ଡେରାଡୁନ: ଦେବଭୂମିରେ ହିମସ୍ଖଳନ ପରେ ଏବେ ବି ଏଠାରେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଉଦ୍ଧାର ସମୟରେ ଏକ ରେସ୍କ୍ୟୁ ଟିମକୁ ମିଳିଛି ଏକ ହ୍ରଦର ଲୋକେସନ । ହିମସ୍ଖଳନ ଯୋଗୁଁ ଚାମୋଲି ବିପର୍ଯ୍ୟୟ ପରେ ଋଷିଗଙ୍ଗାରେ ସୃଷ୍ଟି ହୋଇଛି ଏକ ହ୍ରଦ । 9 ହଜାର ଫୁଟ ଉଚ୍ଚରେ ଥିବା ଏହି ହ୍ରଦ ନିକଟକୁ ପହଞ୍ଚିବା ବେଶ କଷ୍ଟସାଧ୍ୟ । କାରଣ ବନ୍ୟା ଯୋଗୁଁ ଏଠାକାର ରାସ୍ତା ମଧ୍ୟ ଧୋଇ ହୋଇଯାଇଛି ।
ହିମସ୍ଖଳନ ପରେ ଚାମୋଲିରେ ହ୍ରଦ ସୃଷ୍ଟି, 9 ହଜାର ଫୁଟ ଉଚ୍ଚରେ ପହଞ୍ଚିଲା ITBP - ITBP
ହିମସ୍ଖଳନ ଯୋଗୁଁ ଚାମୋଲି ବିପର୍ଯ୍ୟୟ ପରେ ଋଷିଗଙ୍ଗାରେ ସୃଷ୍ଟି ହୋଇଛି ଏକ ହ୍ରଦ ଠାବ କଲା ଆଇଟିବିପି ଟିମ୍ । ଅଧିକ ପଢନ୍ତୁ...
ହିମସ୍ଖଳନ ପରେ ଚାମୋଲିରେ ହ୍ରଦ ସୃଷ୍ଟି, 9 ହଜାର ଫୁଟ ଉଚ୍ଚରେ ପହଞ୍ଚିଲା ITBP
ଭାରତୀୟ ପ୍ରତିରକ୍ଷା ବିକାଶ ସଂଗଠନ(DRDO) ସହ ମିଶି ଆଇଟିବିପିର ଏକ ଟିମ ବୁଧବାର ହ୍ରଦ ସୃଷ୍ଟି ହୋଇଥିବା ସ୍ଥାନରେ ପହଞ୍ଚିଛନ୍ତି । ଆଇଟିବିପି ଏବଂ ଡିଆରଡିଓ ଅଧିକାରୀମାନେ ଏହାର ଆଖପାଖରେ ଏକ ହେଲିପ୍ୟାଡ ବିକାଶ ପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି ।