ଓଡିଶା

odisha

ETV Bharat / bharat

ଜମ୍ମୁ-କାଶ୍ମୀରରେ କମିଛି ଆତଙ୍କୀ ଆକ୍ରମଣ: ଗୃହ ମନ୍ତ୍ରଣାଳୟ - ଗୃହ ମନ୍ତ୍ରଣାଳୟ

ଗତ ବର୍ଷ ତୁଳନାରେ 2020ରେ ଜାମ୍ମୁ-କାଶ୍ମୀରରେ ଆତଙ୍କୀ ଆକ୍ରମଣ ହାର କମିଥିବା ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିିଳିଛି । ଅଧିକ ପଢନ୍ତୁ...

କମିଛି ଆତଙ୍କୀ ଆକ୍ରମଣ
କମିଛି ଆତଙ୍କୀ ଆକ୍ରମଣ

By

Published : Jan 11, 2021, 2:15 PM IST

ନୂଆଦିଲ୍ଲୀ: ଦେଶରେ କମିଛି ଆତଙ୍କୀ ଆକ୍ରମଣ । 2019 ମସିହା ତୁଳନାରେ 2020ମସିହାରେ ଜାମ୍ମୁ-କାଶ୍ମୀରରେ 63.93 ପ୍ରତିଶତ ଆତଙ୍କୀ ଆକ୍ରମଣ ହ୍ରାସ ହୋଇଥିବା ନେଇ ଗୃହ ମନ୍ତ୍ରଣାଳୟ ପକ୍ଷୁରୁ ସୂଚନା ମିଳିଛି ।

ଏହା ସହିତ 2019 ତୁଳନାରେ 2020 ନଭେମ୍ବର 15 ତାରିଖ ଯାଏଁ ସ୍ବତନ୍ତ୍ର ସୁରକ୍ଷାକର୍ମୀଙ୍କ ମୃତ୍ୟୁ ସଂଖ୍ୟା 29.11ପ୍ରତିଶତ କମିଥିବା ବେଳେ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା 14.28ପ୍ରତିଶତ ହ୍ରାସ ଘଟିଥିବା ଆକଳନ ହୋଇଛି । ବାର୍ଷିକ ସଫଳତା ବିଷୟରେ ତଥ୍ୟ ଦେଇ ଗୃହ ମନ୍ତ୍ରଣାଳୟ କହିଛି କେନ୍ଦ୍ରୀୟ ଆଇନ ଓ ରାଜ୍ୟ ଆଇନ ଅନୁସାରେ ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ ଲାଦାଖ କେନ୍ଦ୍ର ସରକାରଙ୍କର ଏକ ବଡ ସଫଳତା ।

ମୋଟ 48 କେନ୍ଦ୍ରୀୟ ଆଇନ ଓ ରାଜ୍ୟ ଆଇନରୁ ଜାମ୍ମୁ-କାଶ୍ମୀର ଓ ଲଦାଖ ପାଇଁ ଯଥାକ୍ରମେ 44ଟି କେନ୍ଦ୍ରୀୟ ଆଇନ ଓ 148ଟି ରାଜ୍ୟ ଆଇନ ପ୍ରଚଳନ କରିବାକୁ ନୋଟିସ ଜାରି ହୋଇଥିବା ନେଇ କହିଛି ଗୃହ ମନ୍ତ୍ରଣାଳୟ । ଏହା ସହିତ ଧାରା 75 ଅନୁଯାୟୀ ଜାମ୍ମୁ-କାଶ୍ମୀର ଓ ଲଦାଖ ପାଇଁ ଜଣେ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ସହିତ ଜୁନ 8 ତାରିଖରେ ଏକ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ପ୍ରତିଷ୍ଠା କରାଯାଇଛି ।

ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ ଅନୁସାରେ ଜାମ୍ମୁ-କାଶ୍ମୀରରେ 36ହଜାର 384 ବାସହରା ପରିବାର ପାଇଁ ପ୍ରତି ପରିବାର ପିଛା 5.5 ଲକ୍ଷ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । 2019ରେ ଧାରା 370 ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା । ଏହା ସହିତ ଜାମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଓ ଲାଦାଖରେ ବିଭକ୍ତ କରାଯାଇଛି ।

@ANI

ABOUT THE AUTHOR

...view details