ଓଡିଶା

odisha

ETV Bharat / bharat

ସରିଲା ଚଳିତ ବର୍ଷର ଅମରନାଥ ଯାତ୍ରା - ସମାପନ ପୂଜା

ଶେଷ ହେଲା ଚଳିତ ବର୍ଷର ପବିତ୍ର ଅମରନାଥ ଯାତ୍ରା । ଏକ ଗୁମ୍ପାରେ ସାଧୁ ସନ୍ଥ ସମାପନ ପୂଜା କରିଥିଲେ । ଏହାପରେ ଶେଷ ହୋଇଛି ଚଳିତ ବର୍ଷର ଅମରନାଥ ଯାତ୍ରା । ଅଧିକ ପଢନ୍ତୁ...

ସରିଲା ଚଳିତ ବର୍ଷର ଅମରନାଥ ଯାତ୍ରା ; ଗୁମ୍ପାରେ ପୂର୍ଣ୍ଣାହୂତି ଦେଲେ ସାଧୁ ସନ୍ଥ
ସରିଲା ଚଳିତ ବର୍ଷର ଅମରନାଥ ଯାତ୍ରା ; ଗୁମ୍ପାରେ ପୂର୍ଣ୍ଣାହୂତି ଦେଲେ ସାଧୁ ସନ୍ଥ

By

Published : Aug 23, 2021, 7:20 AM IST

ଶ୍ରୀନଗର: ଶେଷ ହେଲା ଚଳିତ ବର୍ଷର ପବିତ୍ର ଅମରନାଥ ଯାତ୍ରା । ଏକ ଗୁମ୍ପା ମଧ୍ୟରେ ସାଧୁ ସନ୍ଥମାନେ ଭଜନ ଓ ପୂଜା କରିଥିଲେ । ଯାହାର ନାଁ ହେଉଛି ସମାପନ ପୂଜା । ଏ ଅବସରରେ ଅମରନାଥ ମନ୍ଦିର ବୋର୍ଡର ମୁଖପାତ୍ର ଜାମ୍ମୁ କାଶ୍ମୀରରେ ଶାନ୍ତି, ସୌହାର୍ଦ୍ଦ୍ୟ, ପ୍ରଗତି ଏବଂ ସମୃଦ୍ଧତା ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି ।

ଭଗବାନ ଶିବଙ୍କ ଅସ୍ଥାୟୀ ଆସ୍ଥାନ ସମେତ ଛାରୀ ମୁବାରକ ଗୁମ୍ଫା ମଧ୍ୟକୁ ନେବାକୁ ମନ୍ଦିର କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ । ପରେ ପୂଜକ ମହନ୍ତ ଦୀପ୍ତି ଗିରି ‘ଦାଶନାମୀ ଆଖଡା’ର ସାଧୁମାନଙ୍କୁ ନେଇ ଏହି ଶୋଭାଯାତ୍ରାରେ ନେତୃତ୍ୱ ନେଇଥିଲେ । ଏବଂ ଶ୍ରାବଣ ପୂର୍ଣ୍ଣିମା ତଥା ରାକ୍ଷୀ ପୂର୍ଣ୍ଣିମାରେ ଅମରନାଥ ଯାତ୍ରାର ସମାପନ କରିଥିଲେ । କୋରୋନା ମହାମାରୀ ଯୋଗୁଁ ବାର୍ଷିକ ତୀର୍ଥଯାତ୍ରା ବାତିଲ କରାଯାଇଥିଲା । କିନ୍ତୁ ବୋର୍ଡ ଦକ୍ଷିଣ କାଶ୍ମୀର ହିମାଳୟର ଗୁମ୍ଫାରେ ସମସ୍ତ ପାରମ୍ପାରିକ ଧାର୍ମିକ ରୀତିନୀତି କରିଥିଲା।

ଶ୍ରୀ ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ ପକ୍ଷରୁ ଭର୍ଚୁଆଲ୍ ପୂଜା ମଧ୍ୟ କରାଯାଉଥିଲା । କେବଳ ସେତିକି ନୁହେଁ । ଏକ ଟିଭି ଚ୍ୟାନେଲ ଓ ସୋସିଆଲ ମିଡିଆ ମାଧ୍ୟମରେ ସକାଳ ଏବଂ ସନ୍ଧ୍ୟାରେ ଭକ୍ତମାନେ ଆଳତି ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଅନଲାଇନରେ 'ପ୍ରସାଦ' ବୁକିଂକୁ କରାଯିବାର ବ୍ୟବସ୍ଥା କରାଯାଇଥିଲା । ପ୍ରାୟ ସାତରୁ ଆଠ ଲକ୍ଷ ଭକ୍ତ ଶ୍ରୀ ଅମରନାଥଜୀ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ଜିଓ ଟିଭି ପ୍ଲାଟଫର୍ମରେ ମାଗଣା ଭର୍ଚୁଆଲ୍ ଦର୍ଶନ କରିଥିଲେ ବୋଲି ମୁଖପାତ୍ର କହିଛନ୍ତି । ଏହି ସମସ୍ତ ପଦକ୍ଷେପ ଭକ୍ତଙ୍କ ଧାର୍ମିକ ଭାବନାକୁ ଜୀବନ୍ତ ରଖିଛି ବୋଲି ସେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details