ଓଡିଶା

odisha

ETV Bharat / bharat

ବର୍ବରତାର ସୀମାପାର: ସ୍କୁଟି ପଛରେ ଡ୍ରାଇଭରଙ୍କୁ ଘୋଷାଡି ନେଲେ ଯୁବକ, ଭିଡିଓ ଭାଇରାଲ

ଦୁର୍ଘଟଣା ପରେ ତିକ୍ତତାରୁ ଅମାନବୀୟ କାଣ୍ଡ । କାର ଡ୍ରାଇଭରଙ୍କୁ ବାଇକରେ ଘୋଷାଡିନେଲେ ଯୁବକ । ଲୋକେ କଲେ ଉଦ୍ଧାର । ଭାଇରାଲ ହେବାରେ ଲାଗିଛି ଭିଡିଓ । ଅଧିକ ପଢନ୍ତୁ

By

Published : Jan 17, 2023, 8:17 PM IST

ବ୍ୟକ୍ତିଙ୍କୁ ବାଇକରେ ବାନ୍ଧି ଘୋଷାଡିଲେ ଯୁବକ, ଭିଡିଓ ଭାଇରାଲ
ବ୍ୟକ୍ତିଙ୍କୁ ବାଇକରେ ବାନ୍ଧି ଘୋଷାଡିଲେ ଯୁବକ, ଭିଡିଓ ଭାଇରାଲ

ଦୁର୍ଘଟଣା ପରେ କାର ଡ୍ରାଇଭରଙ୍କୁ ବାଇକରେ ଘୋଷାଡିନେଲା ଯୁବକ

ହାଇଦ୍ରାବାଦ:ଦୁର୍ଘଟଣା ପରେ ବର୍ବରତାର ସବୁ ସୀମା ଟପିଗଲା ବାଇକ ଆରୋହୀ ଯୁବକ । କାର ଡ୍ରାଇଭରଙ୍କୁ ବାଇକରେ ବେଶ କିଛି କି.ମି ଘୋଷାଡି ନେଲା । ବେଙ୍ଗାଲୁରୁ ସହରରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି । ଜଣେ ବ୍ୟକ୍ତିଙ୍କୁ ଜଣେ ବାଇକ ଆରୋହୀ ଘୋଷାଡି ନେଉଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ବେଙ୍ଗାଲୁଲୁର ବିଜୟନଗର ଟ୍ରାଫିକ ପୋଲିସ ଥାନା ଅଞ୍ଚଳରେ ଘଟିଛି । ବାଇକରେ ବ୍ୟକ୍ତିଙ୍କୁ ଘୋଷାଡି ନେଉଥିବା ଯୁବକଙ୍କୁ କାବୁ ଅନ୍ୟ କିଛି ଯାତ୍ରୀ କାବୁ କରି ପୋଲିସ ଜିମା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏପରି ଅଭାବନୀୟ ଘଟଣାର ଶିକାର ହୋଇଥିବା ପୀଡିତ ବ୍ୟକ୍ତିଜଣଙ୍କ ଜଣେ କାର ଡ୍ରାଇଭର । ସମ୍ପୃକ୍ତ ଯୁବକଙ୍କ ବାଇକ ସହ ତାଙ୍କ କାରର ଧକ୍କା ହେବା ପରେ ଏପରି ସ୍ଥିତି ସୃଷ୍ଟି ହୋଇଥିଲା । ମାଗାଡି ରୋଡ ନିକଟରେ ଏହି ଦୁର୍ଘଟଣା ଘଟିବା ପରେ ବାଇକ ଆରୋହୀଙ୍କୁ ସେ ରୋକିବା ପାଇଁ ପ୍ରୟାସ କରିଥିଲେ । ଏହି ସମୟରେ ବାଇକ ଆରୋହୀଜଣଙ୍କ ତାଙ୍କୁ ଧକ୍କା ଦେଇ ସେଠାରୁ ଖସି ପଳାଇବା ପାଇଁ ପ୍ରୟାସ କରିଥିଲେ । କାର ଡ୍ରାଇଭରଜଣଙ୍କ ବାଇକକୁ ଅଟକାଇବା ପାଇଁ ତାର ପଛ ଭାଗକୁ ଧରି ରଖିଥିବା ବେଳେ ସେ ବାଇକ ସହ ଘୋଷାଡି ହୋଇଯାଇଥିଲେ । ଓହଳି ଥିବା ଅବସ୍ଥାରେ ବାଇକ ଆରୋହୀ ଯୁବକଜଣଙ୍କ ଅତି ଦୃତଗତିରେ ତାଙ୍କୁ ବେଶ କିଛି ବାଟ ଘୋଷାଡି ନେଇଥିଲା । ଦୁର୍ଘଟଣା ଘଟିଥିବା ସ୍ଥାନ ମାଗାଡି ରୋଡରୁ ହୋସାଲି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଯୁବକଜଣଙ୍କ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାଇକରେ ଘୋଷାଡି ଆଣିଥିଲା । ଯୁବକଜଣଙ୍କ ଗାଡି ଏଣେତେଣେ ମଧ୍ୟ ଚଳାଉଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।

ଏହା ଦେଖି ଅନ୍ୟ କିଛି ଗାଡି ଚଳାକ ମଧ୍ୟ ସମ୍ପୃକ୍ତ ବାଇକଆରୋହୀଙ୍କୁ ରୋକିବାକୁ ପ୍ରାୟାସ କରିଥିଲେ ସୁଦ୍ଧା ସେଥିରେ ସଫଳ ହୋଇନଥିଲେ । ଯୁବକଜଣଙ୍କ ଅତି ବେଗରେ ବାଇକ ଚଳାଇବାରେ ଲାଗିଥିଲା । ଶେଷରେ ଅନ୍ୟ କିଛିଗାଡିକୁ ରାସ୍ତାରେ ଜାମ କରାଯାଇ ସମ୍ପୃକ୍ତ ଯୁବକଙ୍କୁ ରୋକାଯାଇଥିଲା । ଯାହାର ସମ୍ପୂର୍ଣ୍ଣ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଖବର ପାଇ ପୋଲିସ ପହଞ୍ଚି ସମ୍ପୃକ୍ତ ବାଇକ ଆରୋହୀ ଓ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଥାନାକୁ ନେଇଛି । ବ୍ୟକ୍ତିଜଣଙ୍କ ପ୍ରାୟ କିଛି କି.ମି ଘୋଷାଡି ହୋଇଥିବାରୁ ତାଙ୍କ ଶରୀରର ଏକାଧିକ ସ୍ଥାନରେ ଆଘାତ ଲାଗିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ସମ୍ପୃକ୍ତ ବାଇକ ଆରୋହୀଙ୍କୁ ଗିରଫ କରି ପୋଲିସ ଜେରା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details