଲି ଚର୍ଚ୍ଚା ଲାଗି ରହିଛି ।

ଅଶୋକ ଗେହଲୋଟ୍ ହୋଇପାରନ୍ତି କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ:-

ଅନ୍ୟପଟେ ଜାରି ରହିଥିବା ଚର୍ଚ୍ଚ ମଧ୍ୟରେ ଭିନ୍ନ ଏକ ଖବର ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ଆରମ୍ଭ କରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଅଶୋକ ଗେହେଲୋଟଙ୍କୁ ଅଖୀଳ ଭାରତ କଂଗ୍ରେସ କିମିଟର ଅଧ୍ୟକ୍ଷ ଭାବେ ଦାୟିତ୍ବ ମିଳିପାରେ । ଦଳ ମାତ୍ର କିଛି ରାଜ୍ୟରେ ଶାସନରେ ଥିବାବେଳେ ଅଶୋକ ହେଉଛନ୍ତି ବର୍ତ୍ତମାନର ଜଣେ ମୁଖ୍ୟମନ୍ତ୍ରୀ । ଏହି ବରିଷ୍ଠ ନେତା ଗାନ୍ଧୀ ପରିବାରର ବେସ ଅନୁଗତ ମଧ୍ୟ ।

ଏପରି ସ୍ଥଳେ ତାଙ୍କ ନାମରେ ଲାଗି ରହିଥିବା ଚର୍ଚ୍ଚାକୁ ମଧ୍ୟ ଗ୍ରହଣ କରିବାରେ କୌଣସି ଜଟିଳତା ଦୃଶ୍ୟମାନ ହେଉ ପରି ମନେ ହେଉନାହିଁ । ଦୀର୍ଘ ବର୍ଷ ପରେ ଗାନ୍ଧୀ ପରିବାର ହାତରୁ ଯଦି କମାଣ୍ଡ ଯାଏ ଓ ଅନ୍ୟ କେହି ନେତାଙ୍କୁ ଏହି ସର୍ବୋଚ୍ଚ ପଦବୀରେ ରୁହନ୍ତି, ତେବେ ଦଳର ଅନ୍ୟ ବରିଷ୍ଠ ନେତା ଏହାକୁ କିପରି ଗ୍ରହଣ କରୁଛନ୍ତି ତାକୁ ନେଇ ମଧ୍ୟ ଉତ୍କଣ୍ଠା ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭରତ

ABOUT THE AUTHOR

...view details