ଓଡିଶା

odisha

ETV Bharat / bharat

ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଯବାନଙ୍କ ଗୁଳିରେ ଜଣେ ନିହତ

ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀମାନଙ୍କ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ଉଦ୍ୟମ ବିଫଳ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳି ମାଡରେ ଜଣେ ଆତଙ୍କବାଦୀ ନିହତ । ଅଧିକ ପଢ଼ନ୍ତୁ

ଆତଙ୍କବାଦୀଙ୍କ ଅନୁପ୍ରବେଶ  ଉଦ୍ୟମ ପଣ୍ଡ
ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ

By

Published : Aug 6, 2023, 6:10 PM IST

ଶ୍ରୀନଗର: ପୁଣି ଆତଙ୍କବାଦୀଙ୍କ ଅନୁପ୍ରେବଶ ଉଦ୍ୟମ ପଣ୍ଡ କରିଛନ୍ତି ଯବାନ। ଅନୁପ୍ରବେଶକାରୀଙ୍କ ଏଭଳି ଧୃଷ୍ଟାନ୍ତ ବେଳେ ଜଣେ ଯବାନଙ୍କ ଗୁଳିରେ ନିହତ ହୋଇଛି । ରବିବାର ଦିନ(ଅଗଷ୍ଟ ୬) ଉତ୍ତର କାଶ୍ମୀରର କୁପଓ୍ବାର ଜିଲ୍ଲା ଅନ୍ତର୍ଗତ ଟଙ୍ଗଧର ସେକ୍ଟର ନିକଟରେ ଆତଙ୍କବାଦୀମାନେ ଭାରତୀୟ ସୀମାରେଖାକୁ ଅତିକ୍ରମ କରି ଅନୁପ୍ରବେଶ କରିଥିଲେ । ଏହି ସମୟରେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ଟଳିଛି । ଏହାକୁ ନେଇ କାଶ୍ମୀର ଜୋନ୍‌ ପୋଲିସ ସୂଚନା ଦେଇଛି ।

କାଶ୍ମୀର ଜୋନ ପୋଲିସର ସୂଚନା ଅନୁସାରେ, କିଛି ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ସୂଚନା ପାଇବା ପରେ ଆର୍ମୀ ଯବାନ ଏବଂ କୁପଓ୍ବାରା ପୋଲିସ ମିଳିତ ଭାବରେ ଟଙ୍ଗଧରର ଆମ୍‌ରୋହି ଅଞ୍ଚଳର ସୀମା ନିକଟରେ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସହ ସେମାନଙ୍କ ଅନୁପ୍ରବେଶ କରିବା ଉଦ୍ୟମ ବିଫଳ ହୋଇଛି ।

ଗତ ରବିବାର ଉତ୍ତର କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ କିଛି ଆତଙ୍କୀ ଗତିବିଧି ଦେଖିବାକୁ ମିଳିଥିଲା । ଏହା ପରେ ନିୟନ୍ତ୍ରଣ ରେଖା ସୀମାରେ ସୁରକ୍ଷା କର୍ମୀମାନେ ସୁରକ୍ଷାକୁ କଡାକଡ଼ି କରିଥିଲେ । ପରେ ସୁରକ୍ଷା କର୍ମୀମାନେ ଜଣେ ଆତଙ୍କବାଦୀକୁ ନିୟନ୍ତ୍ରଣ ରେଖା ନିକଟରେ ଦେଖିବାକୁ ପାଇଥିଲେ । ତେବେ ସୁରକ୍ଷା କର୍ମୀମାନେ ଆତଙ୍କବାଦୀ ଜଣକୁ ଚେତାବନୀ ଦେଇଥିଲେ, କିନ୍ତୁ ସୁରକ୍ଷା କର୍ମୀଙ୍କୁ ଦେଖି ଆତଙ୍କବାଦୀ ଜଣକ ସେଠାରୁ ଖସିଯିବା ପାଇଁ ଚେଷ୍ଟା କରୁଥୁଲା। ଏହି ସମୟରେ ସୁରକ୍ଷାକର୍ମୀ ଗୁଳିମାଡ଼ କରିଥିଲେ ଫଳରେ ଆତଙ୍କବାଦୀ ଜଣକର ମୃତ୍ୟୁ ହୋଇଥିଲା । ତେବେ ନିୟନ୍ତ୍ରଣ ରେଖାରେ ଏଭଳି ସ୍ଥିତିକୁ ଦେଖି ଜମ୍ମୁ କଶ୍ମୀରରେ ସୀମା ସୁରକ୍ଷାକୁ ଆହୁରି କଡାକଡ଼ି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଏସଏଫ ଯବାନଙ୍କ ଗୁଳିରେ ପାକିସ୍ତାନୀ ନିଶା ବେପାରୀ ନିହତ

ଏହା ପୂର୍ବରୁ ଜମ୍ମୁ କଶ୍ମୀରର ରଜୋରି ଅନ୍ତର୍ଗତ ବାରିୟାମା ଅଞ୍ଚଳରେ ସୁରକ୍ଷା କର୍ମୀମାନଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିଲା । ଏହା ପରେ ସୁରକ୍ଷା କର୍ମୀମାନେ ଏହି ଅଞ୍ଚଳରେ ସୁରକ୍ଷାକୁ କଡାକଡ଼ି କରିଥିଲେ । ତେବେ ଏହି ଏନ୍‌କାଉଣ୍ଟରରେ ଭାରତୀୟ ସେନାର ପାରା କମାଣ୍ଡର ମଧ୍ୟ ସାମିଲ ଥିଲେ । ଏହା ପର୍ବରୁ ଶନିବାର ଦିନ ମଧ୍ୟ ଜମ୍ମୁ କଶ୍ମୀର, ରଜୋରିର ଖବାସ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଥିଲା ।

ସେହିଭଳି ଜୁଲାଇ ୧୭ ତାରିଖରେ ମଧ୍ୟ ଜମ୍ମୁ କଶ୍ମୀରର ପୁଞ୍ଚ୍‌ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଦୁଇଜଣ ଅନୁପ୍ରବେଶକାରୀକୁ ଗୁଳି କରି ଟଳାଇଥିଲେ । ଏହାସହ ଜୁନ ୧ ତାରିଖରେ ମଧ୍ୟ ଜମ୍ମୁ କଶ୍ମୀରର ସାମ୍ବା ସେକ୍ଟରରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗଳି କରିଥିଲେ ସୀମା ସୁରକ୍ଷା ବଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details