ହାଇଦ୍ରାବାଦ: 77ଟି ଦେଶର 1300 ରୁ ଅଧିକ ସାମ୍ବାଦିକଙ୍କ ଏକ ପ୍ରମୁଖ ସର୍ଭେ ଅନୁଯାୟୀ, ଚାରିଜଣ ସାମ୍ବାଦିକଙ୍କ ମଧ୍ୟରୁ ତିନିଜଣ କୋଭିଡ-19 ଉପରେ ରିପୋର୍ଟ କରିବାରେ ସରକାରୀ ପ୍ରତିବନ୍ଧକ, ବାଧା କିମ୍ବା ଭୟର ସମ୍ମୁଖୀନ ହୋଇଛନ୍ତି।
ଅନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ଜର୍ଣ୍ଣାଲିଷ୍ଟ (ଆଇଏଫଜେ) ଦ୍ବାରା 26-28 ଏପ୍ରିଲ 2020 ମଧ୍ୟରେ କରାଯାଇଥିବା ସର୍ଭେ ଅନୁଯାୟୀ ଦୁଇ-ତୃତୀୟାଂଶ କର୍ମଚାରୀ ଏବଂ ଫ୍ରିଲାନ୍ସ ସାମ୍ବାଦିକଙ୍କ ଦରମା ହ୍ରାସ, ଚାକିରି ହରାଇବା, କମିଶନ ବାତିଲ ହୋଇଛି । ପ୍ରାୟ ପ୍ରତ୍ୟେକ ଫ୍ରିଲାନ୍ସ ସାମ୍ବାଦିକ ରାଜସ୍ବ କିମ୍ବା କାର୍ଯ୍ୟର ସୁଯୋଗ ହରାଇଛନ୍ତି । ସମସ୍ତ ସାମ୍ବାଦିକଙ୍କ ଅଧାରୁ ଅଧିକ ଚାପ ଏବଂ ଚିନ୍ତାର ଶିକାର ହେଉଛନ୍ତି । ଏକାଧିକ ସାମ୍ବାଦିକଙ୍କୁ ଗିରଫ କରାଯାଇଛି, ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି କିମ୍ବା ଆକ୍ରମଣ କରାଯାଇଛି।
ଯେତେବେଳେ ସମ୍ପୃକ୍ତ ଦେଶରେ ଗଣମାଧ୍ୟମର ସ୍ବାଧୀନତାର ସ୍ଥିତି ବିଷୟରେ ପଚରାଗଲା, ଅଧିକାଂଶ ଲୋକ ଏହାକୁ ଖରାପ ବୋଲି କହିଥିଲେ। ଅନେକ ଦେଶରେ ସାମାଜିକ ସୁରକ୍ଷା ନେଟୱାର୍କର ଅଭାବ ଏବଂ ନିରପେକ୍ଷ ନିଯୁକ୍ତି ପ୍ରଥା ସାମ୍ବାଦିକମାନଙ୍କୁ ନିରାଶ କରୁଛି ।
1997ରୁ ସାମ୍ବାଦିକଙ୍କ ହତ୍ୟା ସଂଖ୍ୟା-
ଇରାକରେ ସାମ୍ବାଦିକତା କରିବା ମୃତ୍ୟୁ ସହ ସମାନ । ଏଠାରେ 1990 ପରଠାରୁ ପ୍ରାୟ 340 ଜଣ ସାମ୍ବାଦିକଙ୍କ ମୃତ୍ୟୁ ହେଲାଣି । ଏହାସହ ମେକ୍ସିକୋରେ 178, ଫିଲିପାଇନ୍ସରେ 160, ପାକିସ୍ତାନରେ 138 ଓ ଭାରତରେ 116 ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି ।