ଓଡିଶା

odisha

ETV Bharat / bharat

ଜବଲପୁରରେ EOWର ରେଡ: ଧର୍ମଗୁରୁଙ୍କ ଘରୁ ମିଳିଲା ବିଡା ବିଡା ନୋଟ୍‌ - ଇଓଡବ୍ଲୁ

ଟଙ୍କା ହେରଫେର ଅଭିଯୋଗରେ ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ ବୋର୍ଡ ଅଫ ଏଜୁକେସନ(Church of North India Board of Education) ଅଧ୍ୟକ୍ଷ ବିଶପ ପିସି ସିଂଙ୍କ ଘରେ EOWର ଚଢାଉ ।

ଜବଲପୁରରେ EOWର ରେଡ, ଧର୍ମଗୁରୁଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ
ଜବଲପୁରରେ EOWର ରେଡ, ଧର୍ମଗୁରୁଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ

By

Published : Sep 9, 2022, 2:16 PM IST

ଭୋପାଳ: ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ ବୋର୍ଡ ଅଫ ଏଜୁକେସନ(Church of North India Board of Education)ର ଅଧ୍ୟକ୍ଷଙ୍କ ଘରେ ଏଇଡବ୍ଲୁ(EOW)ର ଚଢାଉ । ଜବଲପୁରରେ ଥିବା ବାସଭବନରେ ଚଢାଉ କରିଛି ଇଓଡବ୍ଲୁ(Economic offences wing ) । ଜାଲ୍ ଡକ୍ୟୁମେଣ୍ଟ୍ ଆଧାରରେ ଅନେକ ସଂସ୍ଥାରେ ସେ ଚେୟାରମ୍ୟାନ ଭାବେ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିବା ବେଳେ ଇଓଡବ୍ଲୁ ଗୁରୁବାର ଚଢାଉ କରିଛି ।

ଜବଲପୁରରେ EOWର ରେଡ, ଧର୍ମଗୁରୁଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ

ଧାର୍ମିକ ଅନୁଷ୍ଠାନକୁ 2 କୋଟି 70 ଲକ୍ଷ ଟଙ୍କା ଟ୍ରାନ୍ସଫର କରି ଏହାକୁ ନିଜେ ଖର୍ଚ୍ଚ କରିଥିବା ବୋର୍ଡ ଅଫ ଏଜୁକେସନର ଚେୟାରମ୍ୟାନ ବିଶପ୍ ପିସି ସିଂଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଏନେଇ ଇଓଡବ୍ଲୁ ତଦନ୍ତ ଆରମ୍ଭ କରି ଗୁରୁବାର ବିଶପଙ୍କ ଘରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ବିଶପଙ୍କ ଘରୁ ବିଦେଶୀ ମୁଦ୍ରା, ଦୁଇ ହଜାର ଟଙ୍କିଆ ଓ ପାଞ୍ଚ ସହ ଟଙ୍କିଆ ପୁଳା ପୁଳା ନୋଟ ଜବତ କରିଥିଲା ।

ମଗେଇବାକୁ ପଡିଲା ନୋଟ ଗଣତି ମେସିନ

ଜବଲପୁରରେ EOWର ରେଡ, ଧର୍ମଗୁରୁଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ

ବିଶପଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଥିବା ବେଳେ ଏଗୁଡିକୁ ଗଣିବା ପାଇଁ ଇଓଡବ୍ଲୁ କର୍ମଚାରୀଙ୍କ ପକ୍ଷେ ସମ୍ଭବପର ହୋଇପାରିନଥିଲା । ଶେଷରେ ବାଧ୍ୟ ହୋଇ ଇଓଡବ୍ଲୁ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଇଫ ଇଣ୍ଡିଆରୁ ନୋଟ ଗଣିବା ମେସିନ ମଗାଇଥିଲା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୧.୬୫ କୋଟି ଟଙ୍କା ଥିବା ଜଣାପଡିଥିବା ବେଳେ ଟଙ୍କା ଗଣତି ଜାରି ରହିଛି । ନର୍ଥ ଇଣ୍ଡିଆ ବୋର୍ଡ ଅଫ୍ ଏଜୁକେସନ୍ ଚର୍ଚ୍ଚର ଚେୟାରମ୍ୟାନ୍ ବିଶପ୍ ପିସି ସିଂଙ୍କ ବିରୋଧରେ ଆର୍ଥିକ ଅନିୟମିତତା ତଥା ଅନ୍ୟାନ୍ୟ ମାମଲାରେ ଦେଶରେ ଶହେରୁ ଅଧିକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

ଇଓଡବ୍ଲୁ ଟାର୍ଗେଟରେ ଫାର୍ମ ଆଣ୍ଡ ସୋସାଇଟି ଅଧିକାରୀ

ଇଓଡବ୍ଲୁର ତଦନ୍ତରୁ ଜଣାପଡିଛି ଯେ ବିଶପ ପିସି ସିଂ ଜାଲିଆତି କରି ଅନେକ ଅନୁଷ୍ଠାନର ଚେୟାରମ୍ୟାନ ଥିଲେ । ଏହି ମାମଲାରେ ଫାର୍ମ ଆଣ୍ଡ ସୋସାଇଟି ଅଧିକାରୀମାନଙ୍କୁ ମଧ୍ୟ ଟାର୍ଗେଟ କରିଛି ଇଓଡବ୍ଲୁ । ତଥ୍ୟ ଆଧାରିତ ରିପୋର୍ଟ ଅନୁଯାୟୀ ବିଶପ ସିଂ ମୂଳ ସମାଜର ନାମ ପରିବର୍ତ୍ତନ କରିବା ସହ ଏହାର ଚେୟାରମ୍ୟାନ ହୋଇ ଏହି ପଦର ଅପବ୍ୟବହାର କରିଥିଲେ । ସମାଜର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଫିସକୁ ଧାର୍ମିକ ଅନୁଷ୍ଠାନ ଚଳାଇବା ଓ ନିଜେ ଖର୍ଚ୍ଚ ପାଇଁ ବ୍ୟବହାର କରିଥିଲେ । ଏହି ଅଭିଯୋଗ ଆସିବାପରେ ଡେପୁଟି ପୋଲିସ୍ ଅଧୀକ୍ଷକ ମଞ୍ଜିତ ସିଂ ଅନୁସନ୍ଧାନ କରିଥିଲେ । ଏହି ଅନିୟମିତତା ସାମ୍ନାକୁ ଆସିବା ପରେ ଆର୍ଥିକ ପ୍ରକୋଷ୍ଠ ୱିଙ୍ଗର ଟିମ୍ ଜବଲପୁରର ନାପିଅର୍ ଟାଉନ୍ ସ୍ଥିତ ବିଶପଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲା ।

୨କୋଟି ୭୦ ଲକ୍ଷ ଟଙ୍କା ହଡପ କରିବାର ଅଭିଯୋଗ

ଇଓଡବ୍ଲୁର ତଦନ୍ତ ଆନୁଯାୟୀ 2004-05 ରୁ 2011-12 ମଧ୍ୟରେ ବିଶପ ପ୍ରାୟ ଦୁଇ କୋଟି ସତୁରି ଲକ୍ଷ ଟଙ୍କା ଏହାର ଅନୁଷ୍ଠାନ ସହ ଜଡିତ ଶିକ୍ଷାନୁଷ୍ଠାନରୁ ଧାର୍ମିକ ଅନୁଷ୍ଠାନକୁ ସ୍ଥାନାନ୍ତର କରି ଏହାର ଅପବ୍ୟବହାର ହୋଇଥିବା ଜଣାପଡିଛି । ଏଥିସହ ଏହି ଟଙ୍କାକୁ ନିଜ କାମରେ ବିନିଯୋଗ କରିଥିବା ଜଣାପଡିଛି । ତେବେ ପ୍ରମାଣ ଆଧାରରେ ଅଭିଯୁକ୍ତ ବିଶପ୍ ପିସି ସିଂ, ବିଏସ୍ ସୋଲାନକି, ତତ୍କାଳୀନ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଫାର୍ମ ବିରୋଧରେ ଧାରା 406, 420, 468, 471, 120B ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

ABOUT THE AUTHOR

...view details