ଓଡିଶା

odisha

ETV Bharat / bharat

Manipur Violence: ୧୫ ଯାଏଁ ମଣିପୁରରେ ଇଣ୍ଟରନେଟ ସେବା ବନ୍ଦ - ମଣିପୁର ହିଂସା

ମଣିପୁରରେ ଆସନ୍ତା ୧୫ ତାରିଖ ଯାଏଁ ଇଣ୍ଟରନେଟ ସେବା ବନ୍ଦ । କଟକଣା ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

୧୫ ଯାଏଁ ମଣିପୁରରେ ଇଣ୍ଟରନେଟ ସେବା ବନ୍ଦ
୧୫ ଯାଏଁ ମଣିପୁରରେ ଇଣ୍ଟରନେଟ ସେବା ବନ୍ଦ

By

Published : Jun 11, 2023, 11:58 AM IST

ଇମ୍ଫାଲ:ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ଫେରିପାରୁନି । ଅକାଳରେ ବହୁ ନିରୀହ ଲୋକଙ୍କ ଜୀବନ ଚାଲିଯାଉଛି । ହିଂସାରେ ଅନେକ ସାଧାରଣ ନାଗରିକ ଠାରୁ ନେଇ ସୁରକ୍ଷାକର୍ମୀଙ୍କ ଯାଏଁ ମୃତ୍ୟୁ ହେଲାଣି । ସ୍ଥିତି ସ୍ବାଭାବିକ ହେଉନଥିବାରୁ ମଣିପୁର ସରକାର ଆଉ ୫ ଦିନ ପାଇଁ ଇଣ୍ଟରନେଟ ସେବା ବ୍ୟାନ କରିଛନ୍ତି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ ସେବା ଠପ୍ ରହିବ । ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ମିଥ୍ୟା ଖବର, ଗୁଜବ ଓ ବିଭ୍ରାନ୍ତକର ସୂଚନା ରୋକିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଲୋକଙ୍କ ମଧ୍ୟରେ ଏପରି ଗୁଜବ ପ୍ରସାର ହେବା ଦ୍ବାରା ରାଜ୍ୟର ଆଇନ ଶଙ୍ଖଳା ପରିସ୍ଥିତି ବ୍ୟାହତ ହେଉଛି ।

ସରକାରଙ୍କ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ଜୁନ ୧୫ ଅପରାହ୍ନ ୩ଟା ଯାଏଁ ଇଣ୍ଟରନେଟ ସେବା ଉପରେ କଟକଣା ବୃଦ୍ଧି କରାଯାଇଛି । ମଣିପୁର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଡିଆର ସପମ ରଞ୍ଜନ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୌଣସି ସ୍ଥାନରୁ କିଛି ଅପ୍ରୀତିକର ଘଟଣା ସମ୍ପର୍କରେ ଖବର ଆସିନାହିଁ । ଏଥିରୁ ରାଜ୍ୟରେ ସ୍ବାଭାବିକ ସ୍ଥିତି ଫେରୁଥିବା ଜଣାପଡୁଛି । ବର୍ତ୍ତମାନ ରାଜ୍ୟବ୍ୟାପୀ ୩୪୯ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି ।

ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଦୀର୍ଘ ଦିନ ହେଲାଣି ମଣିପୁରରେ ହିଂସା ଲାଗି ରହିଛି । ଏହି ସଂଘର୍ଷରେ ପ୍ରାୟ ୬୦ ଜଣଙ୍କ ମୃତ୍ୟୁ ହୋଇଛି । ଶତାଧିକ ଘର ନିଆଁରେ ପୋଡି ପାଉଁଶ ହୋଇଯାଇଛି । ହିଂସା ମଧ୍ୟରେ ୪,୫୩୭ଟି ଅସ୍ତ୍ରଶସ୍ତ୍ର ଲୁଟ୍ ହୋଇଥିବା ବେଳେ ସେଥି ମଧ୍ୟରୁ ସରକାର ୯୯୦ଟି ଉଦ୍ଧାର କରାଯାଇଛି । ତେବେ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସରକାର ଏକ ଶାନ୍ତି କମିଟି ଗଠନ କରିଛନ୍ତି । ରାଜ୍ୟପାଳ ଅନୁସୂୟା ଉଇକେଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଏହି କମିଟିରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂ, ସାଂସଦ, ବିଧାୟକ ଓ ବିଭିନ୍ନ ରାଜନୈତିକ ଦଳର ନେତା ସଦସ୍ୟ ରହିଛନ୍ତି ।

ଏହା ବ୍ୟତୀତ ପୂର୍ବତନ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍, ସାହିତ୍ୟିକ, କଳକାର, ସାମାଜିକ କର୍ମୀ ଏବଂ ବିଭିନ୍ନ ଧାର୍ମିକ ସଂଗଠନର ପ୍ରତିନିଧିଙ୍କୁ ସାମିଲ କରାଯାଇଛି । ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟା ସୁଗମ କରିବାକୁ ଏହି କମିଟି ଦୁଇ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ଦ୍ବନ୍ଦକୁ ନେଇ ଆଲୋଚନା କରିବା ସହ ସମାଧାନର ରାସ୍ତା ବାହାର କରିବା ପାଇଁ ପ୍ରୟାସ କରିବେ ।

ABOUT THE AUTHOR

...view details