ହାଇଦ୍ରାବାଦ: ଚାକିରି ପାଇଁ ବିଜ୍ଞାପନ ପ୍ରକାଶ କଲା ଇସ୍କନ । ଏହି ଚାକିରି ପାଇଁ ନାହିଁ କୌଣସି ଯୋଗ୍ୟତା । ଦେଶ ଭିତରେ ଏବଂ ଦେଶ ବାହାରେ ଯୋଗାଇବ ଚାକିରି । ରିତୁପର୍ଣ୍ଣା ଚାଟାର୍ଜୀ ନାମକ ଜଣେ ଟୁଇଟର ବ୍ୟବହାରକାରୀ ଏକ ଟୁଇଟ୍ ସେୟାର କରିଛନ୍ତି ।
ବେକାରୀଙ୍କୁ ଚାକିରି ଦେବ ISKCON, ଦରମା କେତେ ଜାଣନ୍ତୁ... - ଇସ୍କନ ଦେବ ଚାକିରି
ଚାକିରି ପାଇଁ ବିଜ୍ଞାପନ ପ୍ରକାଶ କଲା ଇସ୍କନ । ଏହି ଚାକିରି ପାଇଁ ନାହିଁ କୌଣସି ଯୋଗ୍ୟତା । ଦେଶ ଭିତରେ ଏବଂ ଦେଶ ବାହାରେ ଯୋଗାଇବ ଚାକିରି । ଅଧିକ ପଢନ୍ତୁ...
ବେକାରୀଙ୍କୁ ଚାକିରି ଦେବ ଇସ୍କନ । ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା କିମ୍ବା ବୟସର କୌଣସି ସୀମା ନାହିଁ । ତେବେ କୃଷ୍ଣଙ୍କ ଭାବଧାରାରେ ନିମଜ୍ଜିତ ହୋଇ କାମ କରିବାକୁ ହେବ । ସେ କାର୍ଯ୍ୟ ପ୍ରତି ସମର୍ପିତ ଓ ଦାୟିତ୍ବବାନ ହେବା ଜରୁରୀ। ମୁଖ୍ୟତଃ ରାମାୟଣ, ମହାଭାରତ, ଶ୍ରୀମଦ ଭଗବତ ଗୀତା, ଶ୍ରୀକୃଷ୍ଣ ପରି ପୁସ୍ତକ ବିତରଣ କରିବାକୁ ହେବ । ଏହା ସହ ଗୋସେବା କରିବାକୁ ହେବ । ଏଥିପାଇଁ କୌଣସି ମାସିକ ପାରିଶ୍ରମିକ ମିଳିବ ନାହିଁ । ଇସ୍କନର ସଂସ୍କୃତି ଅନୁସାରେ କାର୍ଯ୍ୟ କରିବେ। ଇସ୍କନ ଜଣେ କର୍ମଚାରୀଙ୍କୁ ଜୀବନ ସାରା ଖାଦ୍ୟ, ରହିବା ବ୍ୟବସ୍ଥା, ବସ୍ତ୍ର ସହ ଦୈନିକ ବ୍ୟବହାର୍ଯ୍ୟ ଜିନିଷ ଏବଂ ମେଡିକାଲ ଖର୍ଚ୍ଚ ସହିତ ଯାତ୍ରା ଖର୍ଚ୍ଚ ମଧ୍ୟ ପ୍ରଦାନ କରିବ । ଦୁଇ, ତିନି, ଚାରି କିମ୍ବା ଛଅ ଚକିଆ ଗାଡ଼ି ଚାଳନାରେ ନିଯୁକ୍ତ ହୋଇପାରନ୍ତି । ଏହାସହ ହାରମୋନିୟମ, ମୃଦଙ୍ଗ ଓ କରତାଳ ପରି ବାଦ୍ୟ ବଜାଇବାକୁ ପଡ଼ିପାରେ । ତେବେ ନିଯୁକ୍ତି ପରେ କିଛି ନିର୍ଦ୍ଦିଷ୍ଟ ନୀତି ନିୟମ ପାଳନ କରିବାକୁ ପଡ଼ିବ ।
ସାରା ଜୀବନ ଖାଦ୍ୟ ପୋଷାକ, ଜୋତା, ଚିକିତ୍ସା ଓ ଗସ୍ତ ଖର୍ଚ୍ଚ ଯୋଗାଇଦେବାକୁ ଏଥିରେ ପ୍ରତିଶ୍ରୁତି ଦିଆଯାଇଛି । ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା କିମ୍ବା ବୟସର କୌଣସି ସୀମା ନାହିଁ । ତେବେ କୃଷ୍ଣଙ୍କ ଭାବଧାରାରେ ନିମଜ୍ଜିତ ହୋଇ କାମ କରିବାକୁ ହେବ । ସେ କାର୍ଯ୍ୟ ପ୍ରତି ସମର୍ପିତ ଓ ଦାୟିତ୍ବବାନ ହେବା ଜରୁରୀ ।