ଓଡିଶା

odisha

ETV Bharat / bharat

ଆଦିଯୋଗୀ ମୂର୍ତ୍ତି ଅନାବରଣକୁ ଅନୁମତି, କାଲି ଉପରାଷ୍ଟ୍ରପତି କରିବେ ଉଦଘାଟନ - ଇଶା ଯୋଗ କେନ୍ଦ୍ରର ଆଦିଯୋଗୀଙ୍କ ପ୍ରତିମୂର୍ତ୍ତି

ଆସନ୍ତାକାଲି କର୍ଣ୍ଣାଟକର ଚିକ୍କାବଲ୍ଲପୁର ଜିଲ୍ଲା ଇଶା ଯୋଗ କେନ୍ଦ୍ରର ଆଦିଯୋଗୀଙ୍କ ପ୍ରତିମୂର୍ତ୍ତି ଅନାବରଣ ହେବ । ଉପରାଷ୍ଟ୍ରପତି ଏହାର ଉଦଘାଟନ କରିବେ । ଅଧିକ ପଢ଼ନ୍ତୁ

isha yoga centre adiyogi shiva statue
ଇଶା ଯୋଗ କେନ୍ଦ୍ରର ଆଦିଯୋଗୀଙ୍କ ପ୍ରତିମୂର୍ତ୍ତି

By

Published : Jan 14, 2023, 7:12 PM IST

ବେଙ୍ଗାଲୁରୁ: ବିବାଦ ମଧ୍ୟରେ କର୍ଣ୍ଣାଟକର ଚିକ୍କାବଲ୍ଲପୁର ଜିଲ୍ଲା ଇଶା ଯୋଗ କେନ୍ଦ୍ରର ଆଦିଯୋଗୀଙ୍କ ପ୍ରତିମୂର୍ତ୍ତି ଅନାବରଣ ଲାଗି କର୍ଣ୍ଣାଟକ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଆସନାକାଲି (ରବିବାର) 112 ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିଶାଳକାୟ ମୂର୍ତ୍ତିକୁ ଅନାବରଣ କରାଯିବ । ରବିବାର ସନ୍ଧ୍ୟା 6ଟାରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ଏହାର ଉଦଘାଟନ କରିବେ । ଗତ 6 ବର୍ଷ ପୂର୍ବେ ଏହି ବିଶାଳକାୟ ଇଶା ଯୋଗ କେନ୍ଦ୍ରର ଆଦିଯୋଗୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ଗୌରବ ଆଣିଲେ ଭାରତୀୟ ବଂଶୋଦ୍ଭବ, ପରିବେଶ ଫେଲୋସିପ୍ ସମ୍ମାନରେ ହେଲେ ସମ୍ମାନିତ

ମୂର୍ତ୍ତି ନିକଟରେ କୌଣସି ନିର୍ମାଣ କାର୍ଯ୍ୟ ନକରି ସ୍ଥିତାବସ୍ଥା ବଜାୟ ରଖିବାକୁ କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ମାଣ କାର୍ଯ୍ୟ ଜଙ୍ଗଲ ଓ ଜମି ଅଧିଗ୍ରହଣ ସମ୍ପର୍କିତ ବିଭିନ୍ନ ନିୟମ ଓ ଆଇନର ଉଲ୍ଲଂଘନ କରୁଥିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଏହାପୂର୍ବରୁ ଗତ ଜାନୁୟାରୀ 11ରେ ଏହି ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଇଶା ଯୋଗ କେନ୍ଦ୍ର ଜମି ଅଧିଗ୍ରହଣ ସହ ଜଡ଼ିତ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ଯୁବକଙ୍କ ଅଜବ କାଣ୍ଡ: ସାଙ୍ଗ ନିଜ ପ୍ରେମିକା ଅଧିକ ସମୟ କାଟିପାରୁ, ମିଛରେ ଖେଲାଇଲେ ବୋମା ଆତଙ୍କ

ଗତ 13ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ପ୍ରତିମୂର୍ତ୍ତି ଅନାବରଣ ନେଇ ଅନୁମତି ଦେଇଛନ୍ତି । କାର୍ଯ୍ୟକ୍ରମ ଆୟୋଜନ ପାଇଁ କୌଣସି ଗଛ ନକାଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରତିମୂର୍ତ୍ତି ନିକଟରେ କୌଣସି ନିର୍ମାଣ କାର୍ଯ୍ୟ ହେବ ନାହିଁ । ଏହି ମାମଲାକୁ କୋର୍ଟ ସ୍ଥଗିତ ରଖିଛନ୍ତି ଏବଂ ଆସନ୍ତା ଫେବୃୟାରୀ 2 ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ । ତେବେ ଆସନ୍ତା 15 ତାରିଖରେ ଇଶା ଯୋଗ କେନ୍ଦ୍ରର ଉଦଘାଟନ ହେବ । ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବେ ।

ଏନେଇ ଇଶା ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି , "ଉପରାଷ୍ଟ୍ରପତି ଆସନ୍ତା 15ରେ କର୍ଣ୍ଣାଟକ ଗସ୍ତରେ ଆସିବେ । ଏହି ପରିପ୍ରେକ୍ଷୀରେ ସନ୍ଧ୍ୟା 6ଟା ସମୟରେ ଇଶା ଯୋଗ କେନ୍ଦ୍ରର 112 ଫୁଟ ଉଚ୍ଚତା ବିଶିଷ୍ଟ ଆଦିଯୋଗୀଙ୍କ ପ୍ରତିମୂର୍ତ୍ତିର ଉଦଘାଟନ କରିବେ । ଗତ 6 ବର୍ଷ ପୂର୍ବେ ଏହି ବିଶାଳକାୟ ମୂର୍ତ୍ତି ନିର୍ମାଣ ହୋଇଥିଲା ।"

ABOUT THE AUTHOR

...view details