ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ DENA Bank ଋଣ ମାମଲାରେ ବାନ୍ଦ୍ରା ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ପକ୍ଷରୁ ସମନ କରାଯାଇଛି । ଦେନା ବ୍ୟାଙ୍କ୍ରୁ ୨୫୦ କୋଟିର ଋଣ ଆଣିଥିଲେ ଅନିଲ ଅମ୍ବାନୀ । ତେବେ ଋଣ ପରିଶୋଧ କରିନଥିବାରୁ ଦେନା ପକ୍ଷରୁ ଅନିଲ ଅମ୍ବାନୀଙ୍କ ସମେତ ୪ ଜଣଙ୍କୁ ସମନ କରିଛି । ଋଣ ପରିଶୋଧ ପାଇଁ ବାରମ୍ବାର ନୋଟିସ ପଠାଇବା ପରେ ମଧ୍ୟ ଅନୀଲ ଅମ୍ବାନୀଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ । ଏଣୁ ବାଧ୍ୟ ହୋଇ ଦେନା ବ୍ୟାଙ୍କ କର୍ତ୍ତୃପକ୍ଷ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।
କୋର୍ଟଙ୍କ ସମନ ପରେ ଅନୀଲ ଅମ୍ବାନୀଙ୍କ ଅଡ଼ୁଆ ବଢ଼ିପାରେ ବୋଲି ଆଲୋଚନା ହେଉଛି । ବାନ୍ଦ୍ରା ମହାନଗର ଦାଣ୍ଡାଦିକାରୀ କୋର୍ଟରେ ଏହି ମାମଲା ରୁଜୁ ହୋଇଛି । ସେପ୍ଟେମ୍ବର ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ଅଗଷ୍ଟ ୩୦ ତାରିଖରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ୨୦୧୭ରେ ରିଲିଆନ୍ସ କମୁନିକେଶନ ଲିମିଟେଡ୍ ପକ୍ଷରୁ ଦେନା ବ୍ୟାଙ୍କରୁ ଏକ ସ୍ବଳ୍ପ ସାମୟିକ ଋଣ(Short Term Loan) କରଯାଇଥିଲା । ଋଣ ନେବାକୁ ୪ ବର୍ଷ ବିତି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା କୌଣସି ପରିଶୋଧ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।