ଦୁବାଇ: ଭାରତର ପ୍ରଗତି ପଥରେ ଦୁବାଇ ଏକ୍ସପୋ । ଉଦଘାଟିତ ହୋଇଛି ଦୁବାଇ ଏକ୍ସପୋ 2020(Dubai Expo 2021 ) ଏହା ଜରିଆରେ ଭାରତକୁ ବିକାଶର ଏକ ବଡ କେନ୍ଦ୍ର ଭାବରେ ପ୍ରଦର୍ଶିତ କରାଯାଇଛି । ଏଥିରେ ସମ୍ଭାବନା ଓ ବୃଦ୍ଧିକୁ ବିଶେଷ ସ୍ତମ୍ଭ ଭାବରେ ରଖାଯାଇଛି ।
ଅକ୍ଟୋବର ପହିଲାରୁ 31 ମାର୍ଚ୍ଚ 2022 ଯାଏଁ ଚାଲିବାକୁ ଥିବା ଏହି ମେଗା ଏକ୍ସପୋରେ ସମସ୍ତଙ୍କୁ ଆକର୍ଷିତ କରୁଛି ଭାରତୀୟ ପାଭିଲିଅନ । ଏହି ପାଭିଲିଅନରେ 600 ବ୍ଲକ୍ର ଗଠନ କରାଯାଇଛି । ଏଥିରେ ଭାରତର ଆର୍ଥିକ ପ୍ରଗତିକୁ ପ୍ରଦର୍ଶିତ କରାଯାଇଛି । ଏକ୍ସପୋ ଭାରତର ବର୍ତ୍ତମାନ ପ୍ରଗତି ସହ କିଭଳି ଏହା ବିଶ୍ବ ନେତୃତ୍ବ ହୋଇ ଉଭା ହୋଇଛି, ତାହା ମଧ୍ୟ ଦର୍ଶାଯାଇଛି ।
ଶୁକ୍ରବାର ଦୁବାଇରେ ଭାରତୀୟ ପାଭିଲିଅନର ଉଦଘାଟନ କରିଛନ୍ତି ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ । ଏନେଇ ସେ ଦୁବାଇ ଗସ୍ତରେ ଅଛନ୍ତି ।
ଏକ୍ସପୋର ଥିମ୍
ଜଳବାୟୁ ଏବଂ ଜୈବ ବିବିଧତା, ମହାକାଶ, ସହରାଞ୍ଚଳ ଓ ଗ୍ରାମୀଣ ବିକାଶ, ନିରନ୍ତରତା ଏବଂ ଅଖଣ୍ଡତା, ସୁବର୍ଣ୍ଣ ଜୟନ୍ତୀ, ଜ୍ଞାନ ଏବଂ ଶିକ୍ଷା, ଭ୍ରମଣ ଏବଂ ସଂଯୋଗ, ବିଶ୍ବ ଲକ୍ଷ୍ୟ, ସ୍ବାସ୍ଥ୍ୟ, ଖାଦ୍ୟ-କୃଷି ଏବଂ ଜୀବିକା ସମେତ 11ଟି ମୌଳିକ ବିଷୟବସ୍ତୁ ଉପରେ ଭାରତୀୟ ପାଭିଲିୟନରେ ସ୍ଥାନ ଦିଯାଇଛି ।
ସାଂସ୍କୃତି ଓ ଐତିହ୍ୟ ଉପରେ ଫୋକସ
ଦୁବାଇ ଏକ୍ସପୋ ମାଧ୍ୟମରେ ଭାରତର କେବଳ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ନୁହେଁ ବରଂ ବିଶ୍ବକୁ ସଂସ୍କୃତି ଏବଂ ଐତିହ୍ୟ ପ୍ରଦର୍ଶନ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ତେଣୁ ଚାରି ମହଲା ବିଶିଷ୍ଟ ଭାରତୀୟ ପାଭିଲିଅନର ପ୍ରଥମ ମହଲାରେ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶିତ ହୋଇଛି |
190 ଦେଶ ଅଂଶଗ୍ରହଣ କରିଛନ୍ତି