ଶ୍ରୀନଗର:ଉତ୍ତର କାଶ୍ମୀରରେ କୂପଓ୍ବାରା ଜିଲ୍ଲାରେ ସୁରକ୍ଷାବଳର ଗୁଳିରେ ଜଣେ ଅନୁପ୍ରବେଶକାରୀ ନିହତ ହୋଇଛି । ଗତକାଲି (ବୁଧବାର) ରାତିରେ ସନ୍ଦିଗ୍ଧ ଅନୁପ୍ରବେଶକାରୀଜଣଙ୍କ ସୀମା ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସୀମା ସୁରକ୍ଷା ବଳ ଚେତବାନୀ ଦେବା ପରେ ଗୁଳି ଚଳାଇଥିଲା । ଏଥିରେ ଅନୁପ୍ରବେଶକାରୀଜଣଙ୍କ ନିହତ ହୋଇଛି । ଉତ୍ତର କାଶ୍ମୀରରେ ଥିବା କୂପଓ୍ବାରାର ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଫରଓ୍ବାର୍ଡ ଏରିଆରେ ଅନୁପ୍ରବେଶ ଉଦ୍ୟମ ନେଇ ଗୁଇନ୍ଦା ତଥ୍ୟ ଅନୁସାରେ ସେନା ଓ ସ୍ଥାନୀୟ ପୋଲିସର ଏକ ମିଳିତ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପ୍ରାୟ ମଧ୍ୟରାତ୍ରିରେ ଏହି ସଫଳତା ମିଳିଛି ।
କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇ ସେନାର ଜଣେ ପ୍ରବକ୍ତା କହିଛନ୍ତି, ମାତ୍ର ତିନି ଦିନ ତଳେ ଜମ୍ମୁ କାଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ପୋଲିସ 4 ନିଶା ମାଫିଆଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ 1.17 କେ.ଜିର ବ୍ରାଉନସୁଗାର ସାଙ୍ଗକୁ 25 ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ ହୋଇଥିଲା । ଏହା ଏକ ସୀମାପାର ନିଶା ରାକେଟ ବୋଲି ପୋଲିସ ଜାଣିବାକୁ ପାଇଥିଲା । ତାର ମାତ୍ର ତିନି ଦିନ ପରେ ଏହି ଅନୁପ୍ରବେଶ ଉଦ୍ୟମ ହୋଇଛି । ଏନେଇ ଗୁଇନ୍ଦା ସୂଚନା ଆଧାରରେ ସେନା ଓ ସ୍ଥାନୀୟ ପୋଲିସର ଏକ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।