ହାଇଦ୍ରାବାଦ: ଦୀର୍ଘ ଦୁଇ ବର୍ଷ ପରେ ବିଶ୍ବର ସର୍ବବୃହତ ଫିଲ୍ମ ସିଟି ''ରାମୋଜୀ ଫିଲ୍ମ ସିଟି''ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଦମଦାର ମ୍ୟୁଜିକ, ଲାଇଟ, ଡ୍ୟାନ୍ସରେ ଆରଏଫସିରେ କାର୍ଯ୍ୟରତ ସମସ୍ତ ମହିଳା ଦିନଟିକୁ ଉପଭୋଗ କରିଥିଲେ । ଲିଙ୍ଗଗତ ସମାନତା ପାଇଁ ଇନୋଭେସନ ଓ ଟେକ୍ନୋଲୋଜି ''Embrace Equity'' ବାର୍ତ୍ତା ନେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଇଏଏସ ଅଧିକାରୀ ସ୍ମିତା ସବରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଫେମିନିଷ୍ଟ ମାଗାଜିନ 'ଭୂମିକା'ର ଏଡିଟର କୋନ୍ଦାବୀତି ସତ୍ୟବତୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ରାମୋଜୀ ଫିଲ୍ମ ସିଟି ପରିଚାଳନା ନିର୍ଦ୍ଦେଶିକା ବିଜୟେଶ୍ବରୀ, ଗଣମାଧ୍ୟମ ସଂସ୍ଥା ଇଟିଭି ଭାରତ ନିର୍ଦ୍ଦେଶିକା ବ୍ରିହତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରିଥିଲେ ଆରଏଫସିରେ କାର୍ଯ୍ୟରତ ସମସ୍ତ ମହିଳା ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏଏସ ଅଧିକାରୀ ସ୍ମିତା ସବରୱାଲ କହିଥିଲେ, ''ଇନାଡୁ ପାଇଁ ମୁଁ ତେଲୁଗୁ ଶିଖିଥିଲି । ସେଥିପାଇଁ ଇନାଡୁ ଖବର ସଂସ୍ଥାକୁ ଧନ୍ୟବାଦ । ସାମ୍ବାଦିକତା ଲୋକଙ୍କ ମତ ଓ ଚିନ୍ତାଧାରର ପ୍ରତୀକ । ଆଗାମୀ ଦିନରେ ଏହି ସାହାସୀ ଓ ସ୍ବାଧୀନ ସାମ୍ବାଦିକତା ଜାରି ରହିବ ବୋଲି ଆଶା କରୁଛି । ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଏହି ଦାୟିତ୍ବ ଆବଶ୍ୟକ କରେ ।'' ରାମୋଜୀ ଫିଲ୍ମ ସିଟି ପରିଚାଳନା ନିର୍ଦ୍ଦେଶିକା ବିଜୟେଶ୍ବରୀ, ଇଟିଭି ଭାରତ ନିର୍ଦ୍ଦେଶିକା ବ୍ରିହତି ଏବଂ ସମ୍ମାନିତ ଅତିଥି କୋନ୍ଦାବୀତି ସତ୍ୟବତୀ ଦୀପ ପ୍ରଜ୍ବଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପୂର୍ବାହ୍ନ 2ଟାରୁ ଅପରାହ୍ନ 5ଟା ଯାଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋରୋନା ପାଇଁ ଦୁଇ ବର୍ଷ ହେବ ଏହି ସେଲିବ୍ରେସନ ବନ୍ଦ ଥିଲା ।