ରାଞ୍ଚି:ନବବର୍ଷ ଆରମ୍ଭରୁ ଝାଡଖଣ୍ଡରେ ରାଜନୀତି ପାରଦ ବଢିବାରେ ଲାଗିଛି । ବହୁଚର୍ଚ୍ଚିତ ଲ୍ୟାଣ୍ଡ ସ୍କାମ ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରରେ ଥିବା ବେଳେ ସେ ଏବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚା ବିଜେପି କ୍ୟାମ୍ପରୁ ଆରମ୍ଭ ହୋଇଛି । ଝାଡଖଣ୍ଡରୁ ଭାରତୀୟ ଜନତା ପାର୍ଟିର ସାଂସଦ ଥିବା ନିଶିକାନ୍ତ ଦୁବେ କହିଛନ୍ତି ହେମନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଓ ତାଙ୍କ ସ୍ତ୍ରୀ କଳ୍ପନା ସୋରେନ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବେ । ହେଲେ ଏହି ଦାବି ସମ୍ପର୍କରେ ହେମନ୍ତଙ୍କ କ୍ୟାମ୍ପରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି ।
ଅନ୍ୟ ଏକ ଘଟଣାକ୍ରମ ହେଉଛି, ଗତକାଲି ଶାସକ ଦଳର ବିଧାୟକ ସର୍ଫରାଜ ଅହମ୍ମଦ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଆଜି ବାଚସ୍ପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ଗତକାଲି ରବିବାର ଥିବା ସତ୍ତ୍ବେ ତାଙ୍କ ଇସ୍ତଫାକୁ (ଗତକାଲି ଠାରୁ) ପିଛିଲା ଭାବେ ଗ୍ରହଣ କରାଯାଇଛି । ଶାସକ ଦଳର ଜଣେ ବିଧାୟକ ଅଚାନକ ଇସ୍ତଫା ଦେବା ଘଟଣା ମଧ୍ୟ ନାନା ପ୍ରଶ୍ନ ସୃଷ୍ଟି କରିଛି ।
ଏହା ମଧ୍ୟ ପଢନ୍ତୁ:- କାନ୍ଧାହାର ମାଷ୍ଟରମାଇଣ୍ଡ ଅଜହର ମୃତ ! ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଅନନୋନ ମ୍ୟାନ’