ହାଇଦ୍ରାବାଦ:ୟୁଏଇରେ ବିଶ୍ବ ଜଳବାୟୁ ଶିଖର ସମ୍ମିଳନୀ (COP28) ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀ ପାଇଁ ସାରା ବିଶ୍ବର ବଡ ବଡ ନେତାମାନେ ଦୁବାଇ ପହଞ୍ଚିଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁବାଇ ଯାଇଥିଲେ, ଯେଉଁଠି ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଏହି ସମୟରେ ମୋଦି ଏବଂ ମେଲୋନି ମିଶି ସେଲ୍ଫି ନେଇଥିଲେ । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଫଟୋରେ ଇଟାଲି ପ୍ରଧାନମନ୍ତ୍ରୀ ମେଲୋନିଙ୍କ ସହ ମୋଦିଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ୟୁଜର୍ସମାନେ ଏଥିରେ ଲାଇକ୍ ବର୍ଷା କରୁଛନ୍ତି ।
ସିଓପି୨୮ ସମ୍ମିଳନୀ ମଧ୍ୟରେ ମେଲୋନି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସେଲ୍ଫି ଉଠାଇଥିଲେ । ପ୍ରଧାନମନ୍ତ୍ରୀ ମେଲୋନି ନିଜ ସୋସିଆଲ ମିଡିଆରେ ଏହି ସେଲ୍ଫିକୁ ପୋଷ୍ଟ କରି କ୍ୟାପସନ୍ ଲେଖିଛନ୍ତି, ''COP28ରେ ଭଲ ବନ୍ଧୁ...#Melodi '' । ଅର୍ଥାତ୍ ମେଲୋନି ମୋଦିଙ୍କୁ ନିଜର ଭଲ ବନ୍ଧୁ ବୋଲି କହି # ମେଲୋଡି ବୋଲି ଲେଖିଛନ୍ତି । ଫଟୋରେ ଦୁହେଁ ହସୁଥିବାର ଦେଖିବାକୁ ମିଳିଛି । ଏହାପୂର୍ବରୁ ମଧ୍ୟ ସିଓପି୨୮ ସମ୍ମିଳନୀରେ ସାମିଲ ହୋଇଥିବା ବିଶ୍ବ ନେତାଙ୍କ ଫଟୋସୁଟରେ ପିଏମ ମୋଦି ଓ ମେଲୋନି ସାଙ୍ଗ ହୋଇ ହସିବାର ଏବଂ କଥାବାର୍ତ୍ତା ହେବାର ଅନେକ ଫଟୋ ଭାଇରାଲ ହୋଇଥିଲା ।