ଓଡିଶା

odisha

Sheena Bora Murder Case: ଜେଲ୍‌ରୁ ମୁକୁଳିଲେ ଇନ୍ଦ୍ରାଣୀ ମୁଖାର୍ଜୀ

By

Published : May 20, 2022, 6:35 PM IST

ବହୁଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲା । ଜେଲ୍‌ରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ । ଅଧିକ ପଢନ୍ତୁ

Sheena Bora Murder Case: ଜେଲରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ
Sheena Bora Murder Case: ଜେଲରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲାରେ ଆଜି(ଶୁକ୍ରବାର) ବାଇକୁଲା ଜେଲରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ । ସେ ବାରମ୍ବାର ଜାମିନ ଆବେଦନ କରିବା ପରେ ବୁଧବାର ଇନ୍ଦ୍ରାଣୀଙ୍କୁ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ଜେଲରୁ ବାହାରିବା ପରେ ପ୍ରଥମ ପ୍ରତିକ୍ରିୟାରେ ସେ ଖୁବ ଖୁସିଥିବା କହିଛନ୍ତି ।

ଜେଲରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ

୨୦୧୫ ମସିହାରେ ହତ୍ୟା ମାମଲାରେ ଗିରଫ ହେବା ପରେ ମୁଖାର୍ଜୀ ଜେଲ୍‌ରେ ଥିଲେ । ନିକଟରେ ମୁଖାର୍ଜୀ ତାଙ୍କ ଝିଅ ସିନା ବୋରା ଜୀବିତ ଥିବା ଦର୍ଶାଇ ସିବିଆଇକୁ ଏକ ଚିଠି ପଠାଇ ଆଲୋଡନ ସୃଷ୍ଟି କରିଥିଲେ । ଏହି ଘଟଣାରେ ଯଦି କୋର୍ଟଙ୍କ ହସ୍ତକ୍ଷେପ ନହୁଏ, ତେବେ ଏହା ଉପରେ କୌଣସି ପଦକ୍ଷେପ ନିଆଯିବ ନାହିଁ ବୋଲି CBI ସ୍ପଷ୍ଟ କରିଥିଲା । ମୁମ୍ବାଇ ପୋଲିସର ମାମଲା ଦାଏର ହେବା ପରେ ସିବିଆଇ ୨୦୧୫ ମସିହାରୁ ସିନା ବୋରା ମାମଲାର ତଦନ୍ତ କରୁଛି । ମୁମ୍ବାଇ ପୋଲିସ ଦ୍ବାରା ଦାଏର ହୋଇଥିବା ମାମଲା ଅନୁଯାୟୀ ଏପ୍ରିଲ୍ ୨୦୧୨ରେ ସିନା ବୋରାଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା ।

ଏହା ବି ପଢନ୍ତୁ- Sheena Bora Murder Case: ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ

୨୦୧୫ ଅଗଷ୍ଟ ମାସରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଡ୍ରାଇଭର ଶ୍ୟାମଭାର ରାୟଙ୍କୁ ଗିରଫ କରାଯିବା ପରେ ଏହି ମାମଲା ପ୍ରଥମେ ସାମ୍ନାକୁ ଆସିଥିଲା । ତଦନ୍ତ ବେଳେ ସେ ୨୦୧୨ ଅଗଷ୍ଟରେ ସିନା ବୋରାଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିଥିଲେ । ସିନାଙ୍କ ମୃତଦେହକୁ ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ଫିଙ୍ଗିଥିବା କଥା ମାନିଥିଲେ । ଘଟଣାରେ ସିନାଙ୍କ ମାଆ ଇନ୍ଦ୍ରାଣୀ ଏବଂ ସଞ୍ଜୀବ ଖାନ୍ନା (ଇନ୍ଦ୍ରାଣୀଙ୍କ ପୂର୍ବତନ ସ୍ବାମୀ) ମଧ୍ୟ ସମ୍ପୃକ୍ତ ଥିବା ମୁମ୍ବାଇ ପୋଲିସକୁ କହିଛନ୍ତି । କୋର୍ଟରେ ସିବିଆଇର ମାମଲା ଅନୁଯାୟୀ, ଇନ୍ଦ୍ରାଣୀ ମୁଖାର୍ଜୀ ସିନାଙ୍କୁ ହତ୍ୟା କରିଥିଲେ କାରଣ ସେ ସିନା ବୋରାଙ୍କ ସମ୍ପର୍କକୁ ନେଇ କ୍ରୋଧିତ ଥିଲେ । ସେ ସମସ୍ତଙ୍କୁ ସିନା ତାଙ୍କ ଭଉଣୀ ବୋଲି ପରିଚିତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details