ଗାନ୍ଧୀନଗର: ଗୁଜୁରାଟ ATS ଏବଂ ଭାରତୀୟ ତଟରକ୍ଷୀ ବାହିନୀ ଶନିବାର ରାତିରେ ଏକ ବଡ ଧରଣର ଚୋରା ଚାଲାଣ ଷଡଯନ୍ତ୍ର ପଣ୍ଡ କରିଛି। ଦୁହିଁଙ୍କ ମିଳିତ ଅପରେସନରେ ଗୁଜୁରାଟ ତଟରେ ଇରାନରୁ ଆସୁଥିବା ବୋଟକୁ ଧରାଯାଇଛି । ଏହି ବୋଟରୁ ପାଖାପାଖି 30 ରୁ 50 କିଲୋ ହେରୋଇନ ଜବତ କରିଛି। ଯାହାର ମୂଲ୍ୟ ଆନ୍ତର୍ଜାତୀୟ ବଜାରରେ 250 କୋଟି ବୋଲି ଆକଳନ କରାଯାଉଛି ।
ଇରାନୀୟ ବୋଟ୍ ସହ ବିପୁଳ ପରିମାଣର ଡ୍ରଗ୍ସ ଜବତ, ୭ ଅଟକ - ଇରାନୀୟ ବୋଟରୁ ଡ୍ରଗ୍ସ ଜବତ
ଗୁଜୁରାଟ ATS ଏବଂ ଭାରତୀୟ ତଟରକ୍ଷୀ ବାହିନୀ ଶନିବାର ରାତିରେ ଏକ ବଡ ଧରଣର ଚୋରା ଚାଲାଣ ଷଡଯନ୍ତ୍ର ପଣ୍ଡ କରିଛି। ଇରାନରୁ ଆସୁଥିବା ଏକ ବୋଟରୁ ପାଖାପାଖି 30 ରୁ 50 କିଲୋ ହେରୋଇନ ଜବତ କରିଛି। ଅଧିକ ପଢନ୍ତୁ...
ଇରାନୀୟ ବୋଟ୍ ସହ ବିପୁଳ ପରିମାଣର ଡ୍ରଗ୍ସ ଜବତ, ୭ ଅଟକ
ଗୁଜୁରାଟ ATS ସୂଚନା ଦେଇ କହିଛନ୍ତି ଯେ, ଶନିବାର ରାତିରେ କୋଷ୍ଟଗାର୍ଡ ଏବଂ ATS ଭାରତୀୟ ଜଳସୀମାରେ ଏକ ବୋଟ ଦେଖିଥିଲେ। ଏହାପରେ ବୋଟକୁ ଅଟକାଇ ଏହାର ଯାଞ୍ଚ କରିଥିଲେ। ଏଥିରେ 7 ଇରାନ ନାଗରିକ ଥିଲେ, ଯେଉଁମାନଙ୍କ ପାଖରେ 50 କିଲୋ ପର୍ଯ୍ୟନ୍ତ ହେରୋଇନ ଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Sep 19, 2021, 8:36 PM IST