ଓଡିଶା

odisha

ETV Bharat / bharat

ପୁଲୱାମା ଶହୀଦଙ୍କୁ ଅମିତ ଶାହଙ୍କ ଶ୍ରଦ୍ଧାଞ୍ଜଳି - ପୁଲୱାମା

2019 ଆତଙ୍କବାଦୀ ଆକ୍ରମଣରେ ଶହୀଦ ୪୦ଜଣ CRPF ଯବାନଙ୍କୁ ଆଜି(ମଙ୍ଗଳବାର)ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଅମିତ ଶାହ । ଅଧିକ ପଢନ୍ତ...

ପୁଲୱାମା ଶହୀଦଙ୍କୁ ଅମିତ ଶାହଙ୍କ ଶ୍ରଦ୍ଧାଞ୍ଜଳି
ପୁଲୱାମା ଶହୀଦଙ୍କୁ ଅମିତ ଶାହଙ୍କ ଶ୍ରଦ୍ଧାଞ୍ଜଳି

By

Published : Oct 26, 2021, 9:58 AM IST

ଶ୍ରୀନଗର:ତିନି ଦିନିଆ ଜମ୍ମୁକାଶ୍ମୀର ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗତକାଲି ପୁଲୱାମା ଜିଲ୍ଲା ଲେଥପୋରା ସ୍ଥିତ ସିଆରପିଏଫ ଶିବିରରେ ପହଞ୍ଚିଥିଲେ । 2019 ଆତଙ୍କବାଦୀ ଆକ୍ରମଣରେ ଶହୀଦ ୪୦ଜଣ ସିଆରପିଏଫ ଯବାନଙ୍କୁ ଆଜି(ମଙ୍ଗଳବାର)ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଅମିତ ଶାହ । ଏହା ସହିତ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଧ୍ୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ପୁଲୱାମା ଶହୀଦଙ୍କୁ ଅମିତ ଶାହଙ୍କ ଶ୍ରଦ୍ଧାଞ୍ଜଳି

୨୦୧୯ ଫେବୃଆରୀ ୧୪ରେ ଜମ୍ମୁକାଶ୍ମୀରର ପୁଲୱାମା ସିଆରପିଏଫଙ୍କ ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦ । ଆତଙ୍କବାଦୀଙ୍କ ବିସ୍ପୋରଣରେ ଥରିଗଲା ସମଗ୍ର ଅଞ୍ଚଳ । ଆଖି ପଲକରେ ଶହୀଦ ହୋଇଗଲେ ୪୦ ବୀର ଯବାନ । ସିଆରପିଏଫ 180 ବାଟାଲିୟନର 8ଶହ ଯବାନ ସ୍ଥାନାନ୍ତର ହେଉଥିଲେ ଶ୍ରୀନଗର କ୍ୟାମ୍ପକୁ । ଏହି ସ୍ଥାନାନ୍ତର ସେନାର ଗୋଟିଏ ସାଧାରଣ ପ୍ରକ୍ରିୟା ଥିଲା । ଛୁଟିରୁ ଫେରିଥିବା ବା ବିଭିନ୍ନ ସେକ୍ଟରରେ ପୋଷ୍ଟିଂ ଶେଷ ହେବାପରେ ଜମ୍ମୁରୁ ଶ୍ରୀନଗର ଯବାନଙ୍କ ସ୍ଥାନାନ୍ତର ହୋଇଥାଏ । 11 ଘଣ୍ଟାର ଯାତ୍ରା ପରେ ଅପରାହ୍ନ 2.30ରେ ଯବାନଙ୍କ ଗାଡି ପହଞ୍ଚିଲା ଟ୍ରାନଜିଟ କ୍ୟାମ୍ପରେ । ଏହି ଠାରୁ ପୁଣି 16 ଗାଡି ସାମିଲ ହେଲା ଯାତ୍ରାରେ । ଏହି ସମୟରେ ହୋଇଥିବା ବିସ୍ଫୋରଣ । ଦୋହଲିଗଲା ସମଗ୍ର ଭାରତ । ବୀରପୁତ୍ରଙ୍କୁ ହରାଇ ଭାରତ ମାତାର ଆଖିରୁ ବୋହିଲା ଅଶ୍ରୁଧାର ।

ଘଟଣାକୁ ନେଇ ସାରା ଦେଶରେ ଜଳିଲା ପ୍ରତିଶୋଧର ବହ୍ନି । ଏହାର କିଛି ଦିନ ପରେ ପ୍ରତିଶୋଧ ନେଇଥିଲା ଭାରତ । ପାକିସ୍ତାନରେ ଜେଏମସ ବାଲାକୋଟ ଆତଙ୍କବାଦୀ ତାଲିମ ଶିବିରରେ ଏୟାର ଷ୍ଟ୍ରାଇକ କରିଥିଲେ ଭାରତୀୟ ସେନା । ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ସମସ୍ତ 40 ଜଣ ଯବାନଙ୍କ ନାମ ଥିବା ସ୍ମାରକପତ୍ର ଫେବୃଆରୀ 14, 2020 ରେ ପୁଲୱାମାର ଲେଥପୋରା କ୍ୟାମ୍ପରେ ଥିବା CRPF ତାଲିମ କେନ୍ଦ୍ରରେ ଉଦଘାଟିତ ହୋଇଥିଲା । ୪୦ ଯବାନଙ୍କ ଭିତରେ ଓଡିଶାରୁ ୨ଜଣ ଯବାନ ଶହୀଦ ହୋଇଥିଲେ । କଟକ ନିଆଳିର ମନୋଜ କୁମାର ବେହେରା ଓ ଜଗତସିଂହପୁରର ପ୍ରସନ୍ନ କୁମାର ସାହୁ ଦେଶ ପାଇଁ ଜୀବନ ଦେଇଥିଲେ । ସିଆରଏଫ ଯବାନଙ୍କ ସେବା ଓ ନିଷ୍ଠା ପାଇଁ ଦେଶ ତାଙ୍କ ପାଖରେ ଋଣୀ । ତାଙ୍କ ବଳିଦାନକୁ ଦେଶ କେବେ ଭୁଲିବ ନାହିଁ ।

ପ୍ରକାଶ ଥାଉ କି, ଶାହ ଗତକାଲି ପୁଲୱାମା ଜିଲ୍ଲା ଲେଥପୋରା ସ୍ଥିତ ସିଆରପିଏଫ ଶିବିରରେ ରାତି କାଟିଥିଲେ । ସୈନ୍ୟମାନଙ୍କ ସହିତ ଭୋଜନ କରିବା ସହିତ ସମୟ ଅତିବାହିତ କରିଥିଲେ । ୨୦୧୯ ଧାରା ୩୭୦ ଉଚ୍ଛେଦ ପରେ ଏହା ଶାହଙ୍କ ପ୍ରଥମ ଜମ୍ମୁଗସ୍ତ । ଗତକାଲି ଶ୍ରୀନଗରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ।

@ANI

ABOUT THE AUTHOR

...view details