ଓଡିଶା

odisha

ETV Bharat / bharat

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ମୋଦି

ଜୁନ 21 ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ 6ଟା 30ରେ ହେବ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଅଧିକ ପଢନ୍ତୁ...

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

By

Published : Jun 20, 2021, 7:47 PM IST

ନୂଆଦିଲ୍ଲୀ: ଜୁନ 21 ଅର୍ଥାତ ରାତି ପାହିଲେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ଏହି ଅବସରରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ 6ଟା 30ରେ ହେବ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ।

ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି 'ଫିଟନେସ ପାଇଁ ଯୋଗ' । ମହାମାରୀ ଯୋଗୁଁ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଏଥର ଆନ୍ତର୍ଜାତୀୟ ଯୋଗ ଦିବସରେ ଆୟୋଜିତ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମ ଏକ ଟେଲିଭିଜନ କାର୍ଯ୍ୟକ୍ରମ ହେବ। ଏହି ଟିଭି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ।

ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, ସୋମବାର 21 ଜୁନରେ ଆମେ ସପ୍ତମ ଯୋଗ ଦିବସ ପାଳନ କରିବୁ। ଏହି ବର୍ଷର ବିଷୟବସ୍ତୁ ହେଉଛି 'ସୁସ୍ଥତା ପାଇଁ ଯୋଗ', ଯାହା ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ଯୋଗ ଅଭ୍ୟାସ ଉପରେ ଗୁରୁତ୍ବ ଦେଇଥାଏ | ମୁଁ ଆସନ୍ତାକାଲି ସକାଳ ପ୍ରାୟ 6ଟା 30ରେ ଯୋଗ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବି ।

ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଦୂରଦର୍ଶନ ଚ୍ୟାନେଲରେ ସକାଳ ସାଢେ 6ଟାରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁଙ୍କ ସମ୍ବୋଧନ ପ୍ରସାରଣ ହେବ।

ବିବୃତ୍ତିରେ କୁହାଯାଇଛି ଯେ ସପ୍ତମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଏପରି ଏକ ସମୟରେ ଆସିଛି ଯେତେବେଳେ ବିଶ୍ବ କୋରୋନା ବିରୁଦ୍ଧରେ ଯୁଦ୍ଧ ଲଢୁଛି । ହେଲେ ମହାମାରୀ ଯୋଗର ଉତ୍ସାହକୁ ହ୍ରାସ କରିପାରି ନାହିଁ ।

ABOUT THE AUTHOR

...view details